ପୁରୀ: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିିର । ଦୁଇ ଦିନ ତ​ଳେ ନୂଆବର୍ଷ କ୍ୟାଲେଣ୍ଡର ତ୍ରୁଟିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଶ୍ରୀମନ୍ଦିରକୁ କେହି ଭକ୍ତ ଜୋତା ପିନ୍ଧି ପଳେଇଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅଭିଯୋଗ ହେଉଛି ଗୁଜୁରାଟର ଜଣେ ମହିଳା ଭକ୍ତ ଜୋତା ପିନ୍ଧି ଦେଉଳ ଭିତରକୁ ପଳେଇଥିଲେ । ତାଙ୍କର ଗୋଡ ଅପରେସନ ହୋଇଛି, ତେଣୁ ସେ ଜାଣି ନପାରି ଶ୍ରୀମନ୍ଦିର ଭିତରକୁ ଜୋତା ନେଇଯାଇଥିବା ସୂଚନା ମିଳିଛି। ସେବାୟତ ଜଣଙ୍କ ଶ୍ରୀମନ୍ଦିର ଭିତରୁ ଜୋତା ହଳକ ଧରି ବାହାରକୁ ଆସିବା ପରେ ଏହି ଘଟଣା ଜଣାପଡିଛି । ଆଉ ଭିଡିଓଟି ଭାଇରାଲ ହୋଇଛି ।
ଆହୁରି ପଢନ୍ତୁ- Venezuela : ଆକ୍ରମଣ ପରେ ଭେନିଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କଲା ଆମେରିକା
/filters:format(webp)/sambad/media/media_files/2026/01/03/puri-2026-01-03-17-02-10.jpg)
ଆହୁରି ପଢନ୍ତୁ- Raid On Hotel: ଦାମୀ ହୋଟେଲ୍ରେ ଜୁଆଖେଳ: ଚଢ଼ଉ ସମୟରେ ଲକ୍ଷାଧିକ ଟଙ୍କା ଜବତ
ତେବେ ପୁରୀ ଶ୍ରୀମନ୍ଦିର ଭିତରକୁ ଜଣେ ଭକ୍ତ ଜୋତା ପିନ୍ଧି ପଶିଯିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ବୋଲି କହିଛନ୍ତି ଜଗନ୍ନାଥପ୍ରେମୀ । ଏହା କେବଳ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ନୁହେଁ, ବରଂ କୋଟିକୋଟି ଭକ୍ତଙ୍କ ଆସ୍ଥାକୁ ଆଘାତ ପହଞ୍ଚାଇଛି । ଶ୍ରୀମନ୍ଦିର ଭଳି ଅତ୍ୟନ୍ତ ସୁରକ୍ଷିତ ଓ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେ​ଳେ ଏପରି ଅବହେଳାପୂର୍ଣ୍ଣ ଘଟଣା କେମିତି ଘଟିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/03/jagannath-temple-2026-01-03-17-01-48.jpg)