ମଦ ପିଇ ଜଣଙ୍କର ମୃତ୍ୟୁ ଅଭିଯୋଗ

ମଦ ପିଇ ଜଣଙ୍କର ମୃତ୍ୟୁ ଅଭିଯୋଗ

ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଥା ମଇଦଲପୁର ଫାଣ୍ଡି ଅନ୍ତର୍ଗତ କଣ୍ଟାମାଲ ଗାଁରେ ଜଣେ ବ୍ୟକ୍ତି ମଦ୍ୟ ପାନ କରି କରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। କଣ୍ଟାମାଳ ଗାଁର ଫୁଲମତି ହରିଜନ ମଇଦଲପୁର ଫାଣ୍ଡିରେ ଦେଇଥିବା ଏତଲା ଅନୁଯାୟୀ ତାଙ୍କ ସ୍ବାମୀ ସନସାଇ ହରିଜନ (୪୫) ଗତ ସପ୍ତା‌େହ ହେଲା ନିୟମିତ ମଦ୍ୟ ପାନ କରୁଥିଲେ। ସେ ଘରକୁ ବି ଠିକ୍ ରୂପେ ଆସୁନଥିଲେ। ଆଜି ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଗାଁ ରାସ୍ତାରେ ପଡି ମୁଣ୍ଡରେ ଆଘାତ ଲାଗବାରୁ ମୃତ୍ୟୁ ହୋଇଥିବା ମଇଦଲପୁର ଫାଣ୍ଡିରେ କରିଥିଲେ। ଖବର ପାଇ ମଇଦଲପୁର ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ବାଘ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯିବ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ମଇଦଲପୁର ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe