Advertisment

Child Marriage: ପାଞ୍ଚ ବର୍ଷରେ ୧୮୮୯ ବାଲ୍ୟ ବିବାହ ରୋକିଲାଣି ପ୍ରଶାସନ

Advertisment

୨୦୨୦ ମସିହା ଠାରୁ ୨୦୨୬ ମାର୍ଚ୍ଚ ମାସ ୭ତାରିଖ ଯାଏଁ ୫ବର୍ଷ ୩ମାସ ମଧ୍ୟରେ ୧୮୯୯ଟି ବାଲ୍ୟବିବାହ ଜିଲ୍ଲା ପ୍ରଶାସନ ରୋକିଛି। ଶୋଭା, ଚାଇଲଡ ଲାଇନ୍ ଓ ପୁଲିସ ସହଯୋଗରେ ଏହା ସମ୍ଭବ ହୋଇପାରିଛି।

୨୦୨୦ ମସିହା ଠାରୁ ୨୦୨୬ ମାର୍ଚ୍ଚ ମାସ ୭ତାରିଖ ଯାଏଁ ୫ବର୍ଷ ୩ମାସ ମଧ୍ୟରେ ୧୮୯୯ଟି ବାଲ୍ୟବିବାହ ଜିଲ୍ଲା ପ୍ରଶାସନ ରୋକିଛି। ଶୋଭା, ଚାଇଲଡ ଲାଇନ୍ ଓ ପୁଲିସ ସହଯୋଗରେ ଏହା ସମ୍ଭବ ହୋଇପାରିଛି।

Untitled-19.jpg

ନବରଙ୍ଗପୁର (ସୁରେଶ ନାଇଡୁ): ୨୦୨୦ ମସିହା ଠାରୁ ୨୦୨୬ ମାର୍ଚ୍ଚ ମାସ ୭ତାରିଖ ଯାଏଁ ୫ବର୍ଷ ୩ମାସ ମଧ୍ୟରେ ୧୮୯୯ଟି ବାଲ୍ୟବିବାହ ଜିଲ୍ଲା ପ୍ରଶାସନ ରୋକିଛି। ଶୋଭା, ଚାଇଲଡ ଲାଇନ୍ ଓ ପୁଲିସ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ଗତ ଜାନୁଆରି ମାସରୁ ଆଜି ଯାଏଁ ୧୧୭ଟି ବାଲ୍ୟବିବାହକୁ ବନ୍ଦ କରାଯାଇଛି। ତେବେ ଏହାଠାରୁ ଢ଼େର ଅଧିକା ବାଲ୍ୟବିବାହ ହେଉଛି। ପ୍ରଶାସନ କିଛି ସ୍ଥାନରେ ଚେତାବନୀ ଦେଇ ରୋକୁଛି। ଆଖିଦୃଷ୍ଟିଆ କିଛି କାର୍ଯ୍ୟାନୁଷ୍ଠାନ ହେଉନି। ନାବାଳିକାମାନେ ବାହା ହୋଇ ପ୍ରସବ ବେଳେ ରକ୍ତହୀନତାରେ ବହୁ ମୃତାହତ ହେଉଛନ୍ତି। ଫଳରେ ଆଗାମୀ ଦିନରେ ଏହା ଜନସଂଖ୍ୟା ବୃଦ୍ଧି ଏବଂ ମହିଳା ସଂଖ୍ୟା ବୃଦ୍ଧିରେ ଘାତକ ପରିସ୍ଥିତି ସୃଷ୍ଟି ହେବ।

କେନ୍ଦ୍ର ସରକାରଙ୍କ ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ଏନ୍ଏଫ୍ଏଚ୍ଏସ୍-୫ ସର୍ଭେ ଅନୁଯାୟୀ ରାଜ୍ୟରେ ବାଲ୍ୟବିବାହ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ପ୍ରଥମ। ୧୮ବର୍ଷରୁ କମ୍ ବୟସରେ ୩୯ ପ୍ରତିଶତ ନାବାଳିକା ବିବାହ  କରି ଗର୍ଭବତୀ ହେବା ସହ ମାତୃତ୍ଵ ଲାଭ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୫୫ ପ୍ରତିଶତ ମା ରକ୍ତହୀନତା‌ର ଶୀକାର ହୋଇ ପ୍ରସବ ସମୟରେ ରକ୍ତ ପାଇଁ ଜୀବନ ମରଣ ସ୍ଥିତି ରହୁଛନ୍ତି । ଦୁଇ ବର୍ଷ ତଳେ ସର୍ବଭାରତସ୍ତରରେ ଜିଲ୍ଲା ପ୍ରଥମ ରହିଥିଲା। ବ୍ୟାପକ ସଚେତନତା ଏବଂ ବାଲ୍ୟବିବାହକୁ ରୋକାଯିବାରୁ ଏବେ ଏହା ଖସି ଓଡିଶାରେ ୧ ନଂରେ ପହଚିଂଛି ।

ଜିଲ୍ଲାରେ ୨୦୨୦ ମସିହାରେ ୭୮ଟି, ୨୦୨୧ ମସିହାରେ ୧୪୪ଟି, ୨୦୨୨ ମସିହାରେ ୨୯୭ଟି, ୨୦୨୩ ମସିହାରେ ୪୪୦ଟି, ୨୦୨୪ମସିହାରେ ୩୭୩ଟି, ୨୦୨୫ମସିହାରେ ୩୮୦ଟି, ଗତ ଜାନୁଆରିରୁ ପେବ୍ରୁଆରିରେ ୧୦୭ଟି ଓ ମାର୍ଚ୍ଚ ମାସର ପ୍ରଥମ ୭ଦିନ ମଧ୍ୟରେ ୧୦ଟି ଏଭଳି ୧୮୯୯ଟି  ବାଲ୍ୟବିବାହ ରୋକାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।

ଜିଲ୍ଲାର ୧୦ଟି ବ୍ଲକରେ ୧୦୫୮ଟିଗାଁକୁ ବାଲ୍ୟ ବିବାହମୁକ୍ତ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଜିଲ୍ଲାର ସବୁ ବ୍ଲକରେ ବାଲ୍ୟବିବାହ ହେଉଥିଲେହେଁ ସର୍ବାଧିକ ଉମରକୋଟ, କୋଷାଗୁମୁଡା, ଝରିଗାଁ, ରାଇଘର, ପାପଡାହାଣ୍ଡି, ନବରଙ୍ଗପୁରରେ ହେଉଛି। ଜିଲ୍ଲାରେ ପରମ୍ପରା ନାଁରେ ନାବାଳିକା ତଥା କିଶୋରୀମାନଙ୍କୁ ବିବାହ ବୟସ ନ ହେଉଣୁ ବିବାହ କରିବା, କିମ୍ବା କିଶୋରୀମାନେ ନିଜେ ପସନ୍ଦ କରି ବିବାହ (ଉଦୁଲିଆ ଯାଇ) ପରେ ଦୀର୍ଘ କିଛି ମାସ ପରେ ଗର୍ଭ ସହ ବି ବିବାହ କରାଯାଉଛି। ଦାଦନ ଖଟିବାକୁ ଯାଇ ସେଠାରେ ନାବାଳିକାମାନେ ଅନ୍ୟ କିଛି କାରଣବଶତଃ ଗର୍ଭବତୀ ହୋଇ ଫେରିବା କିମ୍ବା ସେଠାରେ ବାହା ହେବା ପରେ  ଫେରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Weekly Market: ୨୦ ଏକରରୁ ୧୦ ଲାଇନ୍‌କୁ ସଂଙ୍କୋଚିତ ହୋଇଗଲା ନବରଂଗପୁର ସାପ୍ତାହିକ ହାଟ

କମ୍ ବୟସରେ ନାବାଳିକା ତଥା କିଶୋରୀ ମାନେ ବାହା ହେବା ପରେ ଗର୍ଭଧାରଣ କଲେ କଣ କଣ ସମସ୍ୟାର ସମ୍ମୁଖୀନ ହେବାକୁ ପଢ଼ୁଛି ସେ ନେଇ ସଚେତନତା ଆରମ୍ଭ ହୋଇଛି। ଜିଲ୍ଲାର ସବୁ ବ୍ଲକରେ ଶିଶୁ ସୁରକ୍ଷା ରଥ ସହ ବାଲ୍ୟ ବିବାହ ରୋକିବାକୁ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଡିଏସଡବ୍ଲୁଓ ଦ୍ରୈପଦୀ କହଁର। ଏବେ ନାବାଳକମାନେ ମଧ୍ୟ ବିବାହ କରିବା ନିଶ୍ଚିତ ରୁପେ ଚିନ୍ତାଜନକ ବୋଲି କହିଛନ୍ତି ଡିଏସଡବ୍ଲୁଓ। ‘ଶୋଭା’ ଅନୁଷ୍ଠାନପକ୍ଷରୁ ଜିଲ୍ଲାସ୍ତରୀୟ ୟୁନିଟ୍ ସମ୍ପୁର୍ଣ୍ଣ ରୁପରେ ବାଲ୍ୟବିବାହ ରୋକିବା ଓ ସଚେନତା ସୃଷ୍ଟି ଦିଗରେ କାମ କରୁଛନ୍ତି ବୋଲି କହିଛନ୍ତି ଶୋଭା ଅନୁଷ୍ଠାନର ସମ୍ପାଦକ ସଂଜିତ ପଟ୍ଟନାୟକ। ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥା ଯୋଗୁଁ ଆଗାମୀ ଦିନରେ ଜିଲ୍ଲାରେ ଜନବିସ୍ପୋରକ ପରିସ୍ଥିତି ଉପୁଜିପାରେ। ବେଳ ଥାଉଣୁ ହିଁ ସବୁ ସଚେତନ ହୋଇ ଏହାକୁ ରୋକିବାକୁ ପଡ଼ିବ ବୋଲି କହିଛନ୍ତି ସଂଜିତ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe