Advertisment

Eco Tourism: ଇକୋ ଟୁରିଜମ୍ ବିକାଶ ଲାଗି ଖର୍ଚ୍ଚ ହେବ ଦେଢ଼ କୋଟି

Advertisment

ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଥିବା ପ୍ରାକୃତିକ ବିଭବ, ଐତିହ୍ୟ, ପରମ୍ପରା ଆଦିକୁ ନେଇ ପର୍ଯ୍ୟଟନଶିଳ୍ପରେ ପରିଣତ କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗର ୱାଇଲଡ ଲାଇଫ୍ କନଜରଭେଟିଭ୍ ପକ୍ଷରୁ ଜିଲ୍ଲାର ୫ଟି ସ୍ଥାନକୁ ଇକୋ ଟୁରିଜମରେ ସାମିଲ କରିବାକୁ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା।

ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଥିବା ପ୍ରାକୃତିକ ବିଭବ, ଐତିହ୍ୟ, ପରମ୍ପରା ଆଦିକୁ ନେଇ ପର୍ଯ୍ୟଟନଶିଳ୍ପରେ ପରିଣତ କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗର ୱାଇଲଡ ଲାଇଫ୍ କନଜରଭେଟିଭ୍ ପକ୍ଷରୁ ଜିଲ୍ଲାର ୫ଟି ସ୍ଥାନକୁ ଇକୋ ଟୁରିଜମରେ ସାମିଲ କରିବାକୁ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା।

ngp

ନବରଙ୍ଗପୁର (ସୁରେଶ ନାଇଡୁ): ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଥିବା ପ୍ରାକୃତିକ ବିଭବ, ଐତିହ୍ୟ, ପରମ୍ପରା ଆଦିକୁ ନେଇ ପର୍ଯ୍ୟଟନଶିଳ୍ପରେ ପରିଣତ କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗର ୱାଇଲଡ ଲାଇଫ୍ କନଜରଭେଟିଭ୍ ପକ୍ଷରୁ ଜିଲ୍ଲାର ୫ଟି ସ୍ଥାନକୁ ଇକୋ ଟୁରିଜମରେ ସାମିଲ କରିବାକୁ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା। ରାଜ୍ୟ ସରକାର ଏହି ଅନୁଦାନ ଦେଇ ସାରିଛନ୍ତି।

ଏହି ୫ଟି ସ୍ଥାନରେ ଏହି ଟଙ୍କା ଖର୍ଚ୍ଚ କରି ଅଂଚଳର ବିକାଶ ସହ ସୌନ୍ଦର୍ଯ୍ୟକରଣ ଆଦି କରାଯିବ ବୋଲି କହିଛନ୍ତି ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା।  ଉମରକୋଟର ଭଣ୍ଡାରୀଗୁଡା ପଂଚାୟତ ନିକଟସ୍ଥ ପୋଡାଗଡ ଐତିହ୍ୟସ୍ଥଳର ବିକାଶ ପାଇଁ ୨୫କୋଟି ମିଳିଛି। ଏହାର ବିକାଶ ପାଇଁ ଡିପିଆଇ କୋଟିଏ ଟଙ୍କାର ପଠାଯାଇଥିଲା।

ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ ଉତ୍ସବ ଏଠାରୁ ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଟିଏ ଟଙ୍କାର ଅନୁଦାନ ବୋଲି ଘୋଷଣା କରିଥିଲେ। ତେବେ ଡିପିଆର କୋଟିଏ ଦେବା ପରେ ୨୫ଲକ୍ଷ ମିଳିଛି। ସେହିପରି ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟରେ ମଧ୍ୟ କୋରାପୁଟର ପଣ୍ଡିଘାଟ ଭଳି ବିକାଶ କରାଯିବ‌ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗସ୍ତ କରି କହିଥିଲେ।

ଆହୁରି ପଢ଼ନ୍ତୁ: Gas Leaks: ଗ୍ୟାସ୍ ପାଇପ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୪ ଶ୍ରମିକ ଆହତ

ତେବେ ଏଠାକୁ ମଧ୍ୟ ଇକୋ ଟୁରିଜମର ବିକାଶ ପାଇଁ ୨୫ଲକ୍ଷ ଅନୁଦାନ ମିଳିଛି। ସେଭଳି ରାଇଘର ବ୍ଲକର ସରଗୁଲି, ଉମରକୋଟ ନିକଟସ୍ଥ ଭାସ୍କେଲ ଡ୍ୟାମ ଓ ଝରିଗାଁ ବ୍ଲକର ଘୋସେଇଧାରା ପାଇଁ ୨୫ଲକ୍ଷ ମିଳିଥିବା  କହିଛନ୍ତି ଡିଏଫଓ ଶ୍ରୀ ବେହେରା। ଏଭଳି ୫ଟି ପ୍ରକଳ୍ପ ପାଇଁ ଦେଢ଼ କୋଟି ଟଙ୍କା ଇକୋ-ଟୁରିଜମ ବିକାଶ ପାଇଁ ମିଳିଛି। ସେହିପରି ରାଜ୍ୟ ପର୍ଯ୍ୟଟନ ବିଭାଗ , ପ୍ରତ୍ନତତ୍ତ୍ବ ବିଭାଗ, ଜଳସେଚନ ବିଭାଗ ମଧ୍ୟ ବିକାଶ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe