Paddy: ଧାନବସ୍ତା ସହ ଗାଡ଼ି ମାଳ, ମଣ୍ଡି ଚାରିପାର୍ଶ୍ବ ରାସ୍ତା ଜାମ୍

Advertisment

ମଣ୍ଡିରୁ ଧାନ ସମ୍ପୂର୍ଣ୍ଣ ଭାବେ ଉଠି ପାରୁନଥିବାରୁ ମାସକ ପରେ ବି ଜିଲ୍ଲାପ୍ରଶାସନର ମୁଣ୍ଡବ୍ୟ‌ାଥା କମୁନି। ନବରଙ୍ଗପୁର ହାଟପଦାରେ ଥିବା ଆରଏମସି ୟାର୍ଡ ମଣ୍ଡିକୁ ଶହଶହ ଟ୍ରାକ୍ଟର, ଟ୍ରକ, ଭ୍ୟାନ୍‌ ଯୋଗେ ଚାଷୀମାନେ ଧାନ ନେଇକି ଆସିଥିଲେ।

ମଣ୍ଡିରୁ ଧାନ ସମ୍ପୂର୍ଣ୍ଣ ଭାବେ ଉଠି ପାରୁନଥିବାରୁ ମାସକ ପରେ ବି ଜିଲ୍ଲାପ୍ରଶାସନର ମୁଣ୍ଡବ୍ୟ‌ାଥା କମୁନି। ନବରଙ୍ଗପୁର ହାଟପଦାରେ ଥିବା ଆରଏମସି ୟାର୍ଡ ମଣ୍ଡିକୁ ଶହଶହ ଟ୍ରାକ୍ଟର, ଟ୍ରକ, ଭ୍ୟାନ୍‌ ଯୋଗେ ଚାଷୀମାନେ ଧାନ ନେଇକି ଆସିଥିଲେ।

ngp-mandi (2)

ନବରଙ୍ଗପୁର: ମଣ୍ଡିରୁ ଧାନ ସମ୍ପୂର୍ଣ୍ଣ ଭାବେ ଉଠି ପାରୁନଥିବାରୁ ମାସକ ପରେ ବି ଜିଲ୍ଲାପ୍ରଶାସନର ମୁଣ୍ଡବ୍ୟ‌ାଥା କମୁନି। ନବରଙ୍ଗପୁର ହାଟପଦାରେ ଥିବା ଆରଏମସି ୟାର୍ଡ ମଣ୍ଡିକୁ ଶହଶହ ଟ୍ରାକ୍ଟର, ଟ୍ରକ, ଭ୍ୟାନ୍‌ ଯୋଗେ ଚାଷୀମାନେ ଧାନ ନେଇକି ଆସିଥିଲେ। ୟାର୍ଡ ଚାରିପାର୍ଶ୍ବ ରାସ୍ତାରେ ଧାନ ବୋଝେଇ ଭ୍ୟାନ୍ ରହିବା ଫଳରେ ସବୁ ଆଡେ ରାସ୍ତା ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା। ଦିନ ତମାମ ଗାନ୍ଧିନଗର, ଭାଟିଶାଳଗୁଡାବାସୀ ଟ୍ରାଫିକଜାମରେ ପସିରହିଥିଲେ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୪ ଲକ୍ଷ ୮୮ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୦ପ୍ରତିଶତ ୬ ଲକ୍ଷ ୬୭ ହଜାର ୭୯୧ କୁଇଣ୍ଟାଲ ୧୫,୨୦୬ଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି।

ଗତ ବର୍ଷ ଧାନ କିଣାର ୬୦ପ୍ରତିଶତ ହିଁ କ୍ରୟକାରୀ ସଂସ୍ଥାକୁ ଧାନ କିଣିବାକୁ ‌ଜିଲ୍ଲାଯୋଗାଣ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। କ୍ରୟକାରୀସଂସ୍ଥାକୁ ଦିଆଯାଇଥିବା ଟା‌ର୍ଗେଟ ପୂରଣ ହେବା ପରେ ସେମାନେ ଆଉ ଧାନ ଉଠାଉନଥିବାରୁ ଏବେ ଏହା ନୂଆ ସମସ୍ୟା ଉପୁଜିଛି। ଏପରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ୨୦ ହଜାର କୁଇଣ୍ଟାଲ ଧାନ ପଡି  ରହିଛି। ଜିଲ୍ଲାର ୫୦,୯୧୯ ଚାଷୀ ଖରିଫ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଯୁଗ୍ମ ଯାଂଚ ଓସାଟେଲାଇଟ୍ ସର୍ଭେ ପରେ ୨୫୦ଜଣ ଚାଷୀ କଟିଛନ୍ତି। ୫୦୬,୬୯ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୫୪,୫୦୦ ଟୋକନ୍ ଚାଷୀଙ୍କୁ ମିଳିଛି।

ଆହୁରି ପଢ଼ନ୍ତୁ: Fine On Indigo: ବିମାନ ସେବା ବିଭ୍ରାଟ ପ୍ରସଙ୍ଗ: ଇଣ୍ଡିଗୋ ଉପରେ ୨୨.୨୦ କୋଟି ଜରିମାନା

ମାତ୍ର ୬୪ ମିଲର୍ସ ଯୋଗ୍ୟ

୨୦୨୫-୨୬ ଖରିଫ ମଣ୍ଡିର କଷ୍ଟମ ମିଲିଂ ପାଇଁ ଧାନ ଉଠାଇବାକୁ ଜିଲ୍ଲାର ୮୨ ମିଲର୍ସ ମଧ୍ୟରୁ ମାତ୍ର ୬୪ଜଣ ଯୋଗ୍ୟ ହୋଇଛନ୍ତି। ଏଣେ ଗୋଦାମ ଖାଲି ନଥିବାରୁ ୨୦୨୪-୨୫ ଖରିଫମଣ୍ଡିର ୧୧ପ୍ରତିଶତ କଷ୍ଟମ ମିଲିଂ ଚାଉଳ ମିଲର୍ସ ଫେରାଇ ନାହାନ୍ତି। ଶତପ୍ରତିଶତ ଚାଉଳ ଫେରାଇପାରିନଥିବା ୧୮ ମିଲର୍ସ ମଣ୍ଡିରେ ଭାଗ ନେଇ ନାହାନ୍ତି। ଗତ ୨୦୨୪-୨୫ ଖରିଫ ମଣ୍ଡିରେ ଜିଲ୍ଲାରେ ୮୨ ମିଲର୍ସଙ୍କୁ ୧୭ ଲକ୍ଷ ୯ ହଜାର ୭୬ କୁଇଣ୍ଟାଲ ଧାନ କଷ୍ଟମ ମିଲିଙ୍ଗ କରି ୧୪ ଲକ୍ଷ ୨୫ ହଜାର ୩୧୨ କୁଇଣ୍ଟାଲ ୪୨ କେଜି ଚାଉଳ ଫେରାଇବା ପାଇଁ ଚୁକ୍ତି ହୋଇଥିଲା। ଏଯାଏଁ ୮୨ ମିଲର୍ସଙ୍କ ଠାରୁ ୮୯ ପ୍ରତିଶତ ଚାଉଳ ସଂଗ୍ରହ କରାଯାଇଛି। ମଣ୍ଡିରେ କ୍ରୟକାରୀ ସଂସ୍ଥାର ଟାର୍ଗେଟ ଏବେ ନୂଆ ମୁଣ୍ଡ ବ୍ୟାଥା ଆରମ୍ଭ ହୋଇଛି। କ୍ରୟକାରୀ ସଂସ୍ଥାର ଟାର୍ଗେଟ ନଥିବାରୁ ସେମାନେ ଧାନ ଉଠାଇ ପାରୁନାହାନ୍ତି।

ଆହୁରି ପଢ଼ନ୍ତୁ: Iran Issue: ଇରାନ ବିକ୍ଷୋଭର ନୂଆ ପର୍ଯ୍ୟାୟ: ‘୫,୦୦୦ ମୃତ୍ୟୁ’, ପୁଣି ଫାଶୀ ଆହ୍ୱାନ, ଟ୍ରମ୍ପଙ୍କୁ ଧମକ

ଆନ୍ଦୋଳନ ଚେତାବନୀ

ସିନ୍ଧିଗୁଡା ମଣ୍ଡିରେ ୧୦୦କୁଇଣ୍ଟାଲ ଧାନ ଥିବା ବେଳେ ଚାଷୀମାନେ ପାଟିତୁଣ୍ଡ କରିବା ସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଏହି ସୂଚନା ଜିଲ୍ଲାଯୋଗାଣ ଅଧିକାରୀ ଜାଣିବା ପରେ  ଅନ୍ୟ ବ୍ଲକର ଟାର୍ଗେଟ ସିନ୍ଧିଗୁଡା ମଣ୍ଡିର କ୍ରୟକାରୀ ସଂସ୍ଥାକୁ ଦେଇ ଧାନ ଉଠାଇଥିଲେ। ଚାଷୀମାନେ ଏଭଳି ସମସ୍ୟା ତୁରନ୍ତ କଣ୍ଟ୍ରୋଲ ରୁମକୁ ଜଣାଇବାକୁ ସିଏସଓ ଅନୁରୋଧ କରିଛନ୍ତି। ଏହାରି ମଧ୍ୟରେ ରାଜ୍ୟସ୍ତରରୁ ଗୋଟିଏ ଏନ‌ଫୋର୍ସମେଣ୍ଟ ଟିମ୍ ଆସି ମିଲର୍ସଙ୍କ ଜମା ଚାଉଳ, ନୂଆରେ ନେଇଥିବା ଧାନ ଷ୍ଟକ୍ ଖାତା ଆଦିର ଯାଂଚ କରି ଫେରିଛନ୍ତି। ଅନିମିୟତତା ସମ୍ପର୍କରେ ସେମାନେ ରାଜ୍ୟସ୍ତରରେ ରିପୋର୍ଟ ଦେବା ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe