ନବରଙ୍ଗପୁର: ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ବ୍ୟକ୍ତିଗତ ଭାବେ ଟ୍ୟାପ୍ ଯୋଗେ ସୁରକ୍ଷିତ, ବିଶୁଦ୍ଧ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଜଳ ଜୀବନ ମିଶନର ପରିକଳ୍ପନା କରିଥିଲା । କେନ୍ଦ୍ରର ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ଜରିଆରେ ଏହି ମିଶନରେ ହରଘର ଜଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜିଲ୍ଲାକୁ ମେଗା ଜଳଯୋଗାଣ ପ୍ରକଳ୍ପ, ଯୁଗ୍ମ ଓ ଏକକ ଗାଁ ଯୋଜନାରେ ୧୫୦୦କୋଟିର ଅନୁଦାନ ମିଳିଥିଲା | ଏତେ ଟଙ୍କା ମିଳିବା ପରେ ବି ଜିଲ୍ଲାରେ ଏହି ଯୋଜନା ଫେଲ୍ ମାରିଛି।
ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଯୋଜନା ଏଯାଏଁ ୩୨.୫୧ପ୍ରତିଶତ ଗାଁରେ ହିଁ ପହଚିଂ ପାରିଛି। ଏପରିକି ଦୀପତଳ ଅନ୍ଧାର ନବରଙ୍ଗପୁର ଜିଲ୍ଲା ସଦରମହକୁମାର ନବରଙ୍ଗପୁର ବ୍ଲକ ଓ ରାଜ୍ୟର ଚର୍ଚ୍ଚିତ ବ୍ଲକ ଚନ୍ଦାହାଣ୍ଡି ବ୍ଲକରେ ଏହି ଯୋଜନା ଏଯାଏଁ କାର୍ଯ୍ୟକାରୀ ହୋଇପାରିନି। ଜିଲ୍ଲାର ୧୦ଟି ବ୍ଲକରେ ୮୫୫ଟି ଗାଁକୁ ହରଘର ଜଳ ଯୋଜନାରେ ସାମିଲ କରି ଗ୍ରାମବାସୀଙ୍କୁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ, ଯୁଗ୍ମ ଓ ଏକକ ଗାଁ ଯୋଜନାରେ ସାମିଲ କରି ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରହିଥିଲା। ୮୫୫ଗାଁରୁ ୨୭୮ଗାଁରେ ଏହି ଯୋଜନାରେ ଜଳଯୋଗାଣ କାର୍ଯ୍ୟକାରୀ ହୋଇଥିବା ବେଳେ ୫୭୭ଟି ଗାଁରେ କେବେ ହେବ ତାହା ପ୍ରଶ୍ନବାଚୀ। ଏହି ୨୭୮ଟି ଗାଁ ମଧ୍ୟରୁ ୧୪୮ଟିରେ ବୃହତ୍ତ ଜଳଯୋଗାଣ ପ୍ରକଳ୍ପ ଓ ୧୩୦ଟି ଗାଁରେ ଯୁଗ୍ମ ଓ ଏକକ ଗାଁ ଯୋଜନାରେ ପାନୀୟ ଜଳଯୋଗାଣ ହେଉଥିବା ସୂଚନା ମିଳିଛି।
ଆହୁରି ପଢନ୍ତୁ: Timepass Award: ୧୮ତମ ଟାଇମପାସ୍ ବୁକର ପୁରସ୍କାର ପାଇବେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ୪ ଜଣଙ୍କୁ ‘ବେଷ୍ଟସେଲର୍ ପୁରସ୍କାର’
ନବରଙ୍ଗପୁର ବ୍ଲକର ୫୫ଟି ଓ ଚନ୍ଦାହାଣ୍ଡି ବ୍ଲକର ୮୬ଟି ଗାଁରେ ହରଘର ଜଳ ଯୋଜନାର ସୁଫଳ ଗ୍ରାମବାସୀ ପାଇନାହାନ୍ତି। ଡାବୁଗାଁ ବ୍ଲକର ୬୬ଟିରୁ ଗୋଟିଏ ,ଝରିଗାଁ ବ୍ଲକର ୧୧୧ରୁ ୨୫, ଉମରକୋଟର ୧୦୪ରୁ ୪୯ଟି , ରାଇଘରର ୧୧୭ରୁ ୨୭ ଯୁଗ୍ମ ଓ ଏକକ ଗାଁ ଯୋଜନାରେ ପାଣି ଯୋଗାଣ ହେଉଛି। କୋଷାଗୁମୁଡା ବ୍ଲକର ୧୧୮ଗାଁରୁ ମେଗା ଜଳଯୋଗାଣ ପ୍ରକଳ୍ପରେ ୪୯ଟି ଓ ଯୁଗ୍ମ ଓ ଏକକ ଗାଁ ଯୋଜନାରେ ୨୩ଟି ଏଭଳି ୭୨ଟି ଗାଁକୁ ପାଣି ଯୋଗାଣ ହେଉଛି। ନନ୍ଦାହାଣ୍ଡି ବ୍ଲକର ୪୭ଟି ଗାଁରୁ ମେଗା ଜଳଯୋଗାଣ ପ୍ରକଳ୍ପରେ ୩୫ଟି ଓ ଯୁଗ୍ମ ଓ ଏକକ ଗାଁ ଯୋଜନାରେ ୫ଟିରେ ପାଣି ଯୋଗା ଯାଉଛି। ପାପଡାହାଣ୍ଡି ବ୍ଲକର ୮୬ଟି ଗାଁରୁ ୭ଟି ଓ ତେନ୍ତୁଳିଖୁଣ୍ଟିର ୬୫ରୁ ୫୭, ଗାଁକୁ ମେଗାଜଳଯୋଗାଣ ପ୍ରକଳ୍ପରେ ଏହି ଯୋଜନାରେ ପାନୀୟ ଜଳ ପହଚିଂଛି।
ଆହୁରି ପଢନ୍ତୁ: Bangladesh : ଦିଲ୍ଲୀରେ ସତ୍ୟାଗ୍ରହ, କିନ୍ତୁ ଚିଟାଗଙ୍ଗରେ ହୋଇଥିଲା ଆକ୍ରମଣ : ଭାରତ
ଏହାକୁ ନେଇ ସାଂସଦ ଇଂ.ବଳଭଦ୍ର ମାଝୀ ବିଗଡିବା ସହ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗକୁ କହିଛନ୍ତି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ବି ସମୀକ୍ଷା କରି ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରତୀକ କୁମାର ରାଉତଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/05/13/cQQVaQEaZssQdkhOeI53.jpg)