ନବରଙ୍ଗପୁର (ସୁରେଶ ନାଇଡୁ): ଚାନ୍ଦିଲି ମେଗା ଜଳ ଯୋଗାଣ ପ୍ରକଳ୍ପର ତଦାରଖ କରିଥିଲେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ତୁରନ୍ତ ପ୍ରକଳ୍ପର କାମ ସାରିବାକୁ ଜିଲ୍ଲାପାଳ ଦେଇଥିଲେ ନିର୍ଦ୍ଦେଶ। ଏହି ପ୍ରକଳ୍ପ ଦ୍ବାରା ନବରଙ୍ଗପୁର, ପାପଡାହାଣ୍ଡି ଏବଂ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମପଂଚାୟତକୁ ପାଣି ଯୋଗାଣ ହେବ। ଗ୍ରାମ୍ୟ ଜଳଯୋଣ ବିଭାଗର ଅଧିକ୍ଷକ ଯନ୍ତ୍ରୀ ଇଂ, ପ୍ରତୀକ କୁମାର ରାଉତଙ୍କ ସହ ଅନ୍ୟ ବିଭାଗୀୟ କର୍ମଚାରୀ, ଠିକାସଂସ୍ଥା ଜିଭିପିଆର ପ୍ରତିନିଧି, କମ୍ପାନିର ଇଞ୍ଜିନିୟରଙ୍କ ସହିତ ଜିଲ୍ଲାପାଳ ଜଳବିଶୋଧନ ପ୍ଲାଣ୍ଟର ଯାଞ୍ଚ କରିଥିଲେ। କରିଥିଲେ।
ଅଧୀକ୍ଷକ ଯନ୍ତ୍ରୀ ଇଂ ରାଉତ ଏକ ସ୍କିମେଟିକ୍ ଡାଇଗ୍ରାମ ସାହାଯ୍ୟରେ ମେଗା ପାଇପ୍ ଜଳ ଯୋଗାଣ ଯୋଜନାର ପରିସର ବିଷୟରେ ବିସ୍ତୃତ ଭାବରେ ଅବଗତ ଜିଲ୍ଲାପାଳଙ୍କୁ କରାଇଥିଲେ। ଆସନ୍ତା ଅଗଷ୍ଠ ମାସ ସୁଦ୍ଧା ଏହି ପ୍ରକଳ୍ପକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଇ ୧୫୯ଟି ଯାକ ଗାଁକୁ ପାଣି ପହଚିଂବାକୁ ପଡିବ ବୋଲି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ। ୬୫ପ୍ରତିଶତ ଶ୍ରମିକରେ କାମ କଲେ ବହୁ ଦିନ ପ୍ରକଳ୍ପ ସରିବାକୁ ଲାଗିବ ବୋଲି କହିବା ସହ ଶତପ୍ରତିଶତ ଶ୍ରମିକ ନିୟୋଜିତ କରି ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ଠିକା ସଂସ୍ଥାର ପ୍ରତିନିଧିଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜଳବିଶୋଧନାଗାରର ସମ୍ପୁର୍ଣ୍ଣ ପରିଷ୍କାର ଓ ପରିଚ୍ଛନ୍ନ ରହିବା ଦରକାର ବୋଲି ଜିଲ୍ଲାପାଳ କହିଥିଲେ।
ଆହୁରି ପଢ଼ନ୍ତୁ: SC Judgement: ସଂରକ୍ଷିତ ବର୍ଗର ପ୍ରାର୍ଥୀ କଟ୍-ଅଫ୍ ଅପେକ୍ଷା ଅଧିକ ନମ୍ବର ପାଇଲେ ସାଧାରଣ ଆସନ ପାଇବେ: ସୁପ୍ରମ୍କୋର୍ଟ
ଯାଞ୍ଚ କଲେ ପ୍ରକଳ୍ପ
ଏହା ପରେ, ପାପଡାହାଣ୍ଡି ବଜାର ଅଞ୍ଚଳରେ ୟୁଟିଲିଟି କରିଡରର ଉପଲବ୍ଧତା ନଥିବାରୁ ଏବଂ କ୍ୟାରେଜୱେ ସହିତ ପାଇପଲାଇନ ବିଛାଇବା ପାଇଁ ଏନଏଚର ଅନୁମତି ଅନୁଯାୟୀ ନ ଥିବାରୁ ଠିକାସଂସ୍ଥା ଦ୍ୱାରା ନିଆଯାଇଥିବା ଡାଇଭର୍ସନ କାର୍ଯ୍ୟ ପରିଦର୍ଶନ କରିଥିଲେ। ଚାଲିଥିବା ଡାଇଭର୍ସନ ପାଇପଲାଇନ ବିଛାଇବା କାର୍ଯ୍ୟ ଯାଞ୍ଚ କରିଥିଲେ। ଠିକାସଂସ୍ଥାକୁ ଗୋଟିଏ ମାସ ମଧ୍ୟରେ ଏହାକୁ ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: America Opposed: ଆମେରିକାର ଗ୍ରିନ୍ଲାଣ୍ଡ ଦଖଲ ଉଦ୍ୟମକୁ ରୁଷ୍ର ବିରୋଧ
Follow Us