Forest Fire: ୬୦ ସ୍ଥାନରେ ନିଆଁ ଆୟତ୍ତ କଲା ବନ ବିଭାଗ

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ଘାରିଛି ଜଙ୍ଗଲ ନିଆଁ। ଗାଁ ଗାଁରେ ବନ ବିଭାଗ ପକ୍ଷରୁ ସଚେତନତା କରିବା ପରେ ମଧ୍ୟ ଲୋକ ମାନଙ୍କ ମାନସିକତାରେ ପରିବର୍ତ୍ତନ ହୋଇ ପାରୁ ନାହିଁ। ବିଶେଷ କରି ଚାଷ ଜମି ଉର୍ବର ପାଇଁ...

ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ଘାରିଛି ଜଙ୍ଗଲ ନିଆଁ। ଗାଁ ଗାଁରେ ବନ ବିଭାଗ ପକ୍ଷରୁ ସଚେତନତା କରିବା ପରେ ମଧ୍ୟ ଲୋକ ମାନଙ୍କ ମାନସିକତାରେ ପରିବର୍ତ୍ତନ ହୋଇ ପାରୁ ନାହିଁ। ବିଶେଷ କରି ଚାଷ ଜମି ଉର୍ବର ପାଇଁ...

Untitled-18.jpg

ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ଘାରିଛି ଜଙ୍ଗଲ ନିଆଁ। ଗାଁ ଗାଁରେ ବନ ବିଭାଗ ପକ୍ଷରୁ ସଚେତନତା କରିବା ପରେ ମଧ୍ୟ ଲୋକ ମାନଙ୍କ ମାନସିକତାରେ ପରିବର୍ତ୍ତନ ହୋଇ ପାରୁ ନାହିଁ। ବିଶେଷ କରି ଚାଷ ଜମି ଉର୍ବର ପାଇଁ ଏବଂ ମହୁଲ ସଂଗ୍ରହ ଚାଷ ଜମି ଏବଂ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହୋଇଛି।

ଗତ ଦୁଇ ମାସ ମଧ୍ୟରେ ପ୍ରାୟ ୬୦ଟି ଚାଷ ଜମିରେ ଲାଗିଥିବା ନିଆଁକୁ ବନ ବିଭାଗ କର୍ମଚାରୀ ଆୟତ୍ତ କରିଥିବା ସୂଚନା ମିଳିଥିବା ବେଳେ ସଂରକ୍ଷିତ ଜଙ୍ଗଲର କୌଣସି ସ୍ଥାନରେ ନିଆଁ ଲାଗିନଥିବା ଜଣାପଡ଼ିଛି। ଝରିଗାଁ ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ସହାୟତାରେ ଚାଷ ଜମି ଏବଂ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନ କରୁଛନ୍ତି। ବନ ବିଭାଗ ପକ୍ଷରୁ ନିଆଁରୁ ଜମି ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ୧୪ ସ୍ୱାର୍ଡ ଟିମ ନିୟୋଜିତ କରିଛନ୍ତି।ହେଲେ ମଧ୍ୟ ଲୋକ ସଚେତନତା ଅଭାବ ଯୋଗୁଁ ରାତ୍ର ସମୟରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହେଉଛି।

WhatsApp Image 2026-02-13 at 16.53.49 (1)

ଆହୁରି ପଢ଼ନ୍ତୁ: Lord Jagannath: ଗଞ୍ଜାମ ଜିଲ୍ଲାରୁ ମହାପ୍ରଭୁଙ୍କ ଦର୍ଶନ କଲେ ୭୪ ଜଣ ବରିଷ୍ଠ ନାଗରିକ

ଚାଷ ଜମି ଉର୍ବର ପାଇଁ ଚାଷ ଜମିରେ ନିଆଁ ଲଗାଇବା ଦ୍ୱାରା ଉକ୍ତ ନିଆଁ ଜଙ୍ଗଲ ଭିତରକୁ ବେଳେ ବେଳେ ବ୍ୟାପି ଯାଉଛି। ଫଳରେ ଜଙ୍ଗଲ ଭିତରେ ଥିବା ଔଷଧୀୟ ଗଛ ଗୁଡିକ ସହ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା ରହିଛି।ଝରିଗାଁ ବନ ବିଭାଗ ବିଭିନ୍ନ ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀଙ୍କ ସହାୟତାରେ ଦିନ ରାତି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି। ଯେକୌଣସି ସମୟରେ ନିଆଁ ଲାଗିବା ଖବର ଆସିଲେ ତୁରନ୍ତ ସ୍ୱାର୍ଡ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: Acid Attack: ଏସିଡ୍‌ ମାଡ଼ରେ ଜୀବନ ହାରିଥିଲେ ପୀଡିତା, ଫାଶୀଦଣ୍ଡ ପାଇଲା ଦୋଷୀ

ଜମି ଓ ଜଙ୍ଗଲରେ ନିଆଁ ଲଗାଇବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତାପ ମଧ୍ୟ ବଡୁଛି। ତେଣୁ ଜନ ସାଧାରଣ ଜମି କିମ୍ବା ଜଙ୍ଗଲରେ ନିଆଁ ଲଗାଇବାରେ ନିବୃତ ରହିବା ସହ ପରିବେଶ ସନ୍ତୁଳନ ପାଇଁ ଖାଲି ଥିବା ସ୍ଥାନରେ ଜଣେ ଜଣେ ପାଞ୍ଚଟି ଗଛ ଲଗାଇବା ସହ ଗଛ ଗୁଡିକର ଯତ୍ନ ନେବା ପାଇଁ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବନ୍ଦ ଚନ୍ଦ୍ର ନାୟକ ଆହ୍ୱାନ ଦେଇଛନ୍ତି।ଆଗକୁ ଖରା ଦିନ ଥିବା ଯୋଗୁଁ ଜଙ୍ଗଲରେ ନିଆଁ ଲାଗିବା ନେଇ ବନ ବିଭାଗ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe