ମାଁ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଉତ୍ସବ ପାଇଁ ସହର ଚଳଚଂଚଳ

ଗତ ୨୨ତାରିଖରୁ ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଦଶହରା ମହୋତ୍ସବ ଆରମ୍ଭ ହୋଇଛି। ଗତ କାଲି ମା’ଙ୍କ ପୀଠ ପରିସରରେ ସପ୍ତମୀ ପୂଜା ଓହୋମ ଯଞ ସହ ମା’ ଅପରାଜିତାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।

ngp-maa bhandargharani (1)

ନବରଙ୍ଗପୁର: ଗତ ୨୨ତାରିଖରୁ ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଦଶହରା ମହୋତ୍ସବ ଆରମ୍ଭ ହୋଇଛି। ଗତ କାଲି ମା’ଙ୍କ ପୀଠ ପରିସରରେ ସପ୍ତମୀ ପୂଜା ଓହୋମ ଯଞ ସହ ମା’ ଅପରାଜିତାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ୯ଦିନ ଧରି ମା ଦୁର୍ଗାଙ୍କ ବିଭିନ୍ନ ରୁପକୁ ନେଇ ମନ୍ଦିରରେ ପୂଜା ଓ ହୋମଯଞ ଆଦି ଅନୁଷ୍ଠିତ ହେଉଛି।

ଚଳିତ ବର୍ଷ ମାଁଙ୍କ ପୀଠରେ ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀଙ୍କ ତତ୍ତ୍ଵ।ବଧାନରେ ବାବୁଲା ତ୍ରିପାଠୀ, ମିନି ପାଢ଼ୀ,  ରାମ ରଥଙ୍କ ସହ ମନ୍ଦିର ସେବାୟତ ରାଜୀବ ଲୋଚନ ପୂଜାରୀ, ମୃତ୍ୟୁଞ୍ଜୟ ରଥ, ପ୍ରସନ୍ନ ରଥ, ବାବୁନା ପୂଜାରୀ, ପୂଜକ ପଙ୍କଜ ଏବଂ ମନୋଜଙ୍କ ସହ ୧୫ ଜଣ ପୂଜକ ମାଁ ଙ୍କ ପୂଜାରେ ନିୟୋଜିତ ଅଛନ୍ତି ଆସନ୍ତାକାଲି  ମହାଷ୍ଟମୀ, ୩୦ତାରିଖରେ ମହା ନବମୀ ଏବଂ ସନ୍ଧ୍ୟା ୬.୩୦ ମଧ୍ୟରେ ସନ୍ଧି ପୂଜା ଓ କୁମାରୀ ପୂଜା ଏବଂ ୧ ଅକ୍ଟୋବର ବୁଧବାର ଦିନ ବିଶ୍ରାମ ଏବଂ ୨ ଅକ୍ଟୋବର ଗୁରୁବାର ଦିନ ମଧ୍ୟାହ୍ନ ସାଢ଼େ ଗୋଟଏ ବେଳେ ମାଁଙ୍କ ନବରାତ୍ର ପୂଜାର ପୂର୍ଣ୍ଣାହୁତି ସରିବ।

ସନ୍ଧ୍ୟା ସାଢ଼େ ୫ଟାରେ ମାଁ ଙ୍କ ବିଜୟା ଦଶମୀ ନୀତି ସମ୍ପନ୍ନ ହେବା ପରେ ମାଁ ବିରାଟ ଶୋଭାଯାତ୍ରାରେ ବାହାରିବେ। ଦଶହରା ପଦାରେ ଲାଖବିନ୍ଧା ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ସେହିପରି ସମସ୍ତ କାର୍ଯ୍ୟକ୍ରମ‌କୁ ମନ୍ଦିର ପରିଚାଳନା କମିଟି ସଭାପତି ଟୁଲୁ ଷଡ଼ଙ୍ଗୀ, ଉମା ଶଙ୍କର ତ୍ରିପାଠୀ, ନବରଙ୍ଗପୁର ଦେବୋତ୍ତର ପରିଚାଳନା କମିଟି ସଭାପତି  ଝଡେଶ୍ୱର୍ ଖାଡଙ୍ଗା, ଟି ଶ୍ରୀପତି, ପରେଶ୍ ମିଶ୍ର, ଅମିତାଭ ତ୍ରିପାଠୀ, ପ୍ରଦୀପ କୁମାର  ମିଶ୍ର ,ମଧୁ ତ୍ରିପାଠୀ , ତାପସ ତ୍ରିପାଠୀ, କାଳୀ ପଟ୍ଟନାୟକ, କୁନା ପାତ୍ର, ଭୀମ ହରିଜନ, ବାଲାଜୀ ବେହେରା, ଉତ୍ତମ ତ୍ରିପାଠୀ, ଦିଲୁ ପଣ୍ଡା, ନୁନୁ ଦାସ , ଲୁନା ପୂଜାରୀ , ମଧୁ ତ୍ରିପାଠୀ, ରାମ ଶଙ୍କର ମହାପାତ୍ର, ସୁମିତ ପାଳ , ଭିକ୍କି ସ୍ୱାର, ଭିକି ଦାସ, ନୀଳ ନାୟକ ପ୍ରମୁଖ  ସହଯୋଗ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe