ଚନ୍ଦାହାଣ୍ଡି : ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଆଜି ପୁଣି ରାସ୍ତାରୋକ

Advertisment
ଚନ୍ଦାହାଣ୍ଡି : ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଆଜି ପୁଣି ରାସ୍ତାରୋକ

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ସଡକ ଦୁର୍ଘଟଣା ରେ ୨ ଶିଶୁ ମୃତ ଘଟଣାରେ ଆଜି ସ୍ଥାନୀୟ ଅଞ୍ଚଳରେ ଆଉଥରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ଆଉ ଜଣେ ମୃତ ଶିଶୁର ଶବ ଗାଁରେ ପହଞ୍ଚିବା ପରେ ଗାଁରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁର ଶବକୁ କଂଗ୍ରେସ ନେତା କ୍ଷମରାଜ ବାଘ, ସନ୍ତୋଷ ପଟ୍ଟନାୟକ, ହୁମେଶ୍ବର ହଂସ, କେଦାର ପୂଜାରୀ ପ୍ରମୁଖ ଶତାଧିକ ଲୋକ ପ୍ରାୟ ଅଢ଼େଇ କିଲୋମିଟର ବୋହି ଆଣି ଚନ୍ଦାହାଣ୍ଡି ବସଷ୍ଟାଣ୍ଡ ନିକଟରେ ମୁଖ୍ୟ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରାଯାଇଛି । କ୍ଷତିପୁରଣ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କୁହାଯାଇଛି। ରାସ୍ତା ଉପରେ ଶବ ରଖିବା ଫଳରେ ରାସ୍ତା ର ଉଭୟ ପାଖରେ ଗାଡି ମୋଟର ଅଟକି ରହିଛି ।

ସୋମବାର ସକାଳେ ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍‌ର ଝରାବାହାଲ ଗ୍ରାମରେ ଥିବା ଏକ ଘର ଭିତରକୁ ପଶିଯିବାରୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଦୁଇ ମୃତକ ହେଲେ ୧୦ ବର୍ଷିୟ ସଚିନ ଗୋପାଳ ଓ ୭ ବର୍ଷୀୟ ନନ୍ଦିନୀ ଗୋପାଳ। ଏହାଛଡ଼ା ଏଥିରେ  ଜଣେ ବୃଦ୍ଧ ଏବଂ ଦୁଇଜଣ ଶିଶୁଙ୍କ ସମେତ ଚାରିଜଣ ଗୁରୁତର ଆହତ ହୋଇଛନ୍ତି ।

ଗତ କାଲି ଜଣେ ମୃତକ ଶିଶୁ ନନ୍ଦିନିର ମୃତଦେହ ଗାଁରେ ପହଞ୍ଚିବା ପରେ ତାଙ୍କ ଘର ଆଗରେ  ମୃତଦେହ ରଖି ଗ୍ରାମବାସୀ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ପକ୍ଷରୁ ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଉପରୁ ଶବକୁ ଉଠାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe