୪୬ବର୍ଷତଳର ସ୍ମୃତିକୁ ନେଇ ଭାବପ୍ରବଣ ସାଂସଦ

୪୬ବର୍ଷ ତଳେ ନବରଙ୍ଗପୁର ସାଂସଦ ଇଂ.ବଳଭଦ୍ର ମାଝୀ ନବରଙ୍ଗପୁର ଆରସିଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇ ପାସ୍ କରିଥିଲେ। ଜିଲ୍ଲାସ୍ତରୀୟ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ଏହି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା।

ngp-mp recall the school life (1)

ନବରଙ୍ଗପୁର: ୪୬ବର୍ଷ ତଳେ ନବରଙ୍ଗପୁର ସାଂସଦ ଇଂ.ବଳଭଦ୍ର ମାଝୀ ନବରଙ୍ଗପୁର ଆରସିଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇ ପାସ୍ କରିଥିଲେ। ଜିଲ୍ଲାସ୍ତରୀୟ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ଏହି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସି ଏହି ହାଇସ୍କୁଲକୁ ୪୬ବର୍ଷ ପରେ ପ୍ରଥମ କରି ଆସିଥିବା କହିଥିଲେ।

ସେ ପରୀକ୍ଷା ଦେଇଥିବା ରୁମକୁ ଯାଇ ସେ ବସି ପରୀକ୍ଷା ଦେଇଥିବା ସିଟ୍ ଖୋଜି ବସିଥିଲେ। କିଛି ସମୟ ଭାବପ୍ରବଣ ହୋଇ ସ୍କୁଲ ଛାତ୍ରଭଳି ‌ଲାଗୁଥିବା କହିଥିଲେ ସାଂସଦ। ତାଙ୍କ ସହ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଓ ପୌରଅଧ୍ୟକ୍ଷ କୁନୁ ନାୟକ ମଧ୍ୟ ଏହି ବିଦ୍ୟାଳୟ ସହ ଛାତ୍ରଜୀବନର ସଂପୃକ୍ତିକୁ ନେଇ ସ୍ମୃତି ରୋମନ୍ଥନ କରିଥିଲେ।  

ସାଂସଦ ସହପାଠୀ ଓ ସ୍କୁଲର ଶିକ୍ଷକଙ୍କ ସହ ଆସି  ସ୍ଥାନୀୟ ଏକ୍ସବୋର୍ଡ ସ୍କୁଲରେ ରହି ପରୀକ୍ଷା ଦେଇଥିଲେ ବୋଲି କହିଥିଲେ। ଏହି  ପରୀକ୍ଷା ପରେ ତାଙ୍କ ଜୀବନର ନୂଆ ସୋପାନ ଆରମ୍ଭ ହୋଇଥିବା କହିଛନ୍ତି ସାଂସଦ। ନବରଙ୍ଗପୁର ସହରକୁ ସେ ଦ୍ବିତୀୟ ଥର ପାଇଁ ଆସି ମାଟ୍ରୀକ ପରୀକ୍ଷା ଦେଇଥିବା କହିଛନ୍ତି।

ଅବିଭକ୍ତକୋରାପୁଟ ଜିଲ୍ଲା ଏକ ହୋଇ କୋରାପୁଟ ରହିବା ସମୟରେ ସେ ପରୀକ୍ଷା ଦେଇଥିବା କହିଛନ୍ତି ସାଂସଦ। ଯଦିଓ ହାଇସ୍କୁଲର ଚେୟାର ଟେବୁଲ ଓ ଚଟାଣ ସହ ଭିତ୍ତିଭୂମିରେ ଅନେକ ସୁଧାର ‌ଆସିଥିବା ବେଳେ ଆହୁରି ବହୁତ କିଛି କରାଯିବାର ଆବଶ୍ୟକତା ନିହାତି ରୁପେ ରହିଛି‌ ବୋଲି ସାଂସଦ ଶ୍ରୀ ମାଝୀ କହିଥିଲେ।

Nabarangpur | Balabhadra Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe