ନବରଙ୍ଗପୁର (ସୁରେଶ ନାଇଡୁ): ଜିରୋନାଇଟ୍ ସେଲିଭ୍ରେସନ୍ ଓ ନୂଆବର୍ଷକୁ ହର୍ଷଉଲ୍ଲାସର ସହ ପାଳନ କରିଛନ୍ତି ଜିଲ୍ଲାବାସୀ। ବୁଧବାର ଓ ଗୁରୁବାର ଜିଲ୍ଲାର ନବରଙ୍ଗପୁର, ଉମରକୋଟରେ ଥିବା କିଛି ହୋଟେଲ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆାୟୋଜନ କରାଯାଇଥିଲା। ହୋଟେଲଗୁଡିକ ପକ୍ଷରୁ ବୁଧବାର ଓ ଗୁରୁବାର ସ୍ବତନ୍ତ୍ର ଡିସ୍ ପ୍ରସ୍ତୁତ କରିବା ସହ କଂମ୍ପ୍ଲିମେଟରୀ ସହ ସ୍ବତନ୍ତ୍ର ରିହାତି ବି ଦିଆଯାଇଥିଲା। ସେଭଳି ବିଭିନ୍ନ ସାହି, ଗଳିରେ ସାହିପଡ଼ିଶା ଗୋଟିଏ ସ୍ଥାନରେ ଜମା ହୋଇ ମାଇକ ଓ ସାଉଣ୍ଡବକ୍ସ ଲଗାଇ ନାଚ ଗୀତ କରି ଦିନକୁ ପାଳନ କରିଥିଲେ।
ମାଝୀଗୁଡାସ୍ଥ ନ୍ୟୁଜେନ୍ ଗୃପ ପକ୍ଷରୁ ସ୍ବତନ୍ତ୍ର ଭାବେ ଜିରୋ ନାଇଟ୍ ସେଲିବ୍ରେସନ୍ କରାଯାଇଥିଲା। ନ୍ୟୁଜେନ୍ ଗୃପ ପରିଚାଳନା ଅଧ୍ୟକ୍ଷା ଜ୍ୟୋତ୍ସ୍ନା ମଞରୀ ମିଶ୍ର, ନିର୍ଦ୍ଦେଶକ ମୁନ୍ନା ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ଅତିଥି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସମାଜସେବୀ ଜଗନ୍ନାଥ ମହାପାତ୍ର, ମୁନା ତ୍ରିପାଠୀ, ପୂର୍ବତନ ପୌରଅଧ୍ୟକ୍ଷ ପ୍ରହ୍ଲାଦ ତ୍ରିପାଠୀ, ଆଇନଜୀବୀ ରାମ ପ୍ରସାଦ ପାତ୍ର, ହରିନାରାୟଣ ବେହେରା ପ୍ରମୁଖ ଭାଗ ନେଇଥିଲେ। ନ୍ୟୁଜେନ ଗୃପର ଜିରୋନାଇଟରେ କୁମାର ମ୍ୟୁଜିକ୍ ବ୍ୟାଣ୍ଡ ପକ୍ଷରୁ ସଂଗୀତ ପରିବେଷଣ କରିଥିଲେ। ଜିଲ୍ଲାରେ ଥିବା ପ୍ରମୁଖ ଚନ୍ଦନଧାରା, ପୋଡାଗଡ, ତେନ୍ତୁଳିଖୁଣ୍ଟି ବ୍ଲକର ମଙ୍ଗର ଦୋରା,ମାଣ୍ଡା ଡଙ୍ଗରୀର, ପୋଡାଗଡ, ଭୈରାଘୁମର, ଭାସ୍କେଲ ଡ୍ୟାମ, ଧୋଡ୍ରା ମାଁ ବିଡ୍ରୀ ଠାକୁରାଣୀ, ସାଇଧାରା, ଦୋସଇଧାରା, ହିର୍ଲୀ, ଘୁମରେଶ୍ବର, ପାରୁଆ ଶିବ ମନ୍ଦିର, ଜଗନ୍ନାଥପୁର ମାଁ ଭଣ୍ଡାରଘରଣୀ ମନ୍ଦିର , ଇନ୍ଦ୍ରାବତୀ ଜଳଭଣ୍ଡାର, ନନ୍ଦାହାଣ୍ଡି ପଥର ବଗିଚା, ପାପାଡାହାଣ୍ଡି ମୃଗ ବିହାରରେ ଭୀଡ ଦେଖିବାକୁ ମିଳିଥିଲା। ସେହିପରି ମା ଭଣ୍ଡାରଘରଣୀ ପୀଠ, ନୀଳକଣ୍ଠେଶ୍ବର, କାଚର ହନୁମାନ ମନ୍ଦିର ଓ ରାଜରାଜୁଡା ଅମଳର ଜଗନ୍ନାଥ ମନ୍ଦିର ସହ ସହର ସବୁ ମନ୍ଦିରରେ ଭୀଡ ଦେଖିବାକୁ ମିଳିଥିଲା।
ଲୋକେ ମାନିଲେନି ଦିନବାର
ସେଭଳି ଆଜି ନୂଆବର୍ଷ-୨୦୨୬ର ପ୍ରଥମ ଦିନରେ ଗୁରୁବାର ହୋଇଥିଲେ ହେଁ ବାରକୁ ଖାତିର ନ କରି ଛେଳି, କୁକୁଡା ମାଂସ ଓ ମାଛ ବିକ୍ରି ଦୋକାନ ନିକଟରେ ପ୍ରବଳ ଭୀଡ଼ ଦେଖିବାକୁ ମିଳିଥିଲା। ସବୁ ମିଷ୍ଠାନ୍ନ ଭଣ୍ଡାର, ହୋଟେଲ, ବ୍ୟାକେରୀରେ ଗୁଡିକରେ ମିଠା ଓ କେକ୍, ବହି ଦୋକାନରେ ଡାଇରୀ, ଫୁଲ ଦୋକାନରେ ବୁକେ ସହ ଲୁଗା, ମଲ ଗୁଡିକରେ ବି ବିକ୍ରି ଜୋର ଧରିଥିଲା। ନବରଙ୍ଗପୁର ଓ ଉମରକୋଟ ପିଲ୍ମହଲରେ ବି ଭିଡ଼ ରହିଥିଲା। ବିଭିନ୍ନ ବିଦେଶୀ ମଦ ବିକ୍ରି କାଉଣ୍ଟର ଗୁଡିକ ନିକଟରେ ବି ପ୍ରବଳ ଭୀଡ ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: Road Blocked: ଦୋକାନୀଙ୍କୁ ଆକ୍ରମଣ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଭଦ୍ରକରେ ଉତ୍ତେଜନା
ନେତାମନ୍ତ୍ରୀଙ୍କ ନୂଆବର୍ଷ ଶୁଭେଚ୍ଛା
ନୂଆବର୍ଷର ପ୍ରଥମ ଦିନରେ ସହରର ବହୁ ଦୋକାନ ବନ୍ଦ ରହିଥିବା ବେଳେ ସହର ଖାଁ ଖାଁ ଲାଗିଥିଲା। ବହୁ ଲୋକେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପାଳଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ, ବିଧାୟକ ଗୌରୀଶଙ୍କର ମାଝୀଙ୍କୁ ବିଭିନ୍ନ ବର୍ଗର ଲୋକ, ଦଳୀୟ ନେତା, କର୍ମୀ, ସରକାରୀ ଓ ବେସରକାରୀ କର୍ମଚାରୀ, ଆଇନଜୀବୀ ଆଦି ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତା, ବିଧାୟକଙ୍କ ଘର ଓ କାର୍ଯ୍ୟାଳୟରେ ବିଭିନ୍ନ ବର୍ଗର ଲୋକେ ଶୁଭେଛା ଞାପନ କରିବା ପାଇଁ ଭୀଡ଼ ଜମାଇଥିବା ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: Draupadi Murmu: ଭାରତ ଭଳି ଏକ ଯୁବ ରାଷ୍ଟ୍ର ପାଇଁ ଏଆଇ ଏକ ପ୍ରକୃଷ୍ଟ ସୁଯୋଗ: ଦ୍ରୌପଦୀ ମୁର୍ମୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/01/ngp-new-year-1-2026-01-01-20-58-04.jpg)