୮ ଦଫା ଦାବିକୁ ନେଇ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ଦୋକାନବଜାର ଓ ଯାନବାହାନ ଚଳାଚଳ ବନ୍ଦ

Advertisment
୮ ଦଫା ଦାବିକୁ ନେଇ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ଦୋକାନବଜାର ଓ ଯାନବାହାନ ଚଳାଚଳ ବନ୍ଦ

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାଠାରେ ୮ଦଫା ଦାବିକୁ ନେଇ ଚାଲିଥିବା ଧର୍ମଘଟ ଆଜି ନବମ ଦିନରେ ପହଞ୍ଚିଛି। ଆଜି ପରିଷଦ ପକ୍ଷରୁ ଦୋକାନ ବଜାର ସହ ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ମୁଖ୍ୟ ରାସ୍ତାରେ ବସ, ଟ୍ରକ, ଅଟୋ,ଟିପର, କାର, ବାଇକ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

publive-image

ଖବର ପାଇ କୋଡ଼ିଙ୍ଗା ତହସିଲଦାର,ଏସ ଡି ପିଓ, କୋଡ଼ିଙ୍ଗା ଆଇ ଆଇ ସି ଧର୍ମଘଟସ୍ଥଳରେ ପହଞ୍ଚି ପରିଷଦ ସହ ଆଲୋଚନା କରି ବିଫଳ ହୋଇ ଫେରି ଯାଇଛନ୍ତି। ବନ୍ଦର ପ୍ରଭାବରେ ପୁଲିସ କର୍ମଚାରୀମାନେ ନିଜ ଗାଡ଼ିରେ ଯାଉଥିଲା ବେଳେ ସେମାନଙ୍କ ଗାଡ଼ିକୁ ମଧ୍ୟ ଛଡ଼ାଯାଇନାହିଁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧର୍ମଘଟକୁ ଆଗକୁ ଜୋରଦାର କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe