ଦାଦନ ଖଟିବାକୁ ଯାଇଥିଲେ ମୁମ୍ବାଇ, ନବରଙ୍ଗପୁର ଜିଲ୍ଲାର ଶ୍ରମିକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ

Advertisment
ଦାଦନ ଖଟିବାକୁ ଯାଇଥିଲେ ମୁମ୍ବାଇ, ନବରଙ୍ଗପୁର ଜିଲ୍ଲାର ଶ୍ରମିକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ

ନବରଙ୍ଗପୁର: ପାପାଡାହାଣ୍ଡି ବ୍ଲକ ମୈଦଲପୁର ନିକଟସ୍ଥ କଣ୍ଟାମାଳ ଗ୍ରାମ ପଞ୍ଚାୟତର ଲକ୍ଷ୍ମଣ ମାଝୀ ଓ ଗଙ୍ଗେଏ ମାଝୀଙ୍କ ପୁଅ ରୋନୁ ମାଝୀ (୨୫) ପାରିବାରର ଆର୍ଥିକ ଅବସ୍ଥା ଠିକ୍‌ ନଥିବାରୁ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। କିଛିଦିନ ତଳେ ରୋନୁ ଗ୍ରାମର ଜଣେ ସାଥୀଙ୍କ ସହିତ ଦାଦନ ଖଟିବାକୁ ମୁମ୍ବାଇ ଯାଇ ଡେଙ୍ଗୁ ଜ୍ୱରର ଆକ୍ରାନ୍ତ ହୋଇଛନ୍ତି। ସେଠାରେ କାମ କରିବା ପରେ ହଠାତ ଦେହ ଅସୁସ୍ଥ ହେବାରୁ ପ୍ରବଳ ଜ୍ୱର ହୋଇଥିଲା। ଏହା ପରେ ସେ ପାଖରେ ଥିବା ଏକ ଘରୋଇ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ।

ଡାକ୍ତର ରକ୍ତ ପରୀକ୍ଷା ପାଇଁ ଶ୍ରୀଗଣେଶକୃପା ପାଥୋଲଜିରେ ରକ୍ତ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ଜଣାପଡିଲା ଯେ, ରୋନୁ ଡେଙ୍ଗୁ ପଜିଟିଭରେ ପୀଡ଼ିତ। ଏହା ପରେ ସେ ଚିନ୍ତାରେ ପଡି ଯାଇଥିଲେ। ପାଖରେ ଥିବା କିଛି ଟଙ୍କାରେ ଚିକିତ୍ସା କରିଥିଲେ। ଟଙ୍କା ସରିବା ପରେ ନିଜ ଘରକୁ ଆସିଥିଲେ। ପୁଅକୁ ଡେଙ୍ଗୁ ହେଇଛି ଶୁଣି ପରିବାର ଲୋକେ ଚିନ୍ତାରେ ନିଦ ହଜିଯାଇଛି। ଗରିବ ପରିବାର ହୋଇଥିବାରୁ ବଡ଼ ଡାକ୍ତରଖାନାକୁ ନ ନେଇ ଘରେ ଯନ୍ତ୍ରଣାରେ ଛଟପଟ ହେଉଛି ରୋନୁ ମାଝୀ।

ଆଗକୁ କଣ କରିବେ ଚିନ୍ତାର ଅଛନ୍ତି ପରିବାର ବର୍ଗ। ସ୍ଥାନୀୟ କଣ୍ଟାମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଲଖିନାଥ ମାଝୀ ଜାଣିବା ପରେ ରୋନୁ ମାଝୀଙ୍କୁ ଡାକ୍ତରଖାନାକୁ ନେଇ ତାର ସମସ୍ତ ସରକାରୀ ବ୍ୟାବସ୍ଥା କରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe