Sansadiya Sankul Vikas Yojana: ସାଂସଦ ସଙ୍କୁଳ ବିକାଶ ପରିଯୋଜନାରେ ଝରିଗାଁ ବ୍ଲକର ୨୪ଗାଁ ସାମିଲ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି‌ର ସବୁ ସାଂସଦଙ୍କୁ ସାଂସଦ ସଙ୍କୁଳ ବିକାଶ ପରିଯୋଜନା ଜରିଆରେ ନିଜ ସଂସଦୟୀକ୍ଷେତ୍ରରେ ୨୦ରୁ ୨୫ ଗ୍ରାମକୁ ଏକ କ୍ଲଷ୍ଟର (ସଂକୁଳ) ଭାବେ ଗ୍ରହଣ କରି ସମନ୍ୱିତ ବିକାଶ ସୁନିଶ୍ଚିତ କରିବାକୁ ପଡ଼ିବ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି‌ର ସବୁ ସାଂସଦଙ୍କୁ ସାଂସଦ ସଙ୍କୁଳ ବିକାଶ ପରିଯୋଜନା ଜରିଆରେ ନିଜ ସଂସଦୟୀକ୍ଷେତ୍ରରେ ୨୦ରୁ ୨୫ ଗ୍ରାମକୁ ଏକ କ୍ଲଷ୍ଟର (ସଂକୁଳ) ଭାବେ ଗ୍ରହଣ କରି ସମନ୍ୱିତ ବିକାଶ ସୁନିଶ୍ଚିତ କରିବାକୁ ପଡ଼ିବ...

ngp-sansad1 (2)

ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି‌ର ସବୁ ସାଂସଦଙ୍କୁ ସାଂସଦ ସଙ୍କୁଳ ବିକାଶ ପରିଯୋଜନା ଜରିଆରେ ନିଜ ସଂସଦୟୀକ୍ଷେତ୍ରରେ ୨୦ରୁ ୨୫ ଗ୍ରାମକୁ ଏକ କ୍ଲଷ୍ଟର (ସଂକୁଳ) ଭାବେ ଗ୍ରହଣ କରି ସମନ୍ୱିତ ବିକାଶ ସୁନିଶ୍ଚିତ କରିବାକୁ ପଡ଼ିବ, ଯାହା ଦ୍ଵାରା ଗ୍ରାମଗୁଡ଼ିକ ସ୍ୱାବଲମ୍ବୀ ଏବଂ ଦାଦନ-ମୁକ୍ତ ହୋଇପାରିବ। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବାଣୁଆଗୁଡ଼ା ଓ ଛାତିବେଡ଼ା ପଂଚାୟତର ୨୪ଟି ଗାଁକୁ ସାମିଲ କରି ସମ୍ପୁର୍ଣ୍ଣ ରୁପରେଖର ପରିବର୍ତ୍ତନ କରିବାକୁ ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ ଲକ୍ଷ୍ୟ ରଖିଥିବା କହିଛନ୍ତି।

ସାଂସଦୀୟ ସଂକୁଳ ବିକାଶ ପରିଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ଯୁବକମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦାଦନକୁ ରୋକିବା। ପ୍ରକଳ୍ପର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ହେଲା, ଆଦିବାସୀ ସଶକ୍ତିକରଣ। ଏହି ପ୍ରକଳ୍ପଟି ବିଶେଷ ଭାବରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଡିଜାଇନ୍ କରାଯାଇଛି। ସ୍ଥାନୀୟ ଦକ୍ଷତା ତାଲିମ ମାଧ୍ୟମରେ ସେମାନଙ୍କ ଗ୍ରାମ କିମ୍ବା ବ୍ଲକରେ ଯୁବକମାନଙ୍କୁ ସ୍ଥାନୀୟ ଅଂଚଳରେ ନିଯୁକ୍ତି ପ୍ରଦାନ କରିବା। ସ୍ବେଚ୍ଛାସେବୀ ସଂସ୍ଥା, କୃଷି ବିଞାନ କେନ୍ଦ୍ର,ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଦ୍ବାରା ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଏବଂ ଆତ୍ମନିଯୁକ୍ତି ପାଇଁ ତାଲିମ ଦେଇ ଗ୍ରାମୀଣ ବେକାରୀ ସମସ୍ୟାର ସମାଧାନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ କରିବାକୁ ସାମିଲ କରିବା ରହିଛି। ଗ୍ରାମୀଣ ଅର୍ଥନୀତିକୁ ଆତ୍ମନିର୍ଭରଶୀଳ କରିବା ଏବଂ ଆଦିବାସୀ ସମାଜର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି। ଗ୍ରାମଗୁଡ଼ିକୁ ଆୟୁଷ ଯୋଜନା ସହିତ ପରିପୂର୍ଣ୍ଣ କରିବା।

ଦକ୍ଷତା ବିକାଶ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦ୍ବାରା ପ୍ରଦତ୍ତ ୪୦ରୁ ଉର୍ଦ୍ଧ୍ବ ଯୋଜନାର ସମ୍ପୁର୍ଣ୍ଣ ସଫଳ ରୁପାୟନ ଏହି ଗାଁ ଗୁଡିକରେ କରାଯିବ। ଗାଁରେ ପିଡିଏସ୍ କାର୍ଡ, ଜବକାର୍ଡ ଠାରୁ ଆରମ୍ଭ କରି  ସବୁ ଯୋଜନାରେ ଲୋକଙ୍କୁ ସାମିଲ କରି ଲୋକଙ୍କ ଦ୍ବାରାହିଁ ସମ୍ପାଦିତ ହେବ। ସାଂସଦ ଯେହେତୁ ବିଭିନ୍ନ ଯୋଜନା ଗୁଡିକର ଜିଲ୍ଲାସ୍ତରରେ ସମୀକ୍ଷା କରିବା ଏବଂ ଅନୁମୋଦନ କରିବାରେ ଭୂମିକା ରହୁଛି। ସେ ଏ ଦିଗରେ ପଦକ୍ଷେପ ନେବେ। ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ଚିହ୍ନଟ ୨୪ଟି ଗାଁକୁ ପ୍ରମୁଖତା ଦେଇ ସବୁ ଯୋଜନା କାର୍ଯ୍ୟକାରୀ କରାଇ ଲୋକଙ୍କୁ ସମ୍ପୃକ୍ତ କରାଇ‌ବେ। ଝରିଗାଁ ବ୍ଲକର ବାଣୁଆଗୁଡା ପଂଚାୟତର ସିନ୍ଧିଗୁଡା, କେନ୍ଦୁକୋନା, ପଲସଗାଁ, କୁହୁରାକୋଟ, ବୁଟିଆଗୁଡା, ଭୁସାଗୁଡା, ଏକଟାଗୁଡା, ବାଣୁଆଗୁଡା, ରାଜାମୁଣ୍ଡା, ଗୋମିୱାଡା, ଧାରଣୀବେଢ଼ା, ଝହରାବାଲିସାହି, ସାନ୍ତାସାହି, ଝୁନାପାରା, ନୂଆସାହି, ଗାଉଁଣ୍ଟିଆସାହି, ଚିତାବେଡ଼ା ପଂଚାୟତର ଷଣ୍ଡସା, ଭାଲିଆଗୁଡା, କଦଭାଟିଆଗୁଡା, ସିଉନାଗୁଡ଼ା, ଜାମ୍ବ ଧଡା, ଗାଉଁଣ୍ଟିଆ ଗୁଡା, ଢ଼େବରାଗୁଡ଼ା, ପିପଲଗୁଡା ଆଦି ରହିଛି। ଗତ କିଛି ମାସ ଧରି ଚାଳିଥିବା ଯୋଜନା ଗୁଡ଼ିକର ସମୀକ୍ଷା ନୂଆଦିଲ୍ଲୀର ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ହୋଇଥିଲା। ଏଥିରେ ରାଷ୍ଟ୍ରୀୟ ସଂଗଠକ ଭି.ସତୀଶ ରାଜୁ ଏହାର ସମୀକ୍ଷା ଗାଁ ୱାରୀ କରିଥିବା କହିଛନ୍ତି ସାଂସଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe