ପ୍ରମାଣ ଅଭାବ: ହତ୍ୟା ଅଭିଯୁକ୍ତ ନିର୍ଦୋଷରେ ଖଲାସ

ନବରଙ୍ଗପୁର ଥାନା ଅଂଚଳରେ ୨୦୨୦ମସିହାରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଜିଲ୍ଲା ଓ ଦୌରା ଜଜ ସୁବ୍ରତ ମହାନ୍ତି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ  ଅଭିଯୁକ୍ତ ସୁଦର ମାଝୀ ଓ ମଦନ ମାଝୀକୁ ନିର୍ଦୋଷରେ ଖଲାସ କରିଛନ୍ତି l 

ngp-court

ନବରଙ୍ଗପୁର: ନବରଙ୍ଗପୁର ଥାନା ଅଂଚଳରେ ୨୦୨୦ମସିହାରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଜିଲ୍ଲା ଓ ଦୌରା ଜଜ ସୁବ୍ରତ ମହାନ୍ତି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ  ଅଭିଯୁକ୍ତ ସୁଦର ମାଝୀ ଓ ମଦନ ମାଝୀକୁ ନିର୍ଦୋଷରେ ଖଲାସ କରିଛନ୍ତି l 

ମାମଲାର ବିବରଣୀରୁ ଜଣାଯାଏ ନବରଙ୍ଗପୁର ଥାନା ଅନ୍ତର୍ଗତ ଦେଉଳା ଗ୍ରାମର ପୀତାମ୍ବର ପୂଜାରୀ ୨୦୨୦ମସିହା ଜୁନ ୧୯ତାରିଖ ଦିନ ନବରଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ଭାଇ ଈଶ୍ୱର ପୂଜାରୀ ୧୮ତାରିଖ ଦିନ ରାତ୍ରି ୯ଟାସମୟରେ ନବୀନ ପୂଜାରୀ, ପର୍ଶୁରାମ ଭତରା, ମନୋଜ ପୂଜାରୀ ଓ ଡ଼ଙ୍ଗରୀଗୁଡ଼ା ଗ୍ରାମର ଜଗନ୍ନାଥ ଗୌଡ଼ଙ୍କ ସହ ଶୌଚ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ।  

ଅଭିଯୋଗରେ ସେ ଘଟଣା ପର ଦିନ ତାହାର ମରଶରୀର ସାନମସିଗାଁ ଛକ ନିକଟରେ ଦେଖିବାକୁ ମିଳିଥିଲା ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେl ଏହି ଏତଲା କ୍ରମରେ ନବରଙ୍ଗପୁର ପୁଲିସ ନବରଙ୍ଗପୁର ପିଏସ୍ କେସ ନମ୍ବର ୧୪୬/୨୦୨୦ରେ ଭାରତୀୟ ପିଙ୍ଗଳ କୋର୍ଡ ର ଦଫା ୩୦୨/୨୦୧ରେ ମାମଲା ରୁଜୁ କରି  କରି ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ମଦନ ମାଝୀ, ସୁଦର ମାଝୀ, ଈଶ୍ୱର ପୂଜାରୀ ଓ ଗୁପ୍ତ ମାଝୀକୁ  ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ l 

କୋର୍ଟରେ କେସ ନଂ ସିଟି -୩୮/୨୦ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ମାମଲାର ଶୁଣାଣୀ ଚାଳିବା ସମୟରେ ଅଭିଯୁକ୍ତ ଈଶ୍ୱର ପୂଜାରୀଙ୍କ ମୃତ୍ୟୁ ହୋଇଥିଲା। ସମସ୍ତ ୧୬ ଗୋଟି ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜିଲ୍ଲା ଓ ଦୌରା ଜଜ ସୁବ୍ରତ ମହାନ୍ତି ଅଭିଯୁକ୍ତ ସୁଦର ମାଝୀ ଓ ମଦନ ମାଝୀକୁ ନିର୍ଦୋଷରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଓକିଲ ନରସିଂହ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେl

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe