ପ୍ରତାରକ ପ୍ରେମିକ: ପ୍ରେମିକାର ପ୍ରସବ ପରେ ବାହା ହେବାକୁ ମନାକଲା... ବଦମାସ୍ ପ୍ରେମିକକୁ ପୋଲିସ୍ ବାନ୍ଧିଲା

New Project (7)

ମୈଦଲପୁର: ପ୍ରେମିକାକୁ ଗର୍ଭବତୀ କରି ଛୁଆ ଜନ୍ମ ପରେ ପ୍ରେମିକର ପ୍ରତାରଣା ଘଟଣାରେ ଆଜି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା  ପୋଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ମେରେଇ ଗ୍ରାମର ଜଣେ ଯୁବତୀଙ୍କ ସହ ତେନ୍ତୁଳିଖୁଣ୍ଟି ଥାନା ଅମଲାଭଟା ଗ୍ରାମର ବୁଦୁରାମ ମୁଦୁଲିଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । 

WhatsApp Image 2025-10-13 at 19.11.17

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲା ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲା । ୫ ଦିନ ତଳେ ଯୁବତୀଙ୍କ ଏକ ଝିଅ ଜନ୍ମ ହୋଇଥିଲା । ବିବାହ କରିବାକୁ ଯୁବତୀ ଜଣକ ବୁଦୁରାମଙ୍କୁ କହିବାରୁ ମନା କରିଦେଇଥିଲେ । ନ୍ୟାୟ ପାଇବା ଆଶାରେ ଯୁବତୀ ମୈଦଲପୁର ଥାନାରେ ଗତ କାଲି ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ମୈଦଲପୁର ପୋଲିସ ଅଭିଯୁକ୍ତ ବୁଦୁରାମ ମୁଦୁଲିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe