ଝରିଗାଁ ବ୍ଲକର ସମସ୍ତ ଧାନମଣ୍ଡିରେ ଅଚଳାବସ୍ଥା ଜାରି

ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଡିସେମ୍ବର ୧୦ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖଲା ଯାଇଥିଲା। ତେବେ ଧାନର ଏଫଏକ୍ୟୁ ମାନକୁ ନେଇ ବିବାଦ ଲାଗି ରହିଥିବା ବେଳେ କୌଣସି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇନାହିଁ।

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଡିସେମ୍ବର ୧୦ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖଲା ଯାଇଥିଲା। ତେବେ ଧାନର ଏଫଏକ୍ୟୁ ମାନକୁ ନେଇ ବିବାଦ ଲାଗି ରହିଥିବା ବେଳେ କୌଣସି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇ ନଥିବା ବେଳେ ବର୍ତ୍ତମାନ ଧାନ ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇ ଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଝରିଗାଁ ବ୍ଲକର ଚାଷୀମାନଙ୍କୁ ନେଇ ଏକ ବିରାଟ ବୈଠକ କରି ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

ଏହି ଖବର ପଢ଼ନ୍ତୁ: ଆସନ୍ତାକାଲିଠାରୁ କମିବ ବର୍ଷା, ୪୮ ଘଣ୍ଟା ରହିବ ଘନକୁହୁଡ଼ି

ଗତ ସମବାର ଦିନ ଝରିଗାଁ ଧାନ ମଣ୍ଡିରେ ଚାଷୀଙ୍କ ଧାନ ପରୀକ୍ଷା ପରେ ଏଫଏକ୍ୟୁ ମାନର ଧାନ ନଥିବା ଦର୍ଶାଇ ଚାଷୀମାନଙ୍କୁ ଏଫଏକ୍ୟୁମାନର ଧାନ ମଣ୍ଡିରେ ଆଣିବା ପାଇଁ କୁହାଯାଇଥିଲା।ଏହାକୁ ନେଇ ଚାଷୀମାନେ ହୋହାଲ୍ଲା କରିଥିଲେ।ପରେ ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସନ୍ଧ୍ୟା ସମୟରେ ଚାଷୀମାନଙ୍କୁ ନେଇ ତହସିଲଦାର ଓ କର୍ମଚାରୀ ମାନଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମିଲରମାନେ ଅନୁପସ୍ଥିତ ଥିବା ଯୋଗୁଁ ମଙ୍ଗଳବାର ଦିନ ବୈଠକ କରିବା ପାଇଁ ସ୍ଥିର ହୋଇଥିଲା।ମଙ୍ଗଳବାର ଦିନ ପୁଣି ଥରେ ବୈଠକ ହୋଇ ଥିଲା କିନ୍ତୁ ମିଲରମାନେ ବୈଠକରେ ଆସି ନଥିବା ଯୋଗୁଁ କୌଣସି ନିଷ୍କର୍ଷ ବାହାରି ନଥିଲା।ସେହିପରି କେବେ ମିଲର ଆସିବେ ଏବଂ ବୈଠକ ହେବ ସେନେଇ କାହାରି ପାଖରେ ସଠିକ ସୂଚନା ନାହିଁ।

ଝରିଗାଁ ବ୍ଲକରେ ଏଫଏକ୍ୟୁମାନର ଧାନ ମିଳିବ ନାହିଁ ତେଣୁ ଝରିଗାଁ ବ୍ଳକର ଚାଷୀମାନେ ଛତିଶଗଡ଼ରେ ଧାନ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଉ ବୋଲି ସ୍ଥାନୀୟ ଚାଷୀମାନେ ଦାବି କରିଥିଲେ। ସେହିପରି ଚାଷୀମାନଙ୍କୁ ଅଖା ବସ୍ତାରେ ମଣ୍ଡିକୁ ଧାନ ଆଣିବା ପାଇଁ କୁହାଯାଉଥିବା ଅଭିଯୋଗ ହୋଇଥିଲା।

publive-image

ଏହି ଖବର ପଢ଼ନ୍ତୁ: ପ୍ରେମରେ ପଡ଼ିଲେ ଦୁଇ ମହିଳା, ବିବାହ କରିବାକୁ ବଦଳାଇଲେ ଲିଙ୍ଗ

ତେବେ ବର୍ତ୍ତମାନ ସୁଦ୍ଧା ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁ ନଥିବା ବେଳେ ଏହାକୁ ବିରୋଧ କରି ଝରିଗାଁ ବ୍ଲକ ଚାଷୀମାନଙ୍କୁ ନେଇ ସମବାର ଦିନ ପୂର୍ବତନ ସାଂସଦ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଏକ ବିରାଟ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଉକ୍ତ ବୈଠକରେ ଝରିଗାଁ ବ୍ଳକର ସମସ୍ତ ଧାନ ମଣ୍ଡିର ଅଚଳାବସ୍ଥା ଉପରେ ଆଲୋଚନା ହେବା ସହ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଧାନ ମଣ୍ଡିରେ ପ୍ରଶାସନର ପରିଚାଳନା ତ୍ରୁଟି ଯୋଗୁଁ  ଚାଷୀ ଧାନ ବିକ୍ରି କରି ନପାରି ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ମଣ୍ଡିରେ ଧାନ କିଣା ପକ୍ରିୟା ସମ୍ପୂର୍ଣ୍ଣ ଫେଲ ମାରିଥିବା ବେଳେ ଏହା ବିରାଟ ଜନ ଆନ୍ଦୋଳନର ସୂତ୍ରପାତ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହି ଖବର ପଢ଼ନ୍ତୁ: ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା

ଏଠାରେ ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଚଚା ଧାନ ମଣ୍ଡିରେ ୯୨ ଜଣ ଚାଷୀଙ୍କ ୯୬୦୮ ବସ୍ତା ଧାନ ପଡି ରହିଥିବା ସୂଚନା ମିଳିଛି।ସେହିପରି ଝରିଗାଁ ଧାନ ମଣ୍ଡିରେ ୫୫ ଜଣ ଚାଷୀଙ୍କ ୫୮୮୬ ବସ୍ତା ଧାନ, ଏକମ୍ବା ଧାନ ମଣ୍ଡିରେ ୧୮ ଜଣ ଚାଷୀଙ୍କ ୮୪୧ ବସ୍ତା ଧାନ, ବେଲଗାଁ ଧାନ ମଣ୍ଡିରେ ୧୭ ଜଣ ଚାଷୀଙ୍କ ୧୬୫୮ ବସ୍ତା ଧାନ ଏବଂ ଚାଟିଗୁଡ଼ା ଧାନ ମଣ୍ଡିରେ ଆଜି ପର୍ଯ୍ୟନ୍ତ ୧୩ ଜଣ ଚାଷୀଙ୍କ ୧୮୮୧ ବସ୍ତା ଧନ ପଡ଼ିଛି। ତେବେ ଝରିଗାଁ ବ୍ଲକରେ କେଜିଏ ଧାନ ଚାଷୀଙ୍କ ଠାରୁ କିଣା ଯାଇ ନଥିବା ବେଳେ କେବେ ଏଫଏକ୍ୟୁ ଧାନର ବିବାଦ ଛିଣ୍ଡିବ ଏବଂ ଚାଷୀ କେବେ ମଣ୍ଡିରେ ଧାନ ବିକ୍ରି କରିବେ ସେନେଇ ସଠିକ ସୂଚନା କାହା ପାଖରେ ନାହିଁ।

ଏହି ଖବର ପଢ଼ନ୍ତୁ: ହିନ୍ଦୁଙ୍କ ଉପରେ ଆକ୍ରମଣ ତଥ୍ୟ ବିଭ୍ରାନ୍ତିକର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe