ନବରଙ୍ଗପୁରରେ ପହଞ୍ଚିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନବରଙ୍ଗପୁରରେ ପହଞ୍ଚିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନବରଙ୍ଗପୁର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ଆଉ ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନବରଙ୍ଗପୁରରେ ପହଂଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି | ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରାଯାଇଛି ।

ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଜନାଥ ଆଲୋଚନା କରିଛନ୍ତି। ରାଜନାଥ ପରେ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଲୋକସଭା କ୍ଷେତ୍ରର କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ଲୋକସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ବିଧାନସଭା ପ୍ରବାସ ସଞ୍ଚାଳନ ସମିତି ଟିମ୍, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ନବରଙ୍ଗପୁର ପରେ ରାଜନାଥ ବ୍ରହ୍ମପୁର ଗସ୍ତରେ ଯିବେ |

ସେଠାରେ ଆମ୍ବପୁଆ ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ | ଏହାପରେ ବାରିପଦା ଯିବେ | ସେଠାରେ ମଧ୍ୟ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe