ନବରଙ୍ଗପୁର: ମୋଟର ସାଇକେଲ-ଜେସିବି ଧକ୍କା, ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ମୋଟର ସାଇକେଲ-ଜେସିବି ଧକ୍କା, ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ମହିଳା ମହାବିଦ୍ୟାଳୟ ନିକଟରେ ଜେସିବି ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଟାଉନ୍‌ ଥାନା ଅନ୍ତର୍ଗତ ଭାଟସାଲଗୁଡାର ଗୋପାଳ ମାଝୀ(୨୬) ମୋଟର ସାଇକେଲରେ ସଂଧ୍ୟା ୭.୩୦ରେ ଘରକୁ ଫେରୁଥିବା ବେଳେ ଜେସିବି ଗାଡି ସହିତ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇଁ ଘଟଣା ସ୍ଥଳରେ ଦମକଳ ଗାଡିର କର୍ମଚାରୀମାନେ ପହଞ୍ଚି ଗୋପାଳ ମାଝୀଙ୍କୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। ନବରଙ୍ଗପୁର ମେଡିକାଲରେ ଡାକ୍ତର ଗୋପାଳଙ୍କୁ ମୃତ ଘୋଷଣା କରିଥିଲେ। ଗୋପାଳଙ୍କ ପେଟ ନିକଟରେ ଗଭୀର ଆଘାତ ଲାଗିଥିବା ଏବଂ ପ୍ରଚୁର ରକ୍ତ ସ୍ରାବ ହୋଇଥିବାର ଜଣାପଡିଛି। ଗୋପାଳଙ୍କ ଶବ ବ୍ୟବଛେଦ ଗୁରୁବାର ହେବ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଗୋପାଳଙ୍କ ୩ ଗୋଟି ସନ୍ତାନ ଥିବା ଜଣାପଡିଛି। ମେଡିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe