ପାଣି ଭର୍ତ୍ତି ବାଲଟିରେ ପଡ଼ି ଦେଢ଼ ବର୍ଷ ଶିଶୁକନ୍ୟାର ମୃତ୍ୟୁ

Advertisment

ପରିବାର ଲୋକଙ୍କର ଅବହେଳା ଯୋଗୁଁ ଜଣେ ନିଷ୍ପାପ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଜଣେ ଦେଢ଼ ବର୍ଷର ଶିଶୁକନ୍ୟା ଏକ ପାଣି ଭର୍ତ୍ତି ବାଲଟିରେ ପଡ଼ି ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୋଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ପରିବାର ଲୋକଙ୍କର ଅବହେଳା ଯୋଗୁଁ ଜଣେ ନିଷ୍ପାପ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଜଣେ ଦେଢ଼ ବର୍ଷର ଶିଶୁକନ୍ୟା ଏକ ପାଣି ଭର୍ତ୍ତି ବାଲଟିରେ ପଡ଼ି ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୋଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

Untitled-38

ଡାବୁଗାଁ: ପରିବାର ଲୋକଙ୍କର ଅବହେଳା ଯୋଗୁଁ ଜଣେ ନିଷ୍ପାପ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଜଣେ ଦେଢ଼ ବର୍ଷର ଶିଶୁକନ୍ୟା ଏକ ପାଣି ଭର୍ତ୍ତି ବାଲଟିରେ ପଡ଼ି ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୋଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁକନ୍ୟା କୋଇଗାଁର ବିଶୁ ପୂଜାରୀଙ୍କ ଝିଅ ଲିମବତି ପୂଜାରୀ। ଏନେଇ ମୃତ ଶିଶୁକନ୍ୟାର ବାପା ବିଶୁ ପୂଜାରୀ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ କରୁଛନ୍ତି। 

ସୂଚନା ଅନୁଯାଇ ବୁଧବାର ଅପରାହ୍ନ ସାଢେ଼ ୪ ଘଣ୍ଟ ସମୟରେ ଝରିଗାଁ ବ୍ଲକ ଡଙ୍ଗରିଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଗାଁର ବିଶୁ ପୂଜାରୀଙ୍କ ଦେଢ଼ ବର୍ଷର ଶିଶୁକନ୍ୟା ଲିମବତି ଘର ପଛ ଅଗଣାରେ ଖେଳୁ ଖେଳୁ ଅସାବଧାନତା ବଶତଃ ଏକ ପାଣି ଭର୍ତ୍ତି ବାଲଟିରେ ପଡ଼ି ଯାଇଥିଲା ଏବଂ ବାଲଟି ମଧ୍ୟରେ ବୁଡି ଯାଇଥିଲା। ପରିବାର ଲୋକେ ଝିଅ ଲିମବତୀକୁ ବହୁ ଖୋଜା ଖୋଜି କରିବା ପରେ ଘର ପଛ ପାଣି ଭର୍ତ୍ତି ବାଲଟିରେ ପଡ଼ି ଥିବା ଦେଖିଥିଲେ।

ବିଶୁ ପୂଜାରୀଙ୍କ ଦେଢ଼ ବର୍ଷର ଶିଶୁକନ୍ୟା ଲିମବତି ଘର ପଛ ଅଗଣାରେ ଖେଳୁ ଖେଳୁ ଅସାବଧାନତା ବଶତଃ ଏକ ପାଣି ଭର୍ତ୍ତି ବାଲଟିରେ ପଡ଼ି ଯାଇଥିଲା ଏବଂ ବାଲଟି ମଧ୍ୟରେ ବୁଡି ଯାଇଥିଲା।

ପରିବାର ଲୋକେ ତୁରନ୍ତ ଝିଅକୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଝିଅର ମୃତ୍ୟୁ ଘଟିଥିବା କହିଥିଲେ। ଏନେଇ ଝିଅର ବାପା ବିଶୁ ପୂଜାରୀ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବିଶୁ ପୂଜାରୀଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ। ସାନଝିଅର ଏଭଳି ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe