ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ

ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟ୍ଟଖଲିଆ ପଞ୍ଚାୟତ ଅନ୍ତର୍ଗତ ପାଉଝୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲଶ ଅଭିରାମ ଜାନି।

Dead

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟ୍ଟଖଲିଆ ପଞ୍ଚାୟତ ଅନ୍ତର୍ଗତ ପାଉଝୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲଶ ଅଭିରାମ ଜାନି (୧୨)।

ପାଉଝୁରି ଗ୍ରାମର ବିଙ୍ଗୁ ଜାନିଙ୍କ ପୁଅ ଅଭିରାମ ଜାନି ଗ୍ରାମ ନିକଟରେ ଗାଈ ଚରାଇବାକୁ ଯାଇଥିଲେ। ସେଠାରେ ନଦୀରୁ ମକା ଜମିରେ ଜଳସେଚନ ନିମନ୍ତେ ଲଗାଯାଇଥିବା ବିଦ୍ୟୁତ ମଟର ତାର ମୁକୁଳା ଭାବେ ତଳେ ପଡିରହିଥିଲା। ଅଜାଣତରେ ନାବାଳକର ପାଦ ବିଦ୍ୟୁତ ତାର ଉପରେ ପଡି ଯିବାରୁ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଥିଲା। 

ଏନେଇ ମୃତ ନାବାଳକାର କାକା ବୁଟୁ ଜାନି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଅବୈଧ ଭାବେ ବିଦ୍ୟୁତ ତାର କିପରି ଜମି ନିକଟକୁ ଲଗାଯାଇଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ବିଦ୍ୟୁତ ବିଭାଗ ତରଫରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

 Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe