ପଡ଼ିଆରୁ ଆବର୍ଜନା ସଫା କଲେ ନବରଂଗପୁର ସାଂସଦ

ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ‘ସେବା ପକ୍ଷ’ ଅବସରରେ ଜିଲ୍ଲାସ୍ତରୀୟ ଗଣଦୌଡ (ମାରଥାନ) ସଦାଶିବ ପାର୍କ ଠାରୁ ପୁଲିସ( ପୁରୁଣା ମଣ୍ଡେଇ )ପଡ଼ିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ngp-claening (2)

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ‘ସେବା ପକ୍ଷ’ ଅବସରରେ ଜିଲ୍ଲାସ୍ତରୀୟ ଗଣଦୌଡ (ମାରଥାନ) ସଦାଶିବ ପାର୍କ ଠାରୁ ପୁଲିସ( ପୁରୁଣା ମଣ୍ଡେଇ )ପଡ଼ିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ଛାତ୍ରଛାତ୍ରୀ ସମେତ ଜିଲ୍ଲାର ବିଭିନ୍ନ ଶିକ୍ଷା, କ୍ରୀଡା ଓ ଅନେକ ବେସରକାରୀ ଅନୁଷ୍ଠାନର ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ। 

ପୁରସ୍କାର ବିତରଣୀ ଉତ୍ସବ ପରେ ପଡ଼ିଆକୁ ସାଂସଦ ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ ସଫା କରିଥିଲେ। ପଡ଼ିଆରେ ପଡ଼ିଥିବା ଖାଦ୍ୟ ପ୍ୟାକେଟ, ପାଣି ବୋତଲ, ପଲିଥିନ୍ ଆଦି ବୁଲି ବୁଲି ସଂଗ୍ରହ କରିଥିଲେ।

ସାଂସଦଙ୍କ ସହ ଏଥିରେ ପୌର ଅଧ୍ୟକ୍ଷ କୁନୁ ନାୟକ, ପୌରପାଳିକା ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ବିଜେପି ଜିଲ୍ଲା ସଭାପତି କୁଜଂ ବିହାରୀ ଦାଶ, ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲାକୃଷ୍ଣ ରାଓ, ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କାଉନସିଲର ଶର୍ମିଷ୍ଠା ଦେଓ, ନଗେନ୍ଦ୍ର ପଟ୍ଟନାୟକ, କିଶୋରୀ ପଟ୍ଟନାୟକ, ମନୋଜ ନାୟକଙ୍କ ସହ ବିଭିନ୍ନ ଅନୁଷ୍ଠାନର ସଭ୍ୟ ମାନେ ଭାଗ ନେଇ ସଫା କରିଥିଲେ।

ngp-claening (3)

କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ସାଂସଦଙ୍କ ଏଭଳି ସ୍ବଚ୍ଛତା ଓ ସପେଇ ଓପରିମଳ କାର୍ଯ୍ୟକ୍ରମକୁ ସାଧାରଣରେ ସ୍ବାଗତ କରାଯାଇଛି। ଏହି ଧାରା ଅନ୍ୟ ମନ୍ତ୍ରୀ, ବିଧାୟକ ଆଦି ବି ବିଭିନ୍ନ କାର୍ଯ୍ୟକ୍ରମରେ ଜାରୀ ରଖିଲେ ଏହା ସମାଜକୁ ମାର୍ଗଦର୍ଶନ ଦେବ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe