ୟୁପିଆଇ ମାଧ୍ୟମରେ ୩୧ହଜାର ଅନ୍ୟ ଆକାଉଣ୍ଟକୁ ଭୁଲବଶତଃ ପଠାଇ ଯୁବକ ହନ୍ତସନ୍ତ

କାହ୍ନୁ ଗୌଡ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଛନ୍ତି। ସେଠାରେ ସେ ଚିଙ୍ଗୁଡି ଉତ୍ପାଦନ ପୋଖରୀରେ କାମ କରୁଥି‌ଲେ। ଗତ ୧୩ତାରିଖ ଦିନ କାମ କରୁଥିବା ବେଳେ ପ୍ରତିମାସରେ ବାପାଙ୍କ ଫୋନଫେକୁ ପଠାଇବା ପରି ସେ ୩୧ହଜାର ଟଙ୍କା ପଠାଇଥିଲେ।

ngp-upi

ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଅଂଚଳଗୁମ୍ମା ନିକଟସ୍ଥ ବଡତାରାଗୁଡା ଗାଁର କାହ୍ନୁ ଗୌଡ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଛନ୍ତି। ସେଠାରେ ସେ ଚିଙ୍ଗୁଡି ଉତ୍ପାଦନ ପୋଖରୀରେ କାମ କରୁଥି‌ଲେ। ଗତ ୧୩ତାରିଖ ଦିନ କାମ କରୁଥିବା ବେଳେ ପ୍ରତିମାସରେ ବାପାଙ୍କ ଫୋନଫେକୁ ପଠାଇବା ପରି ସେ ୩୧ହଜାର ଟଙ୍କା ପଠାଇଥିଲେ। ତେବେ  ଭୁଲ ବଶତଃ ଅନ୍ୟ ଜଣଙ୍କ ଫୋନ ପେ’କୁ ଏହି ଟଙ୍କା ଯାଇଥିବା ଜଣା ପଡ଼ିଥିଲା। ପରେ ସେ ଏ ନେଇ କଣ୍ଟାଗାଁ ଶାଖା ଏସବିଆଇର ଶାଖା ପରିଚାଳକଙ୍କୁ ଅବଗତ କରିଥିଲେ।

ତେବେ ବ୍ୟାଙ୍କ ପକ୍ଷରୁ ଥାନାରୁ ଏତଲା କଫି ଆଣିବାକୁ କୁହାଯାଇଥିଲା। କାହ୍ନ ତେନ୍ତୁଳିଖୁଣ୍ଟି ଥାନାକୁ ଯିବା ସହ ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରାଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏସଡିପିଓ ତୁରନ୍ତ କଣ୍ଟାମାଳ ଶାଖା ପରିଚାଳକଙ୍କୁ ଏଦିଗରେ ଦୃଷ୍ଟି ଦେଇ ସମ୍ପୃକ୍ତ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଅବଗତ କରି ମାମଲାର ସମାଧାନ କରିବାକୁ କହିଥିଲେ। ଏହାରି ମଧ୍ୟରେ ଆଜି ଏସଡିପିଓଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସହାୟତାରେ କାହ୍ନୁ ଏସବିଆଇର ଗ୍ରାହକ ସେବାରେ ବି ଅଭିଯୋଗ କରିଥିଲେ।

କାହ୍ନୁଙ୍କୁ ବାରମ୍ବାର ବ୍ୟାଙ୍କ ଓଥାନାକୁ ଅଯଥା ବୁଲାଇବା କେତେ ଦୁର ଯୁକ୍ତିସଂଗତ ବୋଲି ଶାଖା ପରିଚାଳକ ସଦାନନ୍ଦ ରଣସିଂ ନାୟକଙ୍କୁ ପଚାରିବାରେ ସେ ଏଭଳି ଅଭିଯୋଗ ପାଇଛନ୍ତି। ସେ ଏ ନେଇ ଟଙ୍କା ଯାଇଥିବା କଟକର ୟୁନିୟନ ବ୍ରାଂଚ ଶାଖାର ଉକ୍ତ ଗ୍ରାହକଙ୍କ ଆକାଉଣ୍ଟକୁ ହୋଲଡ କରିବାକୁ ଅନୁରୋଧ କରି ମେଲ୍ କରିବେ ବୋଲି ଜଣାଇଛନ୍ତି। ଏସବୁର ସମାଧାନ ହେବାକୁ ୩୫ଦିନ ସମୟ ଲାଗିବ ବୋଲି ଶାଖା ପରିଚାଳକ କହିଛନ୍ତି। ଦାଦନ ଖଟି କମାଇଥିବା ମଜୁରୀ ଟଙ୍କା ଏଭଳି ହୋଇଥିବାରୁ ବାରମ୍ବାର ବ୍ୟାଙ୍କ ଥାନା ଓ ନବରଙ୍ଗପୁର ଆଦି ବୁଲିବା ପରେ  ବାପା ଓପୁଅ ନିରାଶ ହୋଇଛନ୍ତି। ତେବେ ୩୫ଦିନ ପରେ ମିଳିବ ବୋଲି କହିବା ପ‌ରେ ସାମାନ୍ୟ ଆଶ୍ବସ୍ତି ହୋଇଛନ୍ତି। 

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe