ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାପ୍ରଶାସନ ଜିଲ୍ଲାର ନନ୍ଦାହାଣ୍ଡି, ଚନ୍ଦାହାଣ୍ଡି, ପାପାଡାହାଣ୍ଡି, କୋଷାଗୁମୁଡା, ଉମରକୋଟ ବ୍ଲକ ଅଂଚଳରେ ଚାଳିଥିବା ୯ଟି ବାଲ୍ୟବିବାହ ରୋକିଥିବା କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।
ବିଭିନ୍ନ ଥାନା ଅଂଚଳରେ ବାହାଘରର ପ୍ରସ୍ତୁତି ଚଳାଇଥିଲେ। ଭୋଜିଭାତର ପ୍ରସ୍ତୁତି ବି ହୋଇସାରିଥିଲା। ଠିକଣା ସମୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶୋଭା, ଚାଇଲଡଲାଇନ, ବିଡିଓ, ସିଡିପିଓ ଓ ପୁଲିସ ପ୍ରଶାସନର ମିଳିତ ଉଦ୍ୟମରେ ଏହି ବାଲ୍ୟ ବିବାହ ଗୁଡିକ ରୋକାଯାଇଛି ବୋଲି କହିଛନ୍ତି ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କଁହର। ନନ୍ଦାହାଣ୍ଡି ବ୍ଲକରେ ୨ଟି, ପାପାଡାହାଣ୍ଡି ବ୍ଲକରେ ଗୋଟିଏ, କୋଷାଗୁମୁଡା ବ୍ଲକରେ ୨ଟି, ଚନ୍ଦାହାଣ୍ଡି ବ୍ଲକରେ ୩ଟି ଓ ଉମରକୋଟ ବ୍ଲକରେ ୨ଟି ବାଲ୍ୟବିବାହ ରୋକାଯାଇଛି। ଉଭୟ ପୁଅଓ ଝିଅ ନାବାଳକ ଓ ନାବାଳିକା ରହିଛନ୍ତି। ଏଥିରେ ୪ଜଣ ପୁଅ ଓ ୫ ନବରଙ୍ଗପୁର ଆଣି ଶିଶୁ କଲ୍ୟାଣ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା। ତା ପରେ ଗୋଟିଏ ଝିଅକୁ ସର୍ଟ ଷ୍ଟେ ହୋମରେ ରଖାଯାଇଛି। ଉମରକୋଟରେ ପୁଅ ଓଝିଅ ଉଭୟ ନବାଳକଙ୍କୁ ନେଇ ବିବାହ କରାଯାଉଥିଲା। ସେହିପରି ଚନ୍ଦାହାଣ୍ଡିରେ ଝିଅ ମାନେ ସାବଳକ ଥିବା ବେଳେ ପୁଅ ମାନେ ନାବାଳକ ରହିଥିବା କହିଛନ୍ତି ଡିଏସଡବ୍ଲୁଓ।
ଏହାକୁ ରୋକିବା ଦିଗରେ ସରପଂଚ, ସମିତିସଭ୍ୟ, ୱାର୍ଡସଭ୍ୟ ଆଦି ଲୋକପ୍ରତିନିଧି, ପୂଜକ, ପାଷ୍ଟର, ବାହାଘରରେ ସହଯୋଗ କରୁଥିବା ବ୍ୟକ୍ତିବିଶେଷ ଯେଭଳି ସହଯୋଗ କରିବା କଥା କରୁନଥିବା ସୂଚନା ମିଳିଛି। ଏପରିକି ପୁଲିସ ବି ଏପରି ମାମଲାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛ ଘୁଛାଂ ଦେଉଛନ୍ତି। କିଛି ସ୍ଥାନରେ ଝିଅ ଓ ପୁଅଙ୍କ ବୟସକୁ ନେଇ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରି ଖସିବାକୁ ବାଟ କଡାଯାଉଛି ବୋଲି ଚର୍ଚ୍ଚା ହୋଇଛି। ବାଲ୍ୟବିବାହରେ ଓଡିଶାରେ ଏକ ନମ୍ବରରେ ରହିଛି ନବରଙ୍ଗପୁର ଜିଲ୍ଲା। ଏହାକୁ ସମ୍ପୁର୍ଣ୍ଣ ରୁପେ ରୋକିବାକୁ ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ ଆହ୍ବାନ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ନିଶ୍ଚିତ ରୁପେ ୯ଟି ବାଲ୍ୟବିବାହ ରୋକାଯିବା ବଡ ପଦକ୍ଷେପ। ବିଡିଓ, ପୁଲିସ, ଜିଲ୍ଲାସମାଜ କଲ୍ୟାଣ ବିଭାଗଓ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ଯୋଗୁଁ ଆଜି ୯ଟି ବାଲ୍ୟବିବାହ ରୋକାଯାଇଛି। ଆଗାମୀ ଦିନରେ ଏହି ଧାରା ଜୋର କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/06/child-marriage-2026-03-06-21-10-00.jpg)