ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲା ସମେତ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପଂଚାୟତବାସୀ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର। ଦିନକୁ ୧୦ରୁ ୧୨ମହିଳା ବିଭିନ୍ନ ସ୍ଥିତିରେ ପ୍ରସବ କରୁଛନ୍ତି। ଡିଏଚଏଚରେ ବିଶେଷଞ ଅଭାବ ଲାଗି ରହିଥିବା ବେଳେ ଏଠାରେ ନିୟମିତ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡ. ପ୍ରମୋଦ କୁମାର ନାୟକଙ୍କୁ ଗତ ତିନି ମାସ ହେବ ଉମରକୋଟ ଏସଡିଏଚକୁ ଡେପୁଟେସନ୍ କରାଯାଇଛି। ରୋଗୀଙ୍କ ସଂଖ୍ୟା ଅଧିକା ଥିବା ବେଳେ ଏଠାର ନିୟମିତ ସ୍ତ୍ରୀ ଓ ପ୍ରସୁତି ବିଶେଷଞଙ୍କୁ ଡେପୁଟେସନ୍ କରିବା ପଛରେ କଣ ରହସ୍ୟ ରହିଛି ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ଜିଲ୍ଲା ସଦର ମହକୁମାରେ ପ୍ରତ୍ୟେକ ଦିନ ୧୦ରୁ ୧୨ଟି ପ୍ରସବ କରାଯାଉଛି। ଏତେ ବଡ଼ ଡିଏଚଏଚର ବିଶେଷଜ୍ଞ ଡାକ୍ତରଙ୍କୁ ଡେପୁଟେସନ୍ କରିବା ଫଳରେ ଏବେ ଗର୍ଭବତୀଙ୍କୁ ପ୍ରସବ କରାଇବାରେ ବାଧା ଉପୁଜୁଛି। ପାପାଡାହାଣ୍ଡି ସିଏଚସିର ସ୍ତ୍ରୀ ଓ ପ୍ରସୁତି ବିଶେଷଞ ଡ.ଦିଲ୍ଲୀପ ଦଳାଇ ଡିଏଚଏଚରେ ୩ଦିନ ଓ ପାପଡାହାଣ୍ଡିରେ ତିନି ଦିନ ଡ୍ୟୁଟି କରୁଛନ୍ତି। ଜଣେ ଡାକ୍ତର ରହିବା ବେଳେ ବାହାରକୁ ଫ୍ୟାମେଲି ପ୍ଲାନିଂ କ୍ୟାମ୍ପ କିମ୍ବା ଅଲଟ୍ରା ସାଉଣ୍ଡ କରି ଏତେ ମହିଳାଙ୍କ ପ୍ରସବ କରାଇବା ସମ୍ଭବ ପର କି ବୋଲି ପ୍ରଶ୍ନ ଉଠିଛି। ଅନ୍ତତଃ ତିନୋଟି ସିଫ୍ଟରେ ତିନି ଜଣ ବିଶେଷଜ୍ଞ ରହିବା ବାଧ୍ୟତାମୂଳକ। ତା ସହ ଶିଶୁ ବିଶେଷଜ୍ଞ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ରହିବା ଜରୁରୀ।
ଆହୁରି ପଢ଼ନ୍ତୁ: Indian Medical Students: ଇରାନରେ ଫସି ରହିଛନ୍ତି ୩ ହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ
ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା
ଏମବିବିଏସ୍ ଡାକ୍ତର ଓ ୩ଦିନ ଡ.ଦଳାଇଙ୍କୁ ନେଇ ବହୁ କଷ୍ଟ ମଷ୍ଟରେ ଏହି ବିଭାଗ ଚଳାଯାଉଛି ବୋଲି କହିଛନ୍ତି ଡିଏମଓ ଡ.ସୁକାନ୍ତ ଶତପଥୀ। ସ୍ତ୍ରୀ ଓପ୍ରସୁତି, ଅସ୍ଥିଶଲ୍ୟ ଓ ଶିଶୁ ବିଶେଷଜ୍ଞ ନିହାତି ଆବଶ୍ୟକ ବୋଲି କହିଛନ୍ତି ଡ.ଶତପଥୀ। ଡିଏଚଏଚରେ ବିଶେଷଜ୍ଞ ନଥିବା ବେଳେ ଡେପୁଟେସନରେ ନେବା ଠିକ୍ ନୁହେଁ ବୋଲି କହିଛନ୍ତି ସିଡିଏମଓ ଡ.ମଳୟ କୁମାର ପ୍ରଧାନ। ସେ ନୂଆରେ ଯୋଗ ଦେଇଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ହୋଇଛି ତାହାର ତଦାରଖ କରିବେ ବୋଲି କହିଛନ୍ତି ସିଡିଏମଓ ଡ. ପ୍ରଧାନ। ନବରଙ୍ଗପୁର ଡିଏଚଏଚରେ କେହି ନିୟମିତ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ନଥିବାରୁ ଅଧିକାଂଶ ଗର୍ଭବତୀ ମା’ ସ୍ବତଃସ୍ପୃତ ଭାବେ ଘରୋଇ ଡାକ୍ତରଖାନାକୁ ଯାଇ ପ୍ରସବ କରୁଛନ୍ତି। ଏହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦକରିବା ସହ ତୁରନ୍ତ ଏଦିଗରେ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: Supermoon: ଶତାବ୍ଦୀର ବିରଳ ସୁପରମୁନ୍: ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍, ଦେଶର ବିଭିନ୍ନ ସହରରୁ ଆସିଲା ଦୃଶ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/03/hospital-nabarangpur-2026-01-03-21-17-14.jpg)