Advertisment

Road Problem: ଅବଧି ସରିଲା, କାମ ସରୁନି, ୧୫ ପିଏମଜେଏସୱାଇ ରାସ୍ତା ଅଧାରେ: ୩୧ସୁଦ୍ଧା ନ ସରିଲେ ଫେରିଯିବ ଟଙ୍କା

Advertisment

ଉମରକୋଟ ବିଭାଜନରେ ୭.୯୪କୋଟିରେ ୪ଟି ରାସ୍ତା ନିର୍ମଣାଧୀନ ରହିଛି। ନିର୍ମାଣାଧୀନ ରାସ୍ତାରୁ ପିଚୁ, ବଜୁରୀ ଆଦି ବାହାରି ପଡୁଥିବା ଅଭିଯୋଗ ହେଉଛି। ଏହି ମାସ ୩୧ତାରିଖ ସୁଦ୍ଧା କାମ ସମ୍ପୁର୍ଣ୍ଣ ନ ହେଲେ ବଳକା ଟଙ୍କା ସରକାର ଫେରାଇ ନେବେ ବୋଲି ସୂଚନା ମିଳିଛି।  

ଉମରକୋଟ ବିଭାଜନରେ ୭.୯୪କୋଟିରେ ୪ଟି ରାସ୍ତା ନିର୍ମଣାଧୀନ ରହିଛି। ନିର୍ମାଣାଧୀନ ରାସ୍ତାରୁ ପିଚୁ, ବଜୁରୀ ଆଦି ବାହାରି ପଡୁଥିବା ଅଭିଯୋଗ ହେଉଛି। ଏହି ମାସ ୩୧ତାରିଖ ସୁଦ୍ଧା କାମ ସମ୍ପୁର୍ଣ୍ଣ ନ ହେଲେ ବଳକା ଟଙ୍କା ସରକାର ଫେରାଇ ନେବେ ବୋଲି ସୂଚନା ମିଳିଛି।  

0b38655a-ea5b-47be-83fd-e1de2620d2fb

ନବରଙ୍ଗପୁର: ଜିଲ୍ଲାରେ ୨୦୨୧-୨୦୨୫ ଆର୍ଥିକ ବର୍ଷରେ ଗ୍ରାମ୍ୟ ନିର୍ମାଣ ବିଭାଜନ ନବରଙ୍ଗପୁରରେ ୪୭.୫୦କୋଟି ଟଙ୍କାରେ  ୧୧ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମଜେଏସୱାଇ) ରାସ୍ତା ଏବଂ ୫ଟି ସେତୁ ନିର୍ମାଣାଧୀନ ଅଛି। ଉମରକୋଟ ବିଭାଜନରେ ୭.୯୪କୋଟିରେ ୪ଟି ରାସ୍ତା ନିର୍ମଣାଧୀନ ରହିଛି। ନିର୍ମାଣାଧୀନ ରାସ୍ତାରୁ ପିଚୁ, ବଜୁରୀ ଆଦି ବାହାରି ପଡୁଥିବା ଅଭିଯୋଗ ହେଉଛି। ଏହି ମାସ ୩୧ତାରିଖ ସୁଦ୍ଧା କାମ ସମ୍ପୁର୍ଣ୍ଣ ନ ହେଲେ ବଳକା ଟଙ୍କା ସରକାର ଫେରାଇ ନେବେ ବୋଲି ସୂଚନା ମିଳିଛି।  

ନବରଙ୍ଗପୁର ବିଭାଜନରେ ୨୦୨୧-ରୁ ୨୦୨୫ବର୍ଷ ମଧ୍ୟରେ ୧୪୮.୨୨କୋଟିରେ ୨୭ଟି ପିଏମଜେଏସୱାଇ ରାସ୍ତା ୧୮୫.୮୦କିଲୋ ମିଟର ରାସ୍ତା ସହ ୫ଟି ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଥିଲା। ଏଥିରୁ ୧୦୦.୨୭କୋଟି ଖର୍ଚ୍ଚରେ ୧୭୦.୮୨କିମି ଦୈର୍ଘ୍ୟର ୧୬ଟି ରାସ୍ତାର ନିର୍ମାଣ ସରିଛି। ତେନ୍ତୁଳିଖୁଣ୍ଟି ବ୍ଲକର ମୁଷାମୁଣ୍ଡିଗୁଡା ଠାରୁ ଅଂଚଳଗୁମ୍ମା, ଚିତ୍ରକୋଟ , ମେଙ୍ଗରା କଣ୍ଟାଗାଁ ରାସ୍ତା ୧୦.୪୪କୋଟିରେ ନିର୍ମାଣ ଚାଳୁଛି। ଯେଉଁ ଅଂଶ ରାସ୍ତା ନିର୍ମାଣ ସରିଛି ସେଥିରୁ ଅଳ୍ପ ଦିନ ମଧ୍ୟରେ ପିଚୁ, ବଜୁରୀ ସବୁ ବାହାରି ପଡିଛି। ନୂଆଦିଲ୍ଲୀରୁ ଆସିଥିବା ନ୍ୟାସନାଲ କ୍ବାଲିଟି ମନିଟର (ଜାତୀୟ ଗୁଣବତ୍ତା ମନିଟର) ରାସ୍ତାର ଗୁଣାବତ୍ତା ମାପିବା ସହ ପୁନର୍ବାର ନୂଆରେ ରାସ୍ତା ନିର୍ମାଣ କରିବାକୁ  ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକର ଅମଲାଭଟା ଠାରୁ ତରାପାଣି ବନ୍ଧଗୁଡା ରାସ୍ତା ୧.୬୯କୋଟି, ଜାନୀଗୁଡା ଠାରୁ କଣ୍ଟାଗାଁ, ମୁଣ୍ଡରାଗୁଡା ଛକ ଦେଇ ଟିକିରିଗୁଡା ୧.୩୯କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି। 

ଆହୁରି ପଢନ୍ତୁ: School Problem: ୧୫୪ ବର୍ଷର ବିଦ୍ୟାଳୟର ବିକଳ ଚିତ୍ର: ବିପଦ ଭିତରେ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି କୁନି କୁନି ପିଲା

ପାପାଡାହାଣ୍ଡି ବ୍ଲକର ମୈଦଲପୁର ଏନଏଚ ୨୬ଠାରୁ କମରାହାଣ୍ଡି , ମାଝିଗୁଡା, ତେନ୍ତୁଳିପଦର  ଦେଇ ଯାଇଥିବା ରାସ୍ତା ୬.୫୬କୋଟି ଓ  ନବରଙ୍ଗପୁର ବ୍ଲକର କୁକୁଡାକନାଡି ଏନଏଚ୨୬ରୁ ବଡମୁଣ୍ଡା, ଖଣ୍ଡୁଗୁଡା, ଛକାଛପର ଦେଇ ଟିର୍ଲିଆମ୍ବଗୁଡା ୧.୮୫ କୋଟିରେ ନିର୍ମାଣ ଜାରୀଅଛି। ନନ୍ଦାହାଣ୍ଡି ବ୍ଲକର ଦହଣା ଛକରୁ ୩.୩୧କୋଟିରେ ଉଷୁରିପଦର, ଭଞଗୁଡା , ସାନଦେବତାଗୁଡା ତେନ୍ତୁଳିଖୁଣ୍ଟି ସୀମା , ୧.୩୫ କୋଟିରେ ଦହଣାଛକରୁ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା  ମୁରଲାବାଇ, ଜଗନ୍ନାଥପୁର, ୨.୨୮କୋଟିରେ ଏନଏଚ ୨୬କୁ ଲାଗିଥିବା ସାନଡାଇଭଟାରୁ, ନୂଆଗୁଡା, ସିନ୍ଧିଗୁଡା, ଡେଙ୍ଗାତୋଟାଗୁଡା, ବେଲଗାମ ଦେଇ ବ୍ଲକସୀମାନ୍ତ ପ୍ରକଳ୍ପ ରାସ୍ତା ଯାଏଁ  ନିର୍ମାଣାଧୀନ ରହିଛି।

ଆହୁରି ପଢନ୍ତୁ: Accident: ଗୁରୁଗ୍ରାମରେ ମାଟି ଧସି ୭ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ

୩.୨୬କୋଟିରେ ଡାବୁଗାଁ ଠାରୁ ଭାୟା ଭେଲୁଆଗୁଡା, ମାଳୀଗୁଡା ଦେଇ ଝରିଗାଁ ବ୍ଲକ ସୀମାନ୍ତ ଏକମ୍ବା ଯାଏଁ, ଡାବୁଗାଁ ବ୍ଲକ ଦେଇ ଯାଇଥିବା ଏସଏଚ୩୯ ଠାରୁ ୩.୦୬କୋଟିରେ କାମତା , କୋଇଲାରୀ ଦେଇ କୋଷାଗୁମୁଡା ବ୍ଲକ ସୀମାନ୍ତ ଆମ୍ବଗାଁ ଯାଏଁ ନିର୍ମାଣ ଚାଲିଛି। କୋଷାଗୁମୁଡା ବ୍ଲକର ତାରଗାଁ(କୋଟାଗାଁ)ରୁ  ୬.୦୮କୋଟିରେ ଭଣ୍ଡିମାଳ, ଳଙ୍ଗଳଦୋରା ଦେି ଡାବୁଗାଁ ବ୍ଲକ ସୀମାନ୍ତ କୁରୁପା ଭାୟା ରାସ୍ତା ନିର୍ମାଣ ଚାଲିଛି।  ଉମରକୋଟ ବିଭାଜନର ଧୋଡ୍ରାଛକରୁ ୨.୧୯‌କୋଟିରେ କାରାଗାଁ, ଡାହିଗୁଡା, ବରଝୋଲା ଦେଇ ଡାବୁଗାଁ ବ୍ଲକର ନନ୍ଦପୁରା, ୧.୪୪କୋଟିରେ ଖୁଟୁଗୁଡା ଠାରୁ ନାଗ୍ରାଡଙ୍ଗ୍ରି ଦେଇ ବିଏସପଦର, ୨.୮୧କୋଟିରେ ଏସଏଚ୪୦ରୁ ନୂଆଗୁଡା, ନାୟକଗୁଡା, ସୁନାବେଡା, ସେମଳା ଦେଇ ଶିମଳା ଛକ ଯାଏଁ ନିର୍ମାଣ ଚାଲିଛି। ଝରିଗାଁ ବ୍ଲକର ମେଦନା ଠାରୁ ଏକମ୍ବା ୧.୪୬କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ତେନ୍ତୁଳିଖୁଣ୍ଟି ବ୍ଲକର ମୁଷାମୁଣ୍ଡିଗୁଡା ଠାରୁ କଣ୍ଟାଗାଁ ରାସ୍ତାକୁ ନ୍ୟାସନାଲ କ୍ବାଲିଟି ମନିଟର ଗୁଣବତ୍ତା ଯାଂଚ କରି ଭଲ ନଥିବାରୁ ସେହି ରାସ୍ତାକୁ ପୁଣି ନୂଆରେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ନବରଙ୍ଗପୁର ଗ୍ରାମ୍ୟ ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ. ରାଜେଶ କୁମାର ସୋରେନ୍ । ବଳକା ସବୁ ରାସ୍ତା ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି ଇଂ.ସୋରେନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe