ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଛାତ ତଳେ ଚାପି ହୋଇଗଲେ ବୃଦ୍ଧ

Advertisment
ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଛାତ ତଳେ ଚାପି ହୋଇଗଲେ ବୃଦ୍ଧ

ଝରିଗାଁ: ରଖେ ହରି ମାରେ କିଏ। ଏହି ଉକ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ ଡ଼ିଏନକେ ଛଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଡ଼ିଏନକେ ଛଟାଗୁଡା ଗ୍ରାମର ଏକ ପୁରଣା କ୍ଳବ ଘରେ ଜଣେ ବୃଦ୍ଧ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ଆଜି ସକାଳେ ସେ ଘର ଭିତରେ ରହିଥିବା ଅବସ୍ଥାରେ ହଠାତ କ୍ଳବ ଘରର ଚାରି କାନ୍ଥ ଭୁଶୁଡ଼ିି ପଡ଼ିଥିଲା ଏବଂ ବୃଦ୍ଧଜଣକ ଛାତ ତଳେ ଚାପି ହୋଇଯାଇଥିଲେ।

ଖବର ପାଇ ଝରିଗାଁ ଅଗ୍ନିଶମ ବିଭାଗ ଓ ପୁଲିସ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବାଣୁଆଗୁଡା ଗ୍ରାମର ମାନସିକ ବିକୃତ ବୃଦ୍ଧ ଖଗପତି ମାଳି (୭୦) ଦୀର୍ଘ ବର୍ଷ ଧରି ଡ଼ିଏନକେ ଛଟାଗୁଡା ଗ୍ରାମ ହାଟପଦା ନିକଟରେ ଥିବା ଏକ ପୁରଣା କ୍ଳବ ଘରେ ରହି ଆସୁଥିଲେ। ତେବେ ଆଜି ପ୍ରାୟ ଦିନ ୯ଟା ସମୟରେ ସେ ଘରେ ଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ କ୍ଳବ ଘରର ଚାରି କାନ୍ଥ ଭୁଶୁଡ଼ି ପଡିଥିଲା।ଫଳରେ ବୃଦ୍ଧ ଛାତ ତଳେ ଚାପି ହୋଇଯାଇଥିଲେ। ଘଟଣା ଘଟିବା ପରେ ଘଟଣା ସମ୍ପର୍କରେ ଗ୍ରାମବାସୀ ତୁରନ୍ତ ଝରିଗାଁ ତହସିଲଦାର ହୃଷିକେଶ ଗଣ୍ଡଙ୍କୁ ଖବର ଦେଇଥିଲେ।ଶ୍ରୀ ଗଣ୍ଡ ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ପୁଲିସ ବିଭାଗକୁ ଖବର ଦେଇଥିଲେ। ଶେଷରେ ଅଗ୍ନିଶମ ବିଭାଗ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ଏବଂ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଖଗପତିଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe