ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

Advertisment
ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଫାଣ୍ଡି ଅନର୍ଗତ ଆମପାଣି ଘାଟିର ଭାଲୁଝର ନିକଟରେ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣେ ଧରାପଡ଼ି ଗିରଫ ହୋଇଛନ୍ତି। ସେ ହେଲେ ନବ ନାୟକ। ତାଙ୍କର ଘର କଳାହାଣ୍ଡି ଜିଲ୍ଲା ବଡ଼ ପୋଡାଗୁଡାରେ। ଏକ ବାଇକରେ ସେ ଗଞ୍ଜେଇ ଧରି ଯାଉଥିବା ସମୟରେ ଭାଲୁଝର ନିକଟରେ ତାଙ୍କ ବାଇକର ଏକ କାର ସହ ଧକ୍କା ହୋଇଥିଲା।  ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ମଇଦଲପୁର ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଯାଞ୍ଚ ବେଳେ ତାଙ୍କ ବାଇକରୁ ଗଞ୍ଜେଇ ଜବତ କରାଯାଇଥିଲା। ଆଜି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଓଜନ ବେଳେ ୧୪ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି। ଅରୁଣ ପଟ୍ଟନାୟକ ମାମଲାର ଯାଞ୍ଚ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe