ଡାବୁଗାଁ: ମାର୍ଗଶିର-ପୌଷ ମାସର ପ୍ରବଳ ଶୀତ କାକରରେ ଜଣେ ମାନସିକଧାରୀ ରାମ ଭକ୍ତ ଦୁଃସାହସ କରି ସାଇକେଲରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ରାମ ଭକ୍ତ ଜଣକ ମାଲକାନଗିରିଜିଲ୍ଲା ଚିତ୍ରକୋଣ୍ଡା ସଦର ସୁନାଧର ଖୋରା (୪୫) ବୋଲି ଜଣା ପଡିଛି। ଦୀର୍ଘ ବର୍ଷ ଧରି ଏହି ରାମ ଭକ୍ତ ଜଣକ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ଥିବା ବେଳେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ ପ୍ରଭୁ ଶ୍ରୀରାମ ଙ୍କୁ ଦର୍ଶନ କରିବାକୁ ଅଭିଳାଷ ରଖିଥିଲେ। ନିଜ ଅଭିଳାଷକୁ ସାକାର କରିବାକୁ ସୁନାଧର ଖୋରା ଏକ ବାଇ ସାଇକେଲରେ ତ୍ରିରଙ୍ଗା ପତାକା ଓ ଗୈରିକ ପତାକା ଲଗାଇ ଗତ ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। 

Advertisment

ଆହୁରି ପଢନ୍ତୁ- India vs South AfricaT20I: ତିଲକ-ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

sunadhar
sunadhar Photograph: (sambad.in)

ଆହୁରି ପଢନ୍ତୁ- Bangladesh Protest: ଜଳୁଛି ବାଂଲାଦେଶ: ବିଦ୍ରୋହ ଭିତରେ ଢାକାରେ ପହଞ୍ଚିଲା ଛାତ୍ରନେତା ଉସମାନଙ୍କ ମୃତଦେହ

ସେ ଚିତ୍ରକୋଣ୍ଡାରୁ ବାଲିମେଳା, କୁଡୁମୁଲୁ ଗୁମ୍ମା, ଖଇରପୁଟ, ଗୋବିନ୍ଦ ପାଲି, ବୈପାରିଗୁଡା, ଜୟପୁର, ନବରଙ୍ଗପୁର ଦେଇ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଡାବୁଗାଁ ପହଞ୍ଚିଛନ୍ତି । ଡାବୁଗାଁରେ ରାମ ଭକ୍ତ ସୁନାଧର ଖୋରା ପହଞ୍ଚିବା ପରେ ଏଠାରେ ହିନ୍ଦୁ ଯୁବ ଗୋଷ୍ଠୀ ଭବ୍ୟ ସ୍ଵାଗତ କରିଥିଲେ। ରାତ୍ର ରହଣି ପାଇଁ ନୂତନ ବସ ଷ୍ଟାଣ୍ଡରେ ବ୍ୟବସ୍ଥା କରିଥିଲେ। ଆସନ୍ତା କାଲି ଅଯୋଧ୍ୟା ଅଭିମୁଖେ ପୁଣି ରାମ ଭକ୍ତ ଜଣକ ସାଇକେଲରେ ଉମରକୋଟରୁ ଛତିଶଗଡ ରାଜ୍ୟ ଦେଇ ଅଯୋଧ୍ୟା ଅଭିମୁଖେ ଯିବେ। ରାମଭକ୍ତ ସୁନାଧର ଜଣେ ଚାଷୀ ହୋଇଥିବା ବେଳେ ବାପା ମାଙ୍କ ମୃତ୍ୟୁ ପରେ ସ୍ତ୍ରୀ ହୀରାମଣି ଓ ଝିଅ ଶାନ୍ତି ସହ ଚିତ୍ରକୋଣ୍ଡାରେ ରହି ଆସୁଛନ୍ତି । ୧୫ରୁ ୧୬ ଦିନ ମଧ୍ୟରେ ସେ ଅଯୋଧ୍ୟା ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ୧୫ ଡିଗ୍ରୀରୁ ମଧ୍ୟ କମ୍ ଥଣ୍ଡାରେ ତାଙ୍କର ଦୁଃସାହାସିକ ସାଇକେଲ ଯାତ୍ରା ପାଇଁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।