ନାବାଳିକା ଅପହରଣ ମାମଲା: ବିବାହିତ ଯୁବକ ଅଟକ

ନାବାଳିକା ଅପହରଣ ମାମଲା: ବିବାହିତ ଯୁବକ ଅଟକ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଜନୈକା ନାବାଳିକାକୁ ଜୁନାପାଣି ଗ୍ରାମର ବିବାହିତ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ କରିନେବା ମାମଲାରେ ଚନ୍ଦାହାଣ୍ଡି ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ସହ ନାବାଳିକାକୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ସୂଚନାରୁ ପ୍ରକାଶ ଜୁନାପାଣି ଗ୍ରାମର ଅଭିଯୁକ୍ତ ନରସିଂହ ମାଝୀ(୩୦) ଜନୈକ ନାବାଳିକା(୧୩)କୁ ଅପହରଣ କରି ନେଇଯାଇଥିବା ନେଇ ନାବାଳିକା ଙ୍କ ବାପା ଆଜି ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନା ଆଇଆଇସି କେସ ନମ୍ବର ୬୧/୨୧ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ନାବାଳିକା କୁ ଅଭିଯୁକ୍ତ ନରସିଂହ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବୈଦପଡା ନିକଟସ୍ଥ ବୁଢାଡଙ୍ଗର ଠାରେ ରଖିଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଅଭିଯୁକ୍ତ ଓ ନାବାଳିକା କୁ ଉଦ୍ଧାର କରି ଥାନା କୁ ଆଣି ପଚାରଉଚରା କରିବା ସହ ନାବାଳିକା କୁ ପରିବାର କୁ ହସ୍ତାନ୍ତର କରିଥିଲେ । ଏନେଇ ଅଭିଯୁକ୍ତ ନାମ ରେ ପୋକ୍ସୋ ମାମଲା ସହ ଆଇପିସି ଧାରା ୩୭୬(୨)(ଏନ)/୩୭୬(୩)ରୁଜୁ କରି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତକୁ ଅଟକ ରଖି ଛନ୍ତି । ପ୍ରକାଶ ଥାଉକି ଅଭିଯୁକ୍ତ ନରସିଂହ ମାଝୀ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଥିବା ଜଣା ପଡ଼ିଛି । ଆସନ୍ତା କାଲି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତ ଅଧିକାରୀ ପରମାନନ୍ଦ ସୁନାନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe