ନୂଆଦିଲ୍ଲୀ: ସୋମବାରର ୟୁଏଇ ବିପକ୍ଷ ମ୍ୟାଚ୍ରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍ ଇତିହାସ ରଚିଛନ୍ତି। ଏହି ମ୍ୟାଚ୍ରେ ୨୪ ରନ୍ ଖର୍ଚ୍ଚ କରି ଗୋଟିଏ ୱିକେଟ୍ କରାୟତ୍ତ କରିବା ପରେ ଟ୍ବେଣ୍ଟି-୨୦ରେ ୭୦୦ ୱିକେଟ୍ ନେବାରେ ବିଶ୍ବର ପ୍ରଥମ ବୋଲର୍ ହୋଇଛନ୍ତି ସେ। ୟୁଏଇ ପାଳିର ଷୋଡ଼ଶ ଓଭରରେ ମହମ୍ମଦ ଅର୍ଫାନଙ୍କୁ ଆଉଟ୍ କରି ରସିଦ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ। ୨୭ ବର୍ଷୀୟ ରସିଦ ୫୧୩ ପାଳିରେ ବୋଲିଂ କରି ୪ଟି ପାଞ୍ଚ ୱିକେଟ୍ ସଫଳତା ସହ ଟ୍ବେଣ୍ଟି-୨୦ରେ ୭୦୦ ୱିକେଟ୍ ଅକ୍ତିଆର କରିଛନ୍ତି।
ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଲରାଉଣ୍ଡର୍ ଡ୍ବେନ୍ ବ୍ରାଭୋ ୬୩୧ ୱିକେଟ୍ ନେଇ ଦ୍ବିତୀୟ ଏବଂ ସୁନୀଲ ନାରାୟଣ ୬୧୩ ୱିକେଟ୍ ସହ ଏହି କ୍ରମରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ମଧ୍ୟ ରସିଦଙ୍କ ନାଁରେ ରହିଛି। ୧୯୧ ୱିକେଟ୍ ଦଖଲ କରି ସେ ପ୍ରଥମ ଏବଂ ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଟିମ୍ ସୌଦି (୧୬୪) ଓ ସ୍ପିନର ଈଶ ସୋଢ଼ୀ (୧୬୨) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଆହୁରି ପଢ଼ନ୍ତୁ: Ranji Trophy: ରଣଜୀ ଟ୍ରଫି ସେମିଫାଇନାଲ୍: କର୍ଣ୍ଣାଟକର ରନ୍ ବର୍ଷା, ବେଙ୍ଗଲ-ଜମ୍ମୁ କାଶ୍ମୀର ଟକ୍କର୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/16/16bbs_65_16022026_112-2026-02-16-20-34-35.jpg)