ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦକୁ ଅସିଦ୍ଧ ଘୋଷଣା କଲେ ଜିଲ୍ଳା ଜଜ

ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦକୁ ଅସିଦ୍ଧ ଘୋଷଣା କଲେ ଜିଲ୍ଳା ଜଜ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦବିକୁ ଅସିଦ୍ଧ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଳା ଜଜ। ଗତ ଥର ଜିଲ୍ଳାପରିଷଦ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜିଲ୍ଳାପରିଷଦ ସଭ୍ୟମାନେ ଭୋଟ ବାକ୍ସରେ ଭୋଟ ଦାନ କାଗଜ ପକାଇବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ ମତ ଦାନ ଦେଖାଇବେ ବୋଲି ଅଧ୍ୟାଦେଶ ଜାରି କରିଥିଲେ। ଜିଲ୍ଳାପରିଷଦ ଅଧ୍ୟକ୍ଷ ଭାବେ ଭଗବତୀ ଭତ୍ରା ବିଜୟୀ ହୋଇଥିଲେ। ଏହାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଳା କୋର୍ଟରେ ବିଜେପିର ବିପକ୍ଷ ପ୍ରାର୍ଥୀ ବେବି ମାଝୀ ଆବେଦନ କରିଥିଲେ। ଜିଲ୍ଳା ବିଚାରପତି ରାଜେନ୍ଦ୍ର ପାଣିଗ୍ରାହୀ ମଙ୍ଗଳବାର ବିଚାରଣା କରି ଅଧ୍ୟକ୍ଷ ପଦବିକୁ ଅସିଦ୍ଧ ଘୋଷଣା କରିବା ସହ ଏହି ପଦବି ପୁରଣ କରିବା ପାଇଁ ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସିନକୁ ନିର୍ଦ୍ଧେଶ ଦେଇଛନ୍ତିି।

ଏହି ଆଦେଶ ପ୍ରାପ୍ତି ପରେ ଜିଲ୍ଳା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ସଭାପତି ଗୋବିନ୍ଦ ଜୈନ, ପୂର୍ବତନ ସାଂସଦ ପର୍ଶୁ ମାଝୀ କହିଥିଲେ ଯେ, ସରକାର ଯେଉଁ ଅଧ୍ୟାଦେଶ ଜାରି କରିଥିଲେ ତାହା ଅଗଣତାନ୍ତ୍ରୀକ। ନିର୍ବାଚନର ଆଚାରଣ ବିଧିକୁ ଉଲଙ୍ଘନ କରୁଥିଲା। ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ବ୍ୟକ୍ତିଙ୍କ ଅଧିକାରକୁ ଖଣ୍ଡନ କରୁଛି। ଶେଷରେ ମାନ୍ୟବର ବିଚାରପତି ଏକ ଏତିିହାସିକ ରାୟ ଶୁଣାଇଛନ୍ତି। ଏହି ରାୟକୁ ଆଧାର କରି ଜିଲ୍ଳାପରିଷଦ ଅଧ୍ୟକ୍ଷ ନୈତିକତା ଦୃଷ୍ଟିରୁ ନିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତୁ। ଏଣୁ ତୁରନ୍ତ ଜିଲ୍ଳାପାଳ ଏହି ଆଦେଶକୁ ଆଦ୍ଧାର କରି ପୁନଃ ନିର୍ବାଚନ ପ୍ରକ୍ରୀୟା କରନ୍ତୁ ସେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe