Education: କାନ୍ଥ ଲେଖା ଦେଉଛି ମାତୃଭାଷା ଶିକ୍ଷା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବରାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ୧୫ ବର୍ଷରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀମାନଙ୍କ ପାଠ ପଢା ପାଇଁ ଅଭିନବ ପ୍ରୟାସ କରାଯାଇଛି। ବିଦ୍ୟାଳୟର ଶେଷ ପ୍ରାନ୍ତରେ ଜଣଙ୍କ ଘରର କାନ୍ଥରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଲେଖା...

Jharigaon

Primary education in Jharigaon of Nabarangpur district. Photograph: (sambad.in)

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବରାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ୧୫ ବର୍ଷରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀମାନଙ୍କ ପାଠ ପଢା ପାଇଁ ଅଭିନବ ପ୍ରୟାସ କରାଯାଇଛି। ବିଦ୍ୟାଳୟର ଶେଷ ପ୍ରାନ୍ତରେ ଜଣଙ୍କ ଘରର କାନ୍ଥରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଲେଖା ଯାଇଛି, ଯାହାକି ଛାତ୍ରଛାତ୍ରୀ ଓ ବୟୋଜ୍ୟେଷ୍ଠମାନଙ୍କ ପାଠ ପଢାରେ ସହାୟକ ହେଉଛି।

ପିଲାଙ୍କ ପାଇଁ ପଦକ୍ଷେପ

ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଙ୍ଗାଧର ପାଳଙ୍କ କହିବା ପ୍ରକାରେ ବରାଗୁଡା ବିଦ୍ୟାଳୟରେ ଶେଷ ମୁଣ୍ଡରେ ଥିବା ତଳସାହି ଠାରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବରାଗୁଡା ଆସୁଛନ୍ତି। ବିଦ୍ୟାଳୟରେ ପାଠ ପଢିବା ପରେ ଘରେ ଯାଇ ଖେଳକୁଦରେ ସମୟ ନଷ୍ଟ କରୁଛନ୍ତି।ତେଣୁ ଖେଳିବା ସମୟରେ ପାଠ ପଢା ହେବା ନେଇ ବରାଗୁଡା ତଳସାହିର ମତି ଜାନୀଙ୍କ ଘରର କାନ୍ଥରେ କିଛି ଦିନ ତଳେ ଓଡ଼ିଆ ଅକ୍ଷର ସ୍ୱର ବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ଲିଖିବା ସହ ୧ ଠାରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟା ସାରଣୀ ଲେଖା ଯାଇଛି। ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ସହାୟକ ହେବ ବୋଲି ଆଶା କରିଛନ୍ତି। ସେହିଭଳି ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୧୫ ବର୍ଷରୁ ଊର୍ଦ୍ଧ୍ବ   ବିଦ୍ୟାର୍ଥୀମାନଙ୍କ ପାଠ ପଢାରେ ସହାୟକ ହେବ ବୋଲି କହିଛନ୍ତି। ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରିବା ସହ ଉତ୍ତମ ପ୍ରୟାସ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe