ଚନ୍ଦାହାଣ୍ଡି: ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କୁହୁଡ଼ି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଟ୍ରାକ୍ଟର ଦୁର୍ଘଟଣାରେ ଏକ ୫ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ସୂଚାନୁଯାୟୀ କୁହୁଡ଼ି ଗ୍ରାମର ଶ୍ରୀଧର ଗୌଡ଼ଙ୍କର ୫ ବର୍ଷର ଶିଶୁ ପୁତ୍ର ଥବିର ଗୌଡ଼ ଗାଁ ଦାଣ୍ଡରେ ଏକ ଛୋଟ ସାଇକେଲ ଚଳାଇ ଖେଳୁଥିଲେ। ସାଇକେଲ ଚଳାଇ ସେ ରାସ୍ତାକୁ ଆସିବା ବେଳେ ରାସ୍ତାରେ ଆସୁଥିବା ଏକ ଟ୍ରାକ୍ଟର ପଛ ଚକ ତଳେ ପଶି ଯାଇଥିଲେ। ଯାହାଫଳରେ ଚକ ତଳେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆହୁରି ପଢନ୍ତୁ- Humane Sagar Case: ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଟଣା ହେବେ ଡାକ୍ତରଙ୍କ ସହ ପତ୍ନୀ, କଣ୍ଠଶିଳ୍ପୀ!
ଖବର ପାଇ ଚନ୍ଦାହାଣ୍ଡି ଏଏସଆଇ ଲାବନ୍ୟ ବେମାଲ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସନ୍ଧ୍ୟା ହୋଇ ଯାଇଥିବାରୁ ଆସନ୍ତା କାଲି ଶବ ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଟ୍ରାକ୍ଟର ଟି କୁହୁଡ଼ି ଗ୍ରାମର ରମେଶ ମାଝୀଙ୍କ ହୋଇଥିବା ବେଳେ ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ତଦନ୍ତ ଅଧିକାରୀ ଶ୍ରୀ ବେମାଲ ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ- Harghar Jal scheme: ହରଘର ଜଳ ଯୋଜନାରେ ନବରଙ୍ଗପୁର ଫେଲ୍, ୩୨.୫୧ ପ୍ରତିଶତ ସରିଛି, ୨ ବ୍ଲକରେ ଶୁନ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/21/accident-2025-12-21-22-14-24.jpg)