ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଡିଏଚ୍‌ଏଚ୍‌ରେ ଭର୍ତ୍ତି କରା‌ଇଲେ ସ୍ବେଚ୍ଛାସେବୀ

ଜଗନ୍ନାଥ ମନ୍ଦିର ଛକରେ ଗତ କିଛି ଦିନ ହେବ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ ଜଣେ ବୃଦ୍ଧା। ଉଠିକି ଚାଲି ପାରୁ ନଥିଲେ। ଲୋକେ ରାସ୍ତାରେ ଯାଆସ କରି ବୃଦ୍ଧାଙ୍କ ଅବସ୍ଥାକୁ ଦେଖି ନ ଦେଖିଲା ଭଳି ପଳାଇ ଯାଉଥିଲେ।

ngp-ashaya mahila udhar (2)

ନବରଙ୍ଗପୁର: ଜଗନ୍ନାଥ ମନ୍ଦିର ଛକରେ ଗତ କିଛି ଦିନ ହେବ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ ଜଣେ ବୃଦ୍ଧା। ଉଠିକି ଚାଲି ପାରୁ ନଥିଲେ। ଲୋକେ ରାସ୍ତାରେ ଯାଆସ କରି ବୃଦ୍ଧାଙ୍କ ଅବସ୍ଥାକୁ ଦେଖି ନ ଦେଖିଲା ଭଳି ପଳାଇ ଯାଉଥିଲେ। ବୃଦ୍ଧାଙ୍କ ଏଭଳି ଅବସ୍ଥାକୁ ଦେଖି ଚୁମକୀ କିନ୍ନର ଓ ସ୍ବେଚ୍ଛାସେବୀ ଶ୍ରୀକାନ୍ତ ନାୟକ ଓ ସ୍ଥାନୀୟ ଦୋକାନୀମାନେ ୧୦୮ଆମ୍ବୁଲାନସକୁ ଫୋନ କରିଥିଲେ। ଆମ୍ବୁଲାନସ୍ ଆସିବା ପରେ ଚୁମକୀ କିନ୍ନର ଓ ଶ୍ରୀକାନ୍ତ ଉଭୟ ବୃଦ୍ଧାଙ୍କୁ ତଳରୁ ଉଠାଇ ଆମ୍ବୁଲାନସରେ ଚଢ଼ାଇଥିଲେ। ଉଭୟ ସାଙ୍ଗରେ ନେଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରେ ଭର୍ତ୍ତି କରାଇଥିଲେ।

ବୃଦ୍ଧା ଜଣକ କୋରାପୁଟ ଜିଲ୍ଲାର ବରଗାଁର ନିଳା ବାଘ ବୋଲି ପରିଚୟ ଦେଇଥିଲେ। ବୃଦ୍ଧାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଛି ଏବଂ ସ୍ବାସ୍ଥ୍ୟବସ୍ଥା ଖରାଫ ରହିଛି। ବର୍ତ୍ତମାନ ବୃଦ୍ଧା ଜଣକ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଉଭୟ ମାନବିକତାର ପରିଚୟ ଦେଇଥିବା ବେଳେ ଅନ୍ୟ ମାନେ ବି ଏହାକୁ ଗ୍ରହଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। 

Health

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe