ନବରଙ୍ଗପୁର (ସୁରେଶ ନାଇଡୁ): ଖତ ଖାଇବାକୁ ବସିଲାଣି ଲକ୍ଷାଧିକ ଟଙ୍କାର ଓପନ ଜିମ୍। ଅଧିକାଂଶ ଓପନ୍ ଜିମ୍ରେ ଯେଉଁ ସବୁ ଭିତ୍ତିଭୂମି ଓ ବ୍ୟାୟମ୍ ସାମଗ୍ରୀ ଲାଗିବା କଥା ସେଥିକି ନ ଲଗାଇ ବାଟମାରଣା କରାଯାଇଛି। ସକାଳେ ଓ ସନ୍ଧ୍ୟାରେ ଛୋଟ ପିଲାଙ୍କ ଠାରୁ ବୃଦ୍ଧ ବ୍ୟକ୍ତିଙ୍କ ସୁସ୍ଥ ଶରୀର ପାଇଁ ଏସବୁ ନିର୍ମାଣ ହୋଇଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଦେଖାରଖା ଅଭାବରୁ ଜିମ୍ର ପ୍ଲାଷ୍ଟିକ ସାମଗ୍ରୀ ଓ ବିଶ୍ରାମ ଲାଗି ତିଆରି ହୋଇଥିବା ସିମେଣ୍ଟ ଚେୟାର ଭାଙ୍ଗି ନଷ୍ଟ ହେଲାଣି । କିଛି ସାମଗ୍ରୀରେ କଳଙ୍କି ଲାଗିଲାଣି। ଲୋକେ କମ୍ ଯିବା ସ୍ଥାନରେ ଏଭଳି ଓପନ ଜିମ୍ କରାଯିବା ଫଳରେ ଅବ୍ୟବହୃତ ହୋଇ ଲତାବୁଦାରେ ଭର୍ତ୍ତି ହେବା ସହ ବିଷାକ୍ତ କୀଟ ଓ ସାପ ଆଦିଙ୍କ ଘର ପାଲଟିଛି।
ହିର୍ଲି ଡଙ୍ଗରରେ ଲୁଚିଗଲାଣି ଜିମ୍
ସ୍ଥାନୀୟ ଆରସିଡି ଉଚ୍ଚ ବିଦ୍ୟାଳୟ ପଡ଼ିଆ ଓ ହିର୍ଲି ଡଙ୍ଗରରେ ଥିବା ଓପନଜିମ୍ ଲତାବୁଦାରେ ଭରିଯାଇଛି। ଉଭୟ ଓପନଜିମ୍ ପାର୍ଶ୍ବ ପାଦଚଲା ରାସ୍ତା ଅଧପନ୍ତରିଆ ଅବସ୍ଥାରେ ଛାଡି ଦିଆଯାଇଛି। ଉଭୟ ପରିସରରେ ବିଷାକ୍ତ ପୋକ ଓ ସାପ ଆଦି ବୁଲୁଛନ୍ତି। ଏଥିପ୍ରତି ପୌରପାଳିକା ଦୃଷ୍ଟି ଦେବାକୁ ବୟସ୍କ ବ୍ୟକ୍ତିମାନେ ଦାବି କରିଛନ୍ତି। ବୟସ୍କ ବ୍ୟକ୍ତିମାନେ କହିଛନ୍ତି। ସହରର ବିଭିନ୍ନ ସ୍ଥାନରେ ପୌରପାଳିକା ପକ୍ଷରୁ ଓପନ ନିମର ବ୍ୟବସ୍ଥା ହୋଇଛି। ଏହା ସହ ସେଠାରେ ବସିବା ଲାଗି ସିମେଣ୍ଟ ଚେୟାର ରହିଛି। ପୌରପାଳିକାର ଏହା ଏକ ଉତ୍ତମ ଯୋଜନା। ବୟସ୍କମାନେ ଶରୀରକୁ ସୁସ୍ଥ ରଖିବାକୁ ସହରରେ କୌଣସି ସାମଗ୍ରୀ ବ୍ୟବହାର କରାଯାଇଥିବାରୁ, ଏସବୁ ଭାଙ୍ଗି ଗଲାଣି। ଯାହା ଫଳରେ ବ୍ୟୟମ କରିବାରେ ସମସ୍ୟା ହେଉଛି। ଭାଙ୍ଗିଥିବା ପ୍ଲାଷ୍ଟିକ ସାମଗ୍ରୀ ବଦଳାଇବା କଥା। ସେହିପରି ସିମେଣ୍ଟ ଚେୟାର ଭାଙ୍ଗିଯାଇଥିବାରୁ ବିଶ୍ରାମ ନେବାରେ ଅସୁବିଧା ହେଉଛି। ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେଇଥିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଏହି ଅଂଚଳର ବୟସ୍କ ବ୍ୟକ୍ତି।
ଆହୁରି ପଢ଼ନ୍ତୁ: Kota student death : କୋଟାରେ ଓଡ଼ିଆ ଛାତ୍ରଙ୍କ ସଂଦେହଜନକ ମୃତ୍ୟୁ
ବାଟମାରଣ ଅଭିଯୋଗ
ଅପରପକ୍ଷରେ କିଛି ଓପନଜିମରେ ମାର୍ଗଦର୍ଶିକା ଅନୁଯାୟୀ ଯେତିକି ବ୍ୟାୟମସାମଗ୍ରୀ ଲାଗିବା କଥା ସେଥିକି ନ ଲଗାଇ ସେଥିରେ ବି ବାଟ ମାରଣା କରାଯାଇଛି। କେତେ ଟଙ୍କା ଏହି ଓପନଜିମ୍ ପାଇଁ ଅସିଥିଲା, ମାର୍ଗଦର୍ଶିକା ଅନୁଯାୟୀ ବ୍ୟାୟମ ଉପକରଣ ଓ ଅନ୍ୟାନ୍ୟ ସୁବିଧା କରାଯାଇଛି କି ନାହିଁ ଯାଂଚ କରାଯିବାର ଆବଶ୍ୟକତା ରହିଛିବୋଲି ପୂର୍ବତନ କାଉନସିଲର ଲାଲୁ ତ୍ରିପାଠୀ ଦାବି କରିଛନ୍ତି। ଅବ୍ୟବସ୍ଥାକୁ ସଜଡାଯିବ। ତୁରନ୍ତ ଓପନଜିମ ନିକଟରୁ ଲତାବୁଦା ସଫା କରି ଏହାର ଦେଖାରଖା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଉକ୍ତ ଅଂଚଳ ନିକଟସ୍ଥ ମହିଳା ଏସଏଚଜି ଗୃପ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ହସ୍ତାନ୍ତର କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ।
ଆହୁରି ପଢ଼ନ୍ତୁ: Cabinet Approves: ରାଜ୍ୟ କ୍ୟାବିନେଟ୍ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/25/ngp-2025-10-25-22-38-54.jpg)