ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲାସ୍ତରୀୟ ମଣ୍ଡେଇ ଲୋକ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ସଂଧ୍ୟାରେ ନବରଂଗପୁରଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମ‌ହେଶ୍ବର ସ୍ବାଇଁ ସଭାପତିତ୍ବ କରିଥିଲେ। ସଦିଛା, ଶୁଭକାମନା, ସହଯୋଗ, ଭାଇଚାରା ଯୋଗୁଁ ସଫଳ ହୋଇଛି ବୋଲି ସେ କହିଥିଲେ। ଏପରି ସହଯୋଗ ରହିଲେ ଯେତେବଡ କାର୍ଯ୍ୟକ୍ରମକୁ ବି ସଫଳ କରି ହେବ ବୋଲି ଜିଲ୍ଲାପାଳ କହିଥିଲେ। କାନ୍ଧକୁ କାନ୍ଧ ମିଳେଇବା ଯୋଗୁଁ ଏହା ସଫଳ ହୋଇଛି। ପୁଲିସ ଓ ଗଣମାଧ୍ୟମର ସହଯୋଗ ଯୋଗୁଁ ଏହା ସଫଳ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ମଣ୍ଡେଇ ମଂଚ ନିର୍ମାଣ କରାଯାଇଥିବା କଳାକାରଙ୍କୁ ପ୍ରଶଂସା କରିଥିଲେ। ସହରବାସୀଙ୍କ ସଦିଛା ଓ ସହଯୋଗ ଫଳରେ ଏହା ସଫଳ ହୋଇଛି, ମୁଁ ଋଣୀ ହୋଇଛି। ମାଁ,ଭଣ୍ଡାରଘରଣୀଙ୍କ ଜୟ ବୋଲି କହି ମା’ଭଣ୍ଡାରଘରଣୀଙ୍କ ଆର୍ଶିବାଦରୁ ଆଜି କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ଜିଲ୍ଲାପାଳ ଡ. ସ୍ବାଇଁ କହିଥିଲେ।

Advertisment

ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ବଜିତ୍ ଚନ୍ଦ୍ର ବର୍ମନ୍, ପିଏ ଆଇଟିଡିଏ ରାଜୀବ ଲୋଚନ ସାହୁ, ପୁର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରଓ୍ବାନ୍, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡିଆଇପିଆରଓ ମନୋଜ କୁମାର ବେହେରା,ଏପିଡି ଯଦୁମଣି ନାୟକ, ସିଏସଓ ଦେବାଶିଷ ମହାନ୍ତି,ବିଡିଓ ଡ.ସୁନିଲ ଖରା, ଡ.ଅଶୋକ କୁମାର କର୍ଣ୍ଣ, ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଦିଲ୍ଲୀପ ଦାଶ, ଜିଲ୍ଲାଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଡିଏସଡବ୍ଲୁଓ ଦ୍ରୈପଦୀ କହଁର, ଡିଡବ୍ଲୁଓ ପାଲକା ରବିନ୍ଦ୍ର, ଡିଏସଏସଓ ସୁଧାଂଶୁ ଶେଖର ପାତ୍ର,   ଡିସିଓ ଘାସିରାମ ହରିଜନ, ନନ୍ଦାହାଣ୍ଡି ବିଡିଓ କ୍ଷିରୋଧ ସାହୁ, ଓରମାସର ଡେପୁଟି ସିଇଓ ରୋଶନ କୁମାର କାର୍ତ୍ତିକ ପ୍ରମୁଖ ଯୋଗ ଦେଇ ଜିଲ୍ଲାର କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ, ମଣ୍ଡେଇ କାର୍ଯ୍ୟକ୍ରମକୁ ସଫଳ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Mandei: ମଣ୍ଡେଇ ଚତୁର୍ଥ ସଂଧ୍ୟାରେ କଳାକାରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

ମଞ୍ଚରେ ନାଚିଲେ ଅଧିକାରୀ

ୟୁନିକ୍ ପବ୍ଲିକ ସ୍କୁଲ, କିଡଜୀ ସ୍କୁଲ, ସ୍ମାର୍ଟଗୁରୁକୁଳ ସ୍ନାତକ ମହାବିଦ୍ୟାଳୟ, ଭୈରବ ଡାନ୍ସ ଗୃପ, ଭତରାସିରସୀ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟ, ବାସିନୀ ଆଶ୍ରମ ସ୍କୁଲ, ହିର୍ଲୀ ଗୃପ, ଦଳେଇଗୁଡା ଡାନ୍ସ ଗୃପ, ଏବିସିଡି କୁସୁମି ଗ୍ରୁପ, ଏକେ ଡାନ୍ସ ଗୃପ, ଜିୟୁପିଏସ୍ ଏକ୍ସବୋର୍ଡ, ଜିଲ୍ଲାପେଚାଂକ ସିଲଟ୍ କ୍ରୀଡା ସଂଘ, ପୁରୁଷୋତ୍ତମ କଳାକେନ୍ଦ୍ର, ରାଜ ନୃତ୍ୟ ଦଳ, ଏନବି ଡାନ୍ସ ଷ୍ଟୁଡିଓ , ଓ ସାରେଗମା ଓର୍କେଷ୍ଟା ଦ୍ବାରା ଦର୍ଶକ ମାନେ ମତୁଆଲା ହୋଇଥିଲା। ଏହି ଅବସରରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ଝୋଟି (ରଙ୍ଗୋଲି), ଅଲୋକଚିତ୍ର(ଫଟୋଗ୍ରାପୀ) ପ୍ରତିଯୋଗିତା, ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସହ ବିଭିନ୍ନ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଣ୍ଡେଇର ତ୍ୟାଗ ଓ ଅବଦାନ ପାଇଁ ମନୋଜ ପଟ୍ଟନାୟକ, ଡ. ସଂଞୁକ୍ତା ପଣ୍ଡା, ସୀମାଂଚଳ ରଥ, ଜନାବ ଇଲିଆସ୍, ଦେବଦାସ ମହାଙ୍କୁଡ, ଜି.ଭିଭି ରଂଜିତା, ଇଂ. ଚନ୍ଦନା ମଲ୍ଲୀକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମସ୍ତ ଅଧିକାରୀ ମାନେ ଆଦିବାସୀ ଲୋକନୃତ୍ୟରେ ମଂଚରେ ନାଚ କରି ମଂଚକୁ ଦୁଲକାଇ ଥିଲେ।

ଆହୁରି ପଢ଼ନ୍ତୁ: Landrover Village: ଏହି ଗାଁରେ ସମସ୍ତଙ୍କ ଘରେ ଅଛି ଏକାଧିକ ଲ୍ୟାଣ୍ଡରୋଭର, ଭଡାରେ ଲଗାନ୍ତି ଦାମୀ କାର