ପାରାପିଟ୍ ଖସି ଶିଶୁ କନ୍ୟାର ମୃତ୍ୟୁ

Advertisment
ପାରାପିଟ୍ ଖସି ଶିଶୁ କନ୍ୟାର ମୃତ୍ୟୁ

ନବରଙ୍ଗପୁର: ଘର ଉପରେ ନିର୍ମାଣ ହୋଇଥିବା ପାରାପିଟ୍ ଖସିପଡିବାରୁ ୬ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟା ନବରଙ୍ଗପୁର ବ୍ଲକ ବଡକୁମୁଲି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଗ୍ରାମର ଅଶୋକ ହରିଜନଙ୍କ ଝିଅ ବୋଲି ଜଣାପଡିଛି। ସୂଚନା ଅନୁସାରେ, ସକାଳ ପ୍ରାୟ ସାଢେ ୯ଟା ସମୟରେ ଚାନ୍ଦିନି ଘର ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ ପାରାପିଟ୍ କାନ୍ଥ ଚାନ୍ଦିନି ଉପରେ ଖସିପଡିଥିଲା। ପାରାପିଟ କାନ୍ଥର ଇଟା ଗୁଡିକ ଚାନ୍ଦିନି ଉପରେ ଖସି ପଡିଯିବାରୁ ଚାନ୍ଦିନିର ଗୋଡ, ବେକ ଓ ହାତକୁ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଚାନ୍ଦିନିଙ୍କୁ ନବରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା। ନବରଙ୍ଗପୁର ମେଡିକାଲରେ ଡାକ୍ତର ଚାନ୍ଦିନିଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରେ ଚାନ୍ଦିନିଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ପରେ ସାନକୁମୁଲି ଗାଁରେ ଶୋକର ଛାୟା ଖେଳିଯାଇଛି। ଚାନ୍ଦିନି ନବରଙ୍ଗପୁର ସ୍ଥିତ ଏକ ଘରୋଇ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢ଼େ। ପାପଡାହାଣ୍ଡି ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe