ଉମରକୋଟରୁ ନିଖୋଜ ନାବାଳିକା ରାୟପୁରରୁ ଉଦ୍ଧାର

Advertisment
ଉମରକୋଟରୁ ନିଖୋଜ ନାବାଳିକା ରାୟପୁରରୁ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ନିଖୋଜ ଥିବା ଜଣେ ୧୬ ବର୍ଷର ନାବାଳିକାକୁ ମା ଘର ପକ୍ଷରୁ ଛତିଶଗଡର ରାୟପୁରରୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକା ଗତ ଡିସେମ୍ବର ୭ ତାରିଖରୁ ନିଖୋଜ ଥିଲା। ପରିବାର ଲୋକେ ଉକ୍ତ ନାବାଳିକାକୁ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଉକ୍ତ ନାବାଳିକାର ସନ୍ଧାନ ପାଇପାରିନଥିଲେ। ଉମରକୋଟର ଜଣେ ଖେଳନା ବେପାରୀ ପରେଶ ରାୟ ଝିଅକୁ ରାୟପୁରରେ ଦେଖି ଉକ୍ତ ପରିବାରକୁ କହିଥିଲେ। ପରିବାର ଲୋକେ ରାୟପୁର କୁ ଯାଇ ଖୋଜା ଖୋଜି କରିଥିଲେ ବି ପାଇପାରି ନଥିଲେ।

ତେବେ ରାୟପୁର ଷ୍ଟେସନରେ ଉକ୍ତ ନାବାଳିକା କାନ୍ଦୁଥିବା ଦେଖି ରାୟପୁର ପୁଲିସ ଶିଶୁ ସୁରକ୍ଷା କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲେ। ଏ ସଂପର୍କରେ ସୂଚନା ପାଇ ମା’ ଘର ପକ୍ଷରୁ ଉଦ୍ୟମ କରାଯାଇଥିଲା। ଆଜି ନବରଙ୍ଗପୁର ମା’ ଘରର କାଦମ୍ବିନୀ ତ୍ରିପାଠୀ , ନାବାଳିକାର ପରିବାର ରାୟପୁର ଯାଇ ଝିଅକୁ ଚିହ୍ନଟ କରିବା ପରେ ସେଠାରୁ ଅଣାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଜଣେ ଦଲାଲ ଉକ୍ତ ନାବାଳିକାକୁ ମଥୁରାରେ ବିକ୍ରି କରିବାକୁ ନେଉଥିବା ବେଳେ ସେ ଖସି ଆସିଥିଲା। ପୁଲିସ ତାକୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe