ଚନ୍ଦାହାଣ୍ଡି  :  ଝରିଗାଁ ଘାଟି ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ, ମାଓବାଦୀ ସନ୍ଦେହ

Advertisment
ଚନ୍ଦାହାଣ୍ଡି  :  ଝରିଗାଁ ଘାଟି ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ, ମାଓବାଦୀ ସନ୍ଦେହ

image source-global.janmabhumidaily.com

ଚନ୍ଦାହାଣ୍ଡି   : ନବରଙ୍ଗପୁର ଜିଲ୍ଳା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଗଛ କାଟି ରାସ୍ତା ଅବରୋଧ କରାଯାଇଛି । ମାଓବାଦୀମାନେ ଏହି ରାସ୍ତା ଅବରୋଧ କରିଥିବା ସଂଦେହ କରାଯାଉଛି ।

ଆଜି ରାତି ପ୍ରାୟ ଘ.୯.୧୫ ସମୟରେ ଛତିଶଗଡର ଗୋଟିଏ ସ୍କୋର୍ପିଓରେ କିଛି ଲୋକ ଉମରକୋଟରୁ ଚନ୍ଦାହାଣ୍ଡି ଦେଇ ଛତିଶଗଡ ଯାଉଥିବା ବେଳେ ଝରିଗାଁ-ଚନ୍ଦାହାଣ୍ଡି ଘାଟି ରାସ୍ତା ପରଲାଗୁଡା ଠାରେ ରାସ୍ତା ଉପରେ ଗଛ ପଡିଥିବା  ଦେଖିବାକୁ ପାଇଥିଲେ। ଡ୍ରାଇଭର ରାସ୍ତା ଉପରେ ପଡିଥିବା ଗଛକୁ ରାସ୍ତା ଉପରୁ ହଟାଇବା ପାଇଁ ଉଦ୍ୟମ କରିବା ସମୟରେ ପ୍ରାୟ ୧୫ ଜଣ ବ୍ୟକ୍ତି ହିନ୍ଦୀ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଏକ ପଥର ତାଙ୍କ ଉପରକୁ ଫୋପାଡ଼ିଥିଲେ । ଫଳରେ ଡ୍ରାଇଭର ଭୟଭୀତ ହୋଇ ଗାଡିକୁ ବୁଲାଇ  ପୁଣି ଝରିଗାଁକୁ ଫେରିଯାଇଥିଲେ । ସେହି ସମୟରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଗୋବିନ୍ଦ ଜୈନ ଗୋଟିଏ ଗାଡି ରେ ଏବଂ ଅନ୍ୟ ଏକ ଗାଡି ରେ କଂଗ୍ରେସ ନେତା କ୍ଷମରାଜ ବାଘ ଉମରକୋଟ ରୁ ଚନ୍ଦାହାଣ୍ଡି କୁ ଯାଉଥିବା  ସମୟରେ ଛତିଶଗଡର ଉକ୍ତ ଡ୍ରାଇଭର ଏମାନଙ୍କ ଗାଡିକୁ ଅଟକାଇ  ଘଟଣା ସଂକ୍ରାନ୍ତରେ ସବୁକିଛି କହିଥିଲେ। ଉକ୍ତ ୨ ନେତାଙ୍କ ଗାଡି ବି ପୁଣି ଝରିଗାଁକୁ ଫେରିଯାଇଥିଲା । ଏ ସଂକ୍ରାନ୍ତରେ ଫେରିଥିବା ନେତା ମାନେ ଝରିଗାଁ ଓ ଚନ୍ଦାହାଣ୍ଡି ଥାନାକୁ ଖବର ଦେଇଥିଲେ। ପୁଲିସ ଉକ୍ତ ରାସ୍ତା ଦେଇ କୌଣସି ଗାଡିକୁ ଛାଡିନଥିବା ଜଣାପଡିଛି। ପୂର୍ବରୁ ବହୁବାର ଏପରି ମାଓବାଦୀ ମାନେ ସେହି ଘାଟି ରାସ୍ତାରେ ଗଛ କାଟିବା ସହ ମାଓବାଦୀ ନାମରେ ପୋଷ୍ଟର ମାରିଥିବାର ନଜିର ରହିଛି। ଏଥର ବି ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରିଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe