Advertisment

Health: ପାହାଚରେ ଖସିଗପଡ଼ିଲେ ପ୍ରସୁତି, ଭାଗ୍ୟବଶତଃ ବଂଚିଗଲେ ମା’ ଓ ନବଜାତ

Advertisment

ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ଓ ଭିତ୍ତଭୂମି ମେଡିକାଲ କଲେଜ ହେବା ପୂର୍ବରୁ ଦୋହଲି ଯାଇଛି। ବିଶେଷଜ୍ଞ ଡାକ୍ତର ପଦବି  ଲାଗି ରହିଥିବା ବେଳେ ଏବେ ସମ୍ପୁର୍ଣ୍ଣ ରୁପେ ଭିତ୍ତିଭୂମି ଭୁଶୁଡି ପଡ଼ିଛି।

ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ଓ ଭିତ୍ତଭୂମି ମେଡିକାଲ କଲେଜ ହେବା ପୂର୍ବରୁ ଦୋହଲି ଯାଇଛି। ବିଶେଷଜ୍ଞ ଡାକ୍ତର ପଦବି  ଲାଗି ରହିଥିବା ବେଳେ ଏବେ ସମ୍ପୁର୍ଣ୍ଣ ରୁପେ ଭିତ୍ତିଭୂମି ଭୁଶୁଡି ପଡ଼ିଛି।

ngp-dhh-1 (souchaloy tala

ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ଓ ଭିତ୍ତଭୂମି ମେଡିକାଲ କଲେଜ ହେବା ପୂର୍ବରୁ ଦୋହଲି ଯାଇଛି। ବିଶେଷଜ୍ଞ ଡାକ୍ତର ପଦବି  ଲାଗି ରହିଥିବା ବେଳେ ଏବେ ସମ୍ପୁର୍ଣ୍ଣ ରୁପେ ଭିତ୍ତିଭୂମି ଭୁଶୁଡି ପଡ଼ିଛି। ଏବେ ବିଭିନ୍ନ ୱାର୍ଡରେ ଲାଗିଥିବା ପଙ୍ଖା ଗୁଡ଼ିକ ବୁଲୁନି, ଲାଗୁନି ଲାଇଟ୍। ମାତୃ ଓ ଶିଶୁ ୱାର୍ଡର ପ୍ରସୁତି ୱାର୍ଡ ମଧ୍ୟର ଶୌଚାଳାୟକୁ ମରାମତି ନାଁରେ ବୋର୍ଡ ଟାଙ୍ଗିଦିଆଯାଇଛି। ପ୍ରସୂତି ମା’ ଓ ପରିବାରବର୍ଗ ଗୋଟିଏ ଶୌଚାଳୟରେ ପୂତ୍ତିଗନ୍ଦମୟ ପରିବେଶ ସହ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଛନ୍ତି। ଶିଶୁ ଓମାତୃ ୱାର୍ଡର ଦୁଇଟି ଲିଫ୍ଟ ଦୀର୍ଘ ଦୁଇ ମାସ ହେବ ଅଚଳ। ପ୍ରସୁତି, ସମ୍ପର୍କୀୟ ଓନବଜାତ ଶିଶୁଙ୍କୁ ନିଆଅଣା କରିବା ଆଦି ୨ମହଲା ପାହଚରେ ଚାଳିଛି। ତେବେ ପାହାଚ ଉପରେ ପାଣି ଗଳୁଥିବାରୁ ପାହାଚରେ ପାଣି ସରସର। ଏଥିରେ ଆଜି ଜଣେ ପ୍ରସୁତି ନିଜ ନବଜାତ ଶିଶୁସହ ଉପର ପାହାଚରୁ ତଳକୁ ଖସି ପଡ଼ି ଗୁରୁତର ହୋଇଥିଲେ। ଭାଗ୍ୟ ବଶତଃ ପ୍ରସୁତି ଓନବଜାତ ବଂଚି ଯାଇଛନ୍ତି। 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ୱାର୍ଡର ଉପର ଓ ତଳ ୱାର୍ଡରେ ଏକା ସହ ସବୁ ୪ଟି ଶୌଚାଳୟକୁ ଅଚାନକ ଭାବେ ମରାମତି ନାଁରେ ବନ୍ଦ କରାଯାଇଛି। ପ୍ରସୁତିମାନେ ସିଜରନ ଅସ୍ତ୍ରୋପଚାର ହୋଇଥିବାରୁ ସପ୍ତାହକ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ। ଅସ୍ତ୍ରୋପଚାରର ସିଲେଇ ବାହାର କରିବା ପରେ ଘରକୁ ଯିବେ। ସେ ଯାଏଁ ସୁନ୍ଦର ଓ ସ୍ବାସ୍ଥ୍ୟ ପରିବେଶ ମଧ୍ୟରେ ବିନା ସଂକ୍ରମଣ ଓ ଜ୍ବର ନ ହେଉଣୁ ରହିବାକୁ ପଡ଼ିବ। ଶୌଚାଳୟ ଗୁଡିକୁ ଅଚାନକ ବନ୍ଦ କରି ଦେବା ଫଳରେ ଶୌଚାଳୟକୁ ଯିବା ପାଇଁ କିମ୍ବା ଚଳାବୁଲା ହେବା, କିମ୍ବା ଶିଶୁଙ୍କୁ ଟିକା ଦେବା ଆଦି ପାଇଁ ହଇରାଣ ହେବାକୁ ପଡୁଛି। ୪୦ଟି ମହିଳା ଗୋଟିଏ ଶୌଚାଳୟକୁ ଦିନ ରାତି ବ୍ୟବହାର କରୁଛନ୍ତି।  

ngp-dhh-1 (verndha

ୱାର୍ଡ ଗୁଡ଼ିକରେ ମଇଳା ରଖିବା ପାଇଁ ବିଭିନ୍ନ ରଙ୍ଗର ବାକ୍ସ ରହିବା କଥା ତାହା ବି ନାହିଁ। ତା ସାଙ୍ଗକୁ ସୁରକ୍ଷା କର୍ମୀ ଓ ଷ୍ଟାଫନର୍ସମାନେ ମଧ୍ୟ ଦୁର୍ବବ୍ୟବହାର କରୁଥିବା ଅଭିଯୋଗ ହେଉଛି। ୪ଟି କ୍ୟାବିନ୍ ଥିବା ବେଳେ ୨ଟି ଭଙ୍ଗା କ୍ୟାବିନକୁ ସବୁ ବେଳେ ଲୋକଙ୍କୁ ନେବାକୁ କୁହାଯାଉଛି। ସେହି ୨ଟି କ୍ୟାବିନ୍ ଅବସ୍ଥା ନ କହିଲେ ଭଲ। ୨ଟି ଯାକ ରୁମରେ ପୂତ୍ତିଗନ୍ଧମୟ ପରିବେଶ। ଏବେ ଶିଶୁ ଓ ମହିଳା ୱାର୍ଡ ମଧ୍ୟକୁ ଗଲେ ପୂତ୍ତିଗନ୍ଦମୟ।

ଆହୁରି ପଢ଼ନ୍ତୁ: Health: ନବରଂଗପୁର ଜିଲ୍ଲାର ୭ଟି ବ୍ଲକରେ କେବେ କାର୍ଯ୍ୟକାରୀ ହେବ ଅଲଟ୍ରାସ୍କାନ୍ ସୁବିଧା?

ଅପରପକ୍ଷରେ ୨ଟି ସାଇଡରେ ବାରଣ୍ଡାରେ ପୁଣି ପ୍ରସୁତିଙ୍କୁ ରଖାଯାଇଛି। ଦୀର୍ଘ ୨ମାସ ହେବ ଲିଫ୍ଟ ଅଚଳ, ପଙ୍ଖା ଗୁଡିକ ବୁଲୁନି। ଲିଫ୍ଟ ମରାମତି ପାଇଁ କମ୍ପାନିକୁ କୁହାଯାଇଛି। ପଙ୍ଖା, ଲାଇଟ୍ ଆଦି ଲଗାଇବାକୁ ଜିଇଡିକୁ ଓ ଜଳଯୋଗାଣ ବ୍ୟବସ୍ଥା ଆଦି ସଜାଡିବାକୁ ପିଏଚଡିକୁ ଚିଠି କରାଯାଇଛି। ଶୌଚାଳାୟର ତୁରନ୍ତ ମରାମତି କରି ଦେବାକୁ ପୂର୍ତ୍ତବିଭାଗକୁ କୁହାଯାଇଛି‌ ବୋଲି କହିଛନ୍ତି ଡିଏମଓ ଡ.ସୁକାନ୍ତ ଶତପଥୀ। ଏ ନେଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଯୁଦ୍ଧକାଳୀନ ଭିତ୍ତିରେ ଶୌଚାଳୟ ମରାମତି କରିବାକୁ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe