ନବରଙ୍ଗପୁର (ସୁରେଶ ନାଇଡୁ): ସମସ୍ତଙ୍କ ମୁଣ୍ଡରେ ପକ୍କା ଘର ରହିବ। କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଏକ ଯୋଜନା ସହରର ବିଭିନ୍ନ ବସ୍ତି ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ସହରାଂଚଳ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଛନ୍ତି। ନବରଙ୍ଗପୁରଜିଲ୍ଲା ସଦରମହକୁମା ପୌରପାଳିକାରେ ୨୨୭୬ଟି ପ୍ରଧାମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ-ୟୁ)ର ଡିପିଆରକୁ ଜିଲ୍ଲାସ୍ତରରେ ଅନୁମୋଦନ ହେବା ପରେ ୧୯୭୯ କାର୍ଯ୍ୟାଦେଶ ଦିଆଯାଇଥିଲା। ବଳକା ୨୯୭ଟିର ଅନୁମୋଦନ କେବେ ହେବ ଏବଂ ହିତାଧିକାରୀ ମାନେ କାର୍ଯ୍ୟାଦେଶ ପାଇବେ ତାହାକୁ ନେଇ ଉଠିଛି ପ୍ରଶ୍ନ।କାର୍ଯ୍ୟାଦେଶ ପାଇଥିବା ୧୯୭୯ହିତାଧିକାରୀଙ୍କ ମଧ୍ୟରୁ ୧୬୨୩ଟିର ନିର୍ମାଣ ସରିଛି। ବଳକା ୩୫୬ରୁ କିଛି ଜମା ନିର୍ମାଣ ଆରମ୍ଭ ହୋଇନି। ଆଉ କିଛିର ନିର୍ମାଣ ଜାରି ରହିଥିବା ବେଳେ ଆଉ କିଛି ଅର୍ଦ୍ଧପନ୍ତରିଆ ଭାବେ ରହି ଘର ମଧ୍ୟରେ ଲତାବୁଧା ଆଦି ଉଠିଗଲାଣି। ଏହି ସ୍ଥିତିରେ ଘର ନିର୍ମାଣ କଚ୍ଛପ ଗତିରେ ଚାଳିଛି।
ସୂଚନାଯୋଗ୍ୟ, ଜିଲ୍ଲାର ନବରଙ୍ଗପୁର ପୌରାଂଚଳ ପିଏମଏୱାଇ ଅର୍ବାନରେ ୨୨୨୧ଆବେଦନପତ୍ର ଆସି ଡିପିଆର ଅନୁମୋଦନ ହେବା ପରେ ୧୯୭୯ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ବଳକା ୨୯୭ହିତାଧିକାରୀ ଅପେକ୍ଷାରେ। ୧୯୭୯ରୁ ୧୬୨୩ଜଣ ହିତାଧିକାରୀ ନିର୍ମାଣ ସରାଇଛନ୍ତି। ବଳକା ୩୫୬ରୁ ୩୪ଟି ଲେଆଉଟ୍, ୭୬ଟି ଫାଉଣ୍ଡେସନ୍, ୮୨ଟି ପ୍ଲିନ୍ଥ, ୯୬ଟି ବିଫୋର ରୁଫ୍ କାଷ୍ଟେଡ୍ ଷ୍ଟେଜରେ ରହିଛି। ୬୮ଟିର କାର୍ଯ୍ୟାଦେଶ ପାଇ ମଧ୍ୟ ହିତାଧିକାରୀମାନେ ଘରର ନିର୍ମାଣ କାମ ଆରମ୍ଭ କରିନାହାନ୍ତି। ତେବେ ବହୁ ହିତାଧିକାରୀ କାର୍ଯ୍ୟାଦେଶ ପାଇ ଗତ ୪ବର୍ଷ ହେବ ଘର ନିର୍ମାଣ ଅର୍ଦ୍ଧପନ୍ତରିଆ ଅବସ୍ଥାରେ ରଖିଛନ୍ତି।
ଯାଞ୍ଚ ଚାଲିଛି: ଅଧିକାରୀ
ପିଏମଏୱାଇ ଅର୍ବାନର -୨.୦, ପେଜ-୧ରେ ୧୦୧ଟି ଆବେଦନ ଆସିଥିବା ବେଳେ ୫୫ଟି ଅନୁମୋଦନ ଲାଭ କରିଥିବା ବେଳେ ୪୬ଟି ନାକଚ ହୋଇଥିଲା। ପୌରାପାଳିକାର ସୀମା ବାହାରୁ ଆସିଥିବାରୁ ୪୬ଟିକୁ ନାକଚ କରାଯାଇଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଡ.ଆଶୋକ କୁମାର କର୍ଣ୍ଣ। ପିଏମଏୱାଇ ଅର୍ବାନର -୨.୦, ପେଜ-୨ରେ ୮୯ଆବେଦନ ଆସିଥିବା ବେଳେ ସେ ସବୁ ଯାଂଚ ଚାଳିଛି।
ଆହୁରି ପଢ଼ନ୍ତୁ: Venezuela : ଆକ୍ରମଣ ପରେ ଭେନିଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କଲା ଆମେରିକା
କ’ଣ କୁହନ୍ତି ବୁଦ୍ଧିଜୀବୀ?
ସବୁ ସହରର ବହୁ ବସ୍ତିରେ ବସବାସ କରୁଥିବା ବହୁ ଲୋକଙ୍କର ଘରର ନିଜସ୍ବ ନାଁରେ ଜମି ପଟ୍ଟା ବା ଜମିର ମାଲିକାନାସତ୍ତ୍ବ (ଆରଓଆର) ନାହିଁ। ପୌରପାଳିକା ପକ୍ଷରୁ ଏଲଆରସି ପଟ୍ଟା ବି ଦିଆଯାଇନି। ଏହି ସ୍ଥିତିରେ ପୁଣିଥରେ ନୂଆରେ ସର୍ଭେ କରି ସବୁ ବସ୍ତି ବାସିନ୍ଦାଙ୍କୁ ତାଙ୍କ ନାଁରେ ଆରଓଆର ପ୍ରଦାନ କରି ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ସାମିଲ କରାଗଲେ ସମସ୍ତେ ପକ୍କା ଘରେ ରହି ପାରିବେ। ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ହିତାଧିକାରୀଙ୍କ ନାଁରେ ଜମିର ମାଲିକାନା ସତ୍ତ୍ବ (ଆରଓଆର) ନଥିଲେ ଏହି ଯୋଜନାରେ ସାମିଲ କରାଯାଇ ହେବନି। ଯଦି ହିତାଧିକାରୀଙ୍କ ନିକଟରେ ଏଲଆରସି ପଟ୍ଟା ଥିଲେ ବି ଏହି ଯୋଜନାରେ ଘର ଯୋଗାଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଡ.କର୍ଣ୍ଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/03/ngp-pmgsy-rural-2-2026-01-03-17-36-45.jpg)