ତେନ୍ତୁଳିଖୁଣ୍ଟି: ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଡ଼ଙ୍ଗା ବୁଡ଼ି ଜଣେ ବୃଦ୍ଧ ଜଣଙ୍କ ନିଖୋଜ ଅଛନ୍ତି। ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଦମକଳ ବାହିନୀ ପହଂଚି ଜଳଭଣ୍ଡାର ମଧ୍ୟରେ ଖୋଜାଖୋଜି କରୁଥିଲେ ହେଁ ବୃଦ୍ଧଙ୍କ ପତ୍ତା ମିଳିପାରିନି। ସୋମବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି। ଦୁଇଜଣ ଲୋକ ଏକ ଦେଶୀ ଡ଼ଙ୍ଗାରେ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଦେଇ ତଳଙ୍ଗ ଗ୍ରାମ ଗ୍ରାମକୁ ଯାଉଥିବା ବେଳେ ଏଥିରେ ପାଣି ପଶିବା ଯୋଗୁଁ ବୁଡ଼ିଯାଇଥିଲା। ଜଣେ ପହଁରି ପହଁରି କୁଳରେ ପହଂଚିଥିବା ବେଳେ ବୃଦ୍ଧ ଜଣଙ୍କ ଜଳଭଣ୍ଡାର ମଧ୍ୟରେ ନିଖୋଜ ଅଛନ୍ତି। ନିଖୋଜ ବୃଦ୍ଧ ଜଣଙ୍କ ତଳଙ୍ଗ ଗ୍ରାମର ଗଙ୍ଗାଧର କମାର(୬0) ବୋଲି ଜଣାପଡିଛି।
ଏହି ଖବର ପଢ଼ନ୍ତୁ: ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ
ମଞ୍ଚା ଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ୱରେ ତଳଙ୍ଗ, ଟାଙ୍ଗନୀ କୋଟ, ବାଗ୍ରା, ଗୁରୁମାଇଁ ଗୁଡ଼ା ଓ ଝଲା ଗୁଡ଼ା ଗ୍ରାମ ରହିଛି। ସମ୍ପୃକ୍ତ ପାଞ୍ଚ ଖଣ୍ଡ ଗ୍ରାମବାସୀ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଡ଼ଙ୍ଗା ସାହାଯ୍ୟରେ ଯାତାୟତ କରିଥାନ୍ତି। ସମ୍ପୃକ୍ତ ଗ୍ରାମବାସୀ ପଂଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ସେବା ତଥା ଦୈନନ୍ଦିନ ଚଳଣି ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକ ଉପରେ ନିର୍ଭର କରିଥାନ୍ତି। ଏଥିପାଇଁ ପ୍ରତ୍ୟକ ଦିନ ଜୀବନକୁ ବାଜି ଲଗେଇ ଦେଶୀ ଡ଼ଙ୍ଗାରେ ଜଳ ଭଣ୍ଡାର ପାର କରିଥାନ୍ତି।
ଏହି ଖବର ପଢ଼ନ୍ତୁ: ଭୋଟ୍ ଦେଲେନି ୧୧ ବିଜେପି ସାଂସଦ
ମଞ୍ଚା ଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ୱରେ ତଳଙ୍ଗ, ଟାଙ୍ଗନୀ କୋଟ, ବାଗ୍ରା, ଗୁରୁମାଇଁ ଗୁଡ଼ା ଓ ଝଲା ଗୁଡ଼ା ଗ୍ରାମ ରହିଛି। ସମ୍ପୃକ୍ତ ପାଞ୍ଚ ଖଣ୍ଡ ଗ୍ରାମବାସୀ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଡ଼ଙ୍ଗା ସାହାଯ୍ୟରେ ଯାତାୟତ କରିଥାନ୍ତି।
ତେବେ ତଳଙ୍ଗ ଗ୍ରାମର ଗଙ୍ଗାଧର କମାର ଏବଂ ଲକ୍ଷ୍ମଣ କମାର କୌଣସି କାମରେ ଇନ୍ଦ୍ରାବତୀ ଆସିଥିଲେ। କାମସାରି ସନ୍ଧ୍ୟା ସମୟରେ ଦୁଇଜଣ ବାରିଆ ଘାଟ ଘାଟରୁ ଏକ ଦେଶୀ ଡ଼ଙ୍ଗାରେ ଜଳଭଣ୍ଡାର ଦେଇ ନିଜ ଗ୍ରାମ ତଳଙ୍ଗ ଅଭିମୁଖେ ଯାତ୍ରା କରୁଥିଲେ। ତଳଂଗ ଘାଟକୁ ପହଂଚିବା ପାଇଁ ଅଳ୍ପ କିଛି ଦୂର ଥିବା ସମୟରେ ଡ଼ଙ୍ଗାରେ ପାଣି ପଶିବାକୁ ଲାଗିଥିଲା। ଏହାପରେ ଡ଼ଙ୍ଗାଟି ଜଳଭଣ୍ଡାର ମଧ୍ୟରେ ଲେଉଟି ପଡିଥିଲା। ଏଥିରେ ଗଙ୍ଗାଧର ପାଣିରେ ବୁଡ଼ି ନିଖୋଜ ରହିଥିବା ବେଳେ ଲକ୍ଷ୍ମଣ ପହଁରି କୂଳକୁ ଫେରିଥିବା ଜଣାପଡିଛି।
ଏହି ଖବର ପଢ଼ନ୍ତୁ: ଏକ ଦେଶ,ଏକ ନିର୍ବାଚନ ବିଲ୍ ପାସ୍ ନେଇ ବାଧା
ଖବର ପାଇ ତେନ୍ତୁଳିଖୁଣ୍ଟି ଦମକଳ କେନ୍ଦ୍ର କର୍ମଚାରୀ ଆଜି ସକାଳୁ ଜଳଭଣ୍ଡାରରେ ପହଂଚି ଦିନ ତମାମ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ମିଳିପାରି ନାହିଁ। ଆସନ୍ତାକାଲି କୋରାପୁଟ ଓଡ୍ରାଫ ଟିମ ପହଂଚି ସନ୍ଧାନ ଜାରି ରଖିବେ ବୋଲି ସୂଚନା ମିଳିଛି। ନିଖୋଜ ଗଙ୍ଗାଧର ଭତ୍ତା ଟଙ୍କା ପାଇଁ ବାରଙ୍ଗ ପଦର ପଂଚାୟତ କାର୍ଯ୍ୟାଳୟ ଯାଇ ଫେରୁଥିବା ସମୟରେ ଏଭଳି ଘଟଣା ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଠିକ୍ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/17/37vZfYTrZ2grGrrF1fSJ.jpg)