ନବରଙ୍ଗପୁର: ଜାମୁଗଛରେ ଫାଶୀ ଲଗାଇ ଜୀବନ ହାରିଲେ ପ୍ରେମିକ-ପ୍ରେମିକା

Advertisment
ନବରଙ୍ଗପୁର: ଜାମୁଗଛରେ ଫାଶୀ ଲଗାଇ ଜୀବନ ହାରିଲେ ପ୍ରେମିକ-ପ୍ରେମିକା

ନବରଙ୍ଗପୁର: ରବିବାର ରାତିରେ ଉମରକୋଟ ବ୍ଲକ୍‌ ଚିକଲପଦର ପଞ୍ଚାୟତ ଅନ୍ତର୍ଗତ ଛଟାଗୁଡ଼ା ଗାଁ‘ରେ ଜଣେ ପୁଅ ଓ ଜଣେ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସେମାନେ ହେଉଛନ୍ତି ୧୬ ବର୍ଷିୟ ଇନ୍ଦ୍ର ଗଣ୍ଡ ଓ ୧୬ ବର୍ଷୀୟ ସୁଶୀଳା କଲାର। ଉଭୟ ଗତ ରାତିରେ ଗାଁ’ ପାଖ ପୋଖରୀ ଆଡ଼ିରେ ଥିବା ଗୋଟାଏ ଜାମୁକୋଳି ଗଛରେ ଝିଅର ଓଢ଼ଣିରେ ଫାଶୀ ଲଗାଇ ଜୀବନ ହାରିଛନ୍ତି। ଇନ୍ଦ୍ର ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସୁଶୀଳା ସାଧାରଣ ସମ୍ପ୍ରଦାୟର। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଇନ୍ଦ୍ର ଅଷ୍ଟମ ଶ୍ରେଣୀ ଯାଏଁ ପଢ଼ି ଦୁଇ ବର୍ଷ ତଳୁ ପାଠ ଛାଡ଼ି ଦେଇଥିଲେ, କିନ୍ତୁ ସୁଶୀଳା ନିକଟସ୍ଥ ଅଧିକାରୀଗୁଡ଼ା ଉଚ୍ଚବିଦ୍ୟାଳୟରେ ୧୦ମ ଶ୍ରେଣୀ ଯାଏଁ ପଢ଼ିଥିଲେ। ବିବାହ କରିବାକୁ ସେମାନଙ୍କ ପରିବାର ଲୋକେ ସମ୍ମତି ନ ଦେବାରୁ ଉଭୟ ଆତ୍ମହତ୍ୟା କରିଥିବା ଶୁଣାଯାଉଛି।

ଆଜି ସକାଳେ ସେମାନଙ୍କୁ ମୃତାବସ୍ଥାରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe