Health: କିଡ୍‌ନି ରୋଗରେ ପୀଡ଼ିତ ନାବାଳକର ଚିକିତ୍ସା ପାଇଁ ଅର୍ଥାଭାବ

Advertisment

ସାଙ୍ଗସାଥିଙ୍କ ସହ ଖେଳକୁଦ କରିବା ସମୟରେ ବୃକକଜନିତ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି ଜଣେ ନାବାଳକ। ପରିବାର ନିକଟରେ ଆର୍ଥିକ ଅଭାବ ସହ ସଚେତନତା ଅଭାବ ଯୋଗୁଁ ନାବାଳକର ଚିକିତ୍ସା ହୋଇପାରୁନାହିଁ।

ସାଙ୍ଗସାଥିଙ୍କ ସହ ଖେଳକୁଦ କରିବା ସମୟରେ ବୃକକଜନିତ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି ଜଣେ ନାବାଳକ। ପରିବାର ନିକଟରେ ଆର୍ଥିକ ଅଭାବ ସହ ସଚେତନତା ଅଭାବ ଯୋଗୁଁ ନାବାଳକର ଚିକିତ୍ସା ହୋଇପାରୁନାହିଁ।

Jharigaon

ଝରିଗାଁ (ରମେଶ ପଟ୍ଟନାୟକ): ସାଙ୍ଗସାଥିଙ୍କ ସହ ଖେଳକୁଦ କରିବା ସମୟରେ ବୃକକଜନିତ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି ଜଣେ ନାବାଳକ। ପରିବାର ନିକଟରେ ଆର୍ଥିକ ଅଭାବ ସହ ସଚେତନତା ଅଭାବ ଯୋଗୁଁ ନାବାଳକର ଚିକିତ୍ସା ହୋଇପାରୁନାହିଁ। ପରିବାର ଲୋକେ ପ୍ରଶାସନ ନିକଟରେ ପୁଅର ଚିକିତ୍ସା ପାଇଁ ଗୁହାରି କରିଛନ୍ତି। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ଜୁନାପାଣି ଗ୍ରାମରେ ଦେଖିବାକୁ ମିଳିଛି।

ଜୁନାପାଣି ଗ୍ରାମରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି ସତ୍ୟବାନ ହରିଜନ। ସ୍ତ୍ରୀ ମନିତା ସହ ଏକ ମାତ୍ର ପୁଅ ଓ ଝିଅ ସହ ରହୁଛନ୍ତି। ସତ୍ୟବାନଙ୍କ ଆଠବର୍ଷର ପୁଅ ବଜରଙ୍ଗୀଙ୍କୁ ଚାରି ବର୍ଷ ବୟସ ଥିବା ବେଳେ ହଠାତ ଅସୁସ୍ଥ ହୋଇ ଯାଇଥିଲେ। ପରିବାର ଲୋକ ତୁରନ୍ତ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। କିଛି ମାସ ବ୍ୟବଧାନ ପରେ ବଜରଙ୍ଗୀଙ୍କ ଶରୀର ଫୁଲିବା ସହ ପେଟ ବ୍ୟଥା ହୋଇଥିଲା। ପୁଣି ପରିବାର ଲୋକ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ। ସେଠାରେ ୧୧ ଦିନ ରହିବା ପରେ ରକ୍ତ ନମୁନା ପରୀକ୍ଷା କରିବା ପରେ ବଜରଙ୍ଗୀଙ୍କୁ ବୃକକ ରୋଗ ହୋଇଥିବା ପରିବାର ଲୋକ ଜାଣିଥିଲେ। ଏହି ଖବର ଶୁଣିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ନାବାଳକର ଫୁଲୁଛି ପେଟ

ସେହିପରି ଉନ୍ନତି ଚିକିତ୍ସା ପାଇଁ ବାହାର ମେଡ଼ିକାଲ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଗ୍ରାମରେ ସତ୍ୟବାନ ଓ ତାଙ୍କ ସ୍ତ୍ରୀ କୁଲି କାମ କରି ପରିବାର ଚଳାଇବା କଷ୍ଟ ହେଉଥିବା ବେଳେ ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା ପରିବାର ଲୋକ କହିଛନ୍ତି। ଧାର ଉଧାର କରି ପାରିବା ପର୍ଯ୍ୟନ୍ତ ପୁଅର ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ବଜରଙ୍ଗୀଙ୍କ ଶରୀର ଫୁଲିବା ସହ ପେଟ ବ୍ୟଥା ହେଲେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରୁଥିବା ପରିବାର କହିଛନ୍ତି।ବଜରଙ୍ଗ ବର୍ତ୍ତମାନ ସ୍ଥିତିରେ ପେଟ,ହାତ,ଗୋଡ଼ ଫୁଲିବା ସହ ଠିକ ବସି ପାରୁନାହିଁ। ନିଜ ଗାଁ ବିଦ୍ୟାଳୟରେ ଦ୍ୱତୀୟ ଶ୍ରେଣୀ ପାଠ ପଢୁ ଥିବା ବେଳେ ରୋଗରେ ପୀଡିତ ହୋଇ ନିୟମିତ ବିଦ୍ୟାଳୟ ଯିବା ସମ୍ଭବ ହେଉନଥିବା ପରିବାର ଲୋକ କହିଛନ୍ତି।

ଆହୁରି ପଢ଼ନ୍ତୁ: Health benefits: ସ୍ବାସ୍ଥ୍ୟ ଉପାଦେୟ ଗେଣ୍ଡା

ବାହାର ଚିକିତ୍ସାକୁ ପରିବାର ଲୋକଙ୍କ ଭୟ

ଆର୍ଥିକ ଅଭାବ ସହ ସଚେତନତା ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ବୀମା କାର୍ଡ ଥାଇ ମଧ୍ୟ ପରିବାର ଲୋକ ଉନ୍ନତି ଚିକିତ୍ସା ପାଇଁ ବାହାରେ ଯିବା ପାଇଁ ଭୟ କରୁଛନ୍ତି। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଜରଙ୍ଗୀର ମାଗଣା ଚିକିତ୍ସା କରିବା ପାଇଁ ସହଯୋଗ କରିବା ପାଇଁ ପରିବାର ଲୋକ ଗୁହାରି କରିଛନ୍ତି। ଘଟଣା ନେଇ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଡାକ୍ତର ଜିତେନ୍ଦ୍ର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ବଜରଙ୍ଗୀଙ୍କ ପ୍ରାଥମିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯିବ। ଯଦି ଉନ୍ନତ ଚିକିତ୍ସା ଆବଶ୍ୟକ ହେଲେ ବଡ଼ ମେଡ଼ିକାଲ ନିଆଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: Paramvir Cheema Struggle: ଚର୍ଚ୍ଚାରେ 'ବର୍ଡର-୨' ଅଭିନେତା ପରମବୀର ଚିମା, ବାପାଙ୍କ ପାଇଁ ସବୁ ସମ୍ଭବ ହୋଇଥିବା କହିଲେ ଅଭିନେତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe