ଅପପୃଷ୍ଟି ନିୟନ୍ତ୍ରଣରେ ସଫଳତା: ନବରଙ୍ଗପୁରକୁ ମିଳିଲା ପୁରସ୍କାର

ଦେଶର ୧୧୨ଟି ଅକ୍ଷାଂକା ଜିଲ୍ଲା ମଧ୍ୟରୁ ଅପପୃଷ୍ଟି ନିୟନ୍ତ୍ରଣରେ ସଫଳତା ହାସଲ କରିଥିବାରୁ ନବରଙ୍ଗପୁର ଜିଲ୍ଲାକୁ ସର୍ବ ଭାରତୀୟ ସ୍ତରରେ ନିତି ଆୟୋଗ ପକ୍ଷରୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି।

ngp-prize opprusti  collegector

ନବରଙ୍ଗପୁର: ଦେଶର ୧୧୨ଟି ଅକ୍ଷାଂକା ଜିଲ୍ଲା ମଧ୍ୟରୁ ଅପପୃଷ୍ଟି ନିୟନ୍ତ୍ରଣରେ ସଫଳତା ହାସଲ କରିଥିବାରୁ ନବରଙ୍ଗପୁର ଜିଲ୍ଲାକୁ ସର୍ବ ଭାରତୀୟ ସ୍ତରରେ ନିତି ଆୟୋଗ ପକ୍ଷରୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନୀତି ଆୟୋଗର ସିଇଓ ଭି. ବି. ଆର. ସୁବ୍ରହ୍ମଣ୍ୟମଙ୍କଠାରୁ ଏହି ପ୍ରତିଷ୍ଠିତ ପୁରସ୍କାର ଗ୍ରହଣ କରିଛନ୍ତି। ଦିନ ଥିଲା ଆଧିବାସୀ ଅଧ୍ୟୁଷିତ ନବରଙ୍ଗପୁରଜିଲ୍ଲା ଅପପୃଷ୍ଟି ଶିଶୁଙ୍କ ପାଇଁ ଦୁର୍ନାମ ମୁଣ୍ଡାଇଥିଲା। 

୨୦୧୪-୧୫ରେ ଜିଲ୍ଲାର ୧୦୦ ଶିଶୁରେ ୪୬ ଶିଶୁଙ୍କ ବୟସ ଅନୁଯାୟୀ ଉଚ୍ଚତା କମ ରହିଥିଲା। ୨୦୧୯-୨୦ରେ ଏହି ହାର ୪୪ ପ୍ରତିଶତକୁ ଖସିଥିଲା। ଏବେ ୨୦୨୪-୨୫ରେ ଏହା୧୦.୭୬ ପ୍ରତିଶତକୁ ହ୍ରାସ ପାଇଛି। ବୟସ ଅନୁଯାୟୀ ଶିଶୁଙ୍କ ଓଜନ କମ୍ ବର୍ଗରେ ୨୦୧୪-୧୫ରେ ୫୧ ପ୍ରତିଶତ ରହିଥିଲା। ୨୦୧୯-୨୦ରେ ୪୭ ପ୍ରତିଶତ ଓ ୨୦୨୪-୨୫ରେ ୩.୫୪କୁ ହ୍ରାସ ପାଇଛି। ଅତ୍ୟନ୍ତ କୁପୋଷଣ ଶିଶୁ ଯେଉଁମାନଙ୍କ ଓଜନ ଓ ଉଚ୍ଚତା ଉଭୟ କମ ରହିଛି ସେମାନଙ୍କ ପରିସଂଖ୍ୟନରେ ମଧ୍ୟ ଉନ୍ନତି ଘଟିଛି।

୨୦୧୯-୨୦ରେ ଏହି ହାର ୪୪ ପ୍ରତିଶତକୁ ଖସିଥିଲା। ଏବେ ୨୦୨୪-୨୫ରେ ଏହା୧୦.୭୬ ପ୍ରତିଶତକୁ ହ୍ରାସ ପାଇଛି। ବୟସ ଅନୁଯାୟୀ ଶିଶୁଙ୍କ ଓଜନ କମ୍ ବର୍ଗରେ ୨୦୧୪-୧୫ରେ ୫୧ ପ୍ରତିଶତ ରହିଥିଲା।

୨୦୧୪-୧୫ରେ ୩୬ ପ୍ରତିଶତ ଥିବା ବେଳେ ୨୦୧୯-୨୦ରେ ଏହା ୨୫ ଓ ୨୦୨୪-୨୫ରେ ୦.୪୮ ପ୍ରତିଶତକୁ ହ୍ରାସ ପାଇଛି। ଅପ‌ପୁଷ୍ଟି ରୋକିବାକୁ ଜିଲ୍ଲାସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲାପ୍ରଶାସନ, ଜିଲ୍ଲାସ୍ବାସ୍ଥ୍ୟ ବିଭାଗର ସମନ୍ବୟରେ ତୃଣମୂଳ ସ୍ତରରେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି। ଏହି ପୁରସ୍କାର ଆଗାମୀ ଦିନରେ ଜିଲ୍ଲାସ୍ତରରୁ ତୃଣମୂଳସ୍ତର ଯାଏଁ କାମ କରୁଥିବା ସମସ୍ତ ବିଭାଗର  କର୍ମଚାରୀଙ୍କ ଉଦ୍ୟମରେ ମିଳିଛି। ସେମାନେ ପ୍ରଶାଂସାର ପାତ୍ର ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ଅପରପକ୍ଷରେ ଏହି ଧାରାକୁ ବଜାୟ ରଖିବା ସହ ତୃତୀୟ ସ୍ଥାନରୁ କିଭଳି ପ୍ରଥମ ସ୍ଥାନକୁ ଯିବାକୁ ପଡିବ ସେ ଉଦ୍ୟମ ବି ଆରମ୍ଭ କରିବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପାଳ।  

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe