ନବରଙ୍ଗପୁର: ସାଂସଦ ବଳଭଦ୍ର ମାଝୀଙ୍କ ନନ୍ଦାହାଣ୍ଡି ପ୍ରତିନିଧି ନିଖୋଜ, ଅପହରଣ ଅଭିଯୋଗ

Advertisment
ନବରଙ୍ଗପୁର: ସାଂସଦ ବଳଭଦ୍ର ମାଝୀଙ୍କ ନନ୍ଦାହାଣ୍ଡି ପ୍ରତିନିଧି ନିଖୋଜ, ଅପହରଣ ଅଭିଯୋଗ

ନବରଙ୍ଗପୁର: ସାଂସଦ ବଳଭଦ୍ର ମାଝୀଙ୍କ  ନନ୍ଦାହାଣ୍ଡି ପ୍ରତିନିଧି ତଥା ବିଶିଷ୍ଟ ବ୍ୟବସାୟୀ ସଦାଶିବ ସାହୁ (ସୁନିଲ) ନିଖୋଜ ହେବା ପରେ ଅପହରଣ କରାଯାଇଥିବା ନେଇ ନବରଙ୍ଗପୁର ଟାଉନ୍‌ ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ପରିବାର ଲୋକେ ପୁଲିସକୁ କହିଛନ୍ତି ଯେ, ନବରଙ୍ଗପୁର ସହରରେ ଥିବା ହୋଟେଲ ‘ରକିସାନ୍‌’ର ମାଲିକ ସଦାଶିବ ଆଜି ଅପରାହ୍ନରେ ନିଜର ପୈତୃକ ଗ୍ରାମ ଡଙ୍ଗରଭେଜାକୁ ଯାଇଥିଲେ।

ସଦାଶିବ ସନ୍ଧ୍ୟା ସୁଦ୍ଧା ସେ ଫେରି ଆସିବାର ଥିଲେ ମଧ୍ୟ ଆସି ନଥିଲେ। ମୋବାଇଲ ସୁଇଚ୍‌ଅପ୍‌ ଥିବାରୁ ତାଙ୍କ ସହିତ ଯୋଗାଯୋଗ ମଧ୍ୟ ହୋଇ ପାରୁନାହିଁ। ଡଙ୍ଗରଭେଜା ଯାଇ ପରିବାର ଲୋକେ ଖୋଜାଖୋଜି କରି ମଧ୍ୟ ପାଇ ନାହାନ୍ତି। ସାଂସଦଙ୍କ ପ୍ରତିନିଧି ନିଖୋଜ ହେବା ପରେ ସନ୍ଦେହରେ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ସଦାଶିବ ଅନ୍ୟ ଦିନ ଭଳି ଆଜି ମଧ୍ୟ ନିଜାର ପୈତୃକ ଗ୍ରାମକୁ ସ୍କୁଟିରେ ଏକାକୀ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ଜାତ ହୋଇଥିଲା। ଏହା ପରେ ସେମାନେ ରାତି ୮ଟାରେ ଥାନାରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe