Agricultural Meeting: ମଞ୍ଜି କ୍ରେତା-ବିକ୍ରେତା ବୈଠକ: ୩୦ ହଜାର ଟନ୍ ମକା କ୍ରୟ ଲକ୍ଷ୍ୟ ଧାର୍ଯ୍ୟ

ମକା ବିକ୍ରି ନେଇ ଜିଲ୍ଲା ମୁଖ୍ୟକୃଷି ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୃଥକ ପୃଥକ ଭାବେ ଦୁଇ ଥର ଜୋନାଲ ସ୍ତରୀୟ କ୍ରେତା-ବିକ୍ରେତା ବୈଠକ ଅନୁଷ୍ଠିତ ହୋଇଯାଇଛି।

Nabarangpur

Meeting on corn production in Nabarangpur. Photograph: (sambad.in)

ନବରଙ୍ଗପୁର: ମକା ବିକ୍ରି ନେଇ ଜିଲ୍ଲା ମୁଖ୍ୟକୃଷି ବିଭାଗ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୃଥକ ପୃଥକ ଭାବେ ଦୁଇ ଥର ଜୋନାଲ ସ୍ତରୀୟ କ୍ରେତା-ବିକ୍ରେତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାମୁଖ୍ୟ କୃଷି କାର୍ଯ୍ୟାଳୟରେ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ସୁଧୀ ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ୨୪ଟି ଫାର୍ମର ପ୍ରଡ୍ୟୁସର କମ୍ପାନି (ଏଫପିଇଓ) ଉପସ୍ଥିତ ଥିଲେ। ଏଥର ଜିଲ୍ଲାରୁ ୩୦ ହଜାର ଟନ ମକା କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ବୈଠକରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ଜଳବାୟୁ ଜୈବବିବିଧତା ସମ୍ପର୍କରେ ଆଲୋକପାତ କରିବା ସହ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗର ବିଷମ ପରିସ୍ଥିତି ସମ୍ପର୍କରେ କହିଥିଲେ। ଚାଷୀଙ୍କୁ ଜୈବିକ ଚାଷକୁ ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା। ଓଡିଶାରେ ମକା ଉତ୍ପାଦନରେ ସିଂହଭାଗ ଅର୍ଥାତ ୪୦ ପ୍ରତିଶତ ମକା ନବରଙ୍ଗପୁରରେ ଉତ୍ପାଦନ ହେଉଛି। କମ୍ ଖର୍ଚ୍ଚରେ ଚାଷ କରାଯାଇପାରିବ ବୋଲି କହିଥିଲେ। ଆର୍ ଏମସି ସଂପାଦକ କପିଳେନ୍ଦ୍ର ସାସ୍‌ମଲ ଚାଷୀଙ୍କ ମଙ୍ଗଳ ପାଇଁ ସେବା ମନୋବୃତ୍ତିରେ ବେପାର କରିବାକୁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: Heart Attack: କାଳିଆପାଣିରେ ହୃଦ୍‌ଘାତ ମୃତ୍ୟୁ ଆତଙ୍କ! ଦିନକରେ ଆଖି ବୁଜିଲେ ୪ ଜଣ

ହ୍ରାସ ପାଇଛି ମକା ଦର

ଅନ୍ୟପକ୍ଷରେ ବିଭିନ୍ନ ଟ୍ରେଡର୍ସ ଅଭିଯୋଗ କରିଥିଲେ ଯେ, ଜାତୀୟ ବଜାର ବ୍ୟବସ୍ଥାରେ ମକା ଚାହିଦା କମ ରହିଛି। ଅନେକ ଇଥୋନାଲ କମ୍ପାନି ବର୍ତ୍ତମାନ ସୁଦ୍ଧା ମକା କ୍ରୟ କରିନାହାନ୍ତି। ଏବେ ମକାର ଦର କୁଇଣ୍ଟାଲ ପିଛା ସରକାରୀ ଭାବେ ୨୪ଶହ ଟଙ୍କା ଥିବା ବେଳେ ବଜାର ଦର ୧୮ଶହ ଟଙ୍କାକୁ ହ୍ରାସ ପାଇଛି। ଦର ଖସିବା ପରେ ଉଭୟ ଚାଷୀ ଓ ଟ୍ରେଡରଙ୍କୁ କ୍ଷତି ସହି ବାକୁ ପଡିବ। ମକା ଦର ହ୍ରାସ ପାଉଥିବା ବେଳେ ପରିବହନ ଖର୍ଚ୍ଚ ବଢ଼ିଚାଲିଛି । ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଟ୍ରେଡର୍ସ ଦାବି କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷିବିଜ୍ଞାନ କେନ୍ଦ୍ର ବୈଜ୍ଞାନ ଡ.ଶଶାଙ୍କ ଲେଙ୍କା, ଏଡିଓ ଅନୀଲକୁମାର ପ୍ରହରାଜ, ଏଡିଓ ବିଶ୍ଵଜିତ ଦାସଙ୍କ ସମେତ ୯ଜଣ କ୍ରେତା ଓ ୨୪ ବିକ୍ରେତା ଏଫପିଇଓର ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଅନ୍ୟ ଇଥାନେଲ୍ ପାଇଁ କିଣି ନେଉଥିବା କଂପାନି ଗୁଡିକ ଅନୁପସ୍ଥିତ ଥିଲେବି ସେମାନଙ୍କୁ ୧ଲକ୍ଷ ଟନ ମକା କିଣି ନେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନୁରୋଧ କରିଥିବା କହିଛନ୍ତି।  

ଆହୁରି ପଢ଼ନ୍ତୁ: Life End: ଭଲ ପାଇ ବିବାହ କରିଥିଲେ ଯୁବତୀ, ପରିବାରର ଅଣଦେଖା ପାଇଁ ଜୀବନ ହାରିଲେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe