ନବରଙ୍ଗପୁର: ୧୧ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ୫ ମାସର ଗର୍ଭବତୀ

ନବରଙ୍ଗପୁର: ୧୧ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ, ୫ ମାସର ଗର୍ଭବତୀ

ଉମରକୋଟ(ନବରଙ୍ଗପୁର): ପୁଣି ଏକ ଲଜ୍ଜା ଜନକ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ୧୧ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଛି ବ୍ୟାଣ୍ଡବାଜା ବଜାଉଥିବା ଜଣେ ଯୁବକ। ନାବାଳିକା ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଚିଙ୍ଗୁଡିଗୁଡା ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛି। ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ ସଂଜୟ କୋଚିମ ନାମକ ଜଣେ ଯୁବକକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

ପୀଡ଼ିତାର ଶାରୀରିକ ପରିବର୍ତ୍ତନ ହେବା ପରେ ପରିବାର ଲୋକେ ପ୍ରଥମେ ଉମରକୋଟ ମେଡିକାଲକୁ ଯାଇଥିଲେ। ପରେ ପରିବାର ଲୋକେ ନାବାଳିକାକୁ ନବରଙ୍ଗପୁର ମେଡିକାଲକୁ ଆଣିଥିଲେ। ସକାଳ ସମୟରେ ଉକ୍ତ ନାବାଳିକାକୁ ପରୀକ୍ଷା କରିଥିବା ଡାକ୍ତର ଆଲଟ୍ରାସାଉଣ୍ଡ କରି ରିପୋର୍ଟ ଦେଖାଇବା ପାଇଁ କହିଥିଲେ। ସଂଧ୍ୟା ସମୟ ରେ ପୁଣି ଉକ୍ତ ନାବାଳିକାକୁ ମେଡିକାଲକୁ ଆଣି ସମ୍ପୃକ୍ତ ଡାକ୍ତରଙ୍କୁ ରିପୋର୍ଟ ଦେଖାଇଥିଲେ। ତେବେ ଶନିବାର ମେଡିକାଲ ପକ୍ଷରୁ ଉକ୍ତ ନାବାଳିକା ସଂକ୍ରାନ୍ତରେ ଗଣମାଧ୍ୟମ ଠାରୁ ଦୁରେଇ ରଖିଥିଲେ।

ଉମରକୋଟ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତୀ କହିଛନ୍ତି ନବରଙ୍ଗପୁର ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଉମରକୋଟ ଥାନାକୁ ଜଣା ଯାଇଥିଲା। ଉମରକୋଟ ଥାନା ପକ୍ଷରୁ ନିଜ ଆଡୁ ପଦକ୍ଷେପ ନେଇ ଉକ୍ତ ନାବାଳିକା ର ଗାଁକୁ ଯାଇ ପରିବାର ଲୋକଙ୍କ ସହ ବୁଝାସୁଝା କରିଥିଲେ। ପରିବାର ଲୋକ ଆଗରେ ଉକ୍ତ ନାବାଳିକା କହିଥିଲେ ଯେ ସେ ଗତ ୫ ମାସ ପୂର୍ବେ ଉକ୍ତ ନାବାଳିକ ପରିବାର ସହ ଝରିଗାଁ ଥାନା ଅନ୍ତର୍ଗତ ପରସଲା ଗ୍ରାମର ସମ୍ପର୍କୀୟ ମାମୁ ଘର ଗୋଟିଏ ବାହାଘର ଭୋଜିକୁ ଯାଇଥିଲେ। ସେଠାରେ ଚିତାବେଡା ଗ୍ରାମର ବ୍ୟାଣ୍ଡବଜାଉଥିବା ଜଣେ ଯୁବକ ଉକ୍ତ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ତେବେ ସେ ଉକ୍ତ ଯୁବକକୁ ଦେଖିଲେ ଚିହ୍ନିପରିବେ ବୋଲି କହିଥିଲେ। ପୁଲିସ ଉକ୍ତ ନାବାଳିକାକୁ ନେଇ ଉକ୍ତ ଦୁର୍ଷ୍କମ କରିଥିବା ଚିତାବେଡା ଗ୍ରାମର ଯୁବକ କୁ ଠାବ କରିଥିଲା। ନାବାଳିକା ଦୁଷ୍କର୍ମ କରିିଥିବା ଯୁବକ କୁ ଚିହ୍ନିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe